ଆଜି ବିଶ୍ୱ କ୍ୟାନସର ଦିବସ : ଜାଣନ୍ତୁ କ୍ୟାନସର ଭଳି ମାରାତ୍ମକ ରୋଗର କାରଣ ଏବଂ କେମିତି ଏଥିରୁ ନିଜକୁ ରକ୍ଷା କରିବେ

Published By : Prameya-News7 Bureau | February 04, 2019 IST

ଭୁବନେଶ୍ୱର ୪/୨ : ଫେବୃଆରୀ ୪ ତାରିଖକୁ ସାରା ବିଶ୍ୱରେ କ୍ୟାନସର ଦିବସ ଭାବେ ପାଳନ କରାଯାଏ | କ୍ୟାନସର ଏକ ମାରାତ୍ମକ ରୋଗ | ଏହି ରୋଗ ମଣିଷକୁ ଧୀରେ ଧୀରେ ମୃତ୍ୟୁ ଶଯ୍ୟା ଯାଏଁ ନେଇଯାଇଥାଏ | ଆଜିକାଲି ଏହି ମାରାତ୍ମକ ରୋଗ ଶିଶୁଠୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ଅନେକ ଲୋକଙ୍କୁ ଗ୍ରାସ କରୁଛି | ତେବେ କ୍ୟାନସରର ଅନେକ କାରଣ ରହିଛି | କିନ୍ତୁ ସବୁଠାରୁ ମହତ୍ଵପୁର୍ଣ ହେଲା ଆମର ଖାଇବା ଅଭ୍ୟାସ | ଆଜିକାଲିର ଜୀବନ ଶୈଳୀ ଏତେ ବଦଳି ଗଲାଣି ଯେ, ଲୋକେ ଜାଣିଶୁଣି କ୍ୟାନସର ଭଳି ମାରାତ୍ମକ ରୋଗ ଆଡକୁ ଟାଣି ହେଇଯାଉଛନ୍ତି | ଜୀବନ ଶୈଳୀ ଏବଂ ଖାଦ୍ୟରେ ଟିକିଏ ପରିବର୍ତନ କରି ମଣିଷ ନିଜକୁ ସୁସ୍ଥ ରଖି ପାରିବ |

{"id":81749,"width":586,"height":439}

ଆସନ୍ତୁ ଜାଣିବା କ୍ୟାନସରର କିଛି ମୁଖ୍ୟ କାରଣ ଏବଂ କେମିତି ଏହି ରୋଗରୁ ନିଜକୁ ସୁରକ୍ଷିତ ରଖିବା :


କ୍ୟାନସର ଅନେକ ପ୍ରକାରର ରହିଛି | ସବୁଠାରୁ ସାଧାରଣ ହେଲା ଫୁସଫୁସ କ୍ୟାନସର, ଏସୋଫାଗସ, ପେଟ, ମୁଖ ଗହ୍ୱର କ୍ୟାନସର, ଲିମଫୋମା, ସ୍ତନ କର୍କଟ, ଓଭାରି କ୍ୟାନସର, ବୋନ କ୍ୟାନସର | କ୍ୟାନସର ହେବା ଫଳରେ ଶରୀରର ଯେକୌଣସି ଅଙ୍ଗରେ କ୍ୟାନସର କୋଷ ବହୁତ ଦ୍ରୁତ ଗତିରେ ବଢିଥାଏ | ଯେଉଁ ଅଙ୍ଗରେ କ୍ୟାନସର ହୋଇଥାଏ ତାର ଆଖପାଖ କୋଷ ଏବଂ ଅର୍ଗାନ ଧୀରେ ଧୀରେ ନଷ୍ଟ ହେବାକୁ ଲାଗେ |

{"id":81750,"width":586,"height":439}


କ୍ୟାନସରର କିଛି ମୁଖ୍ୟ କାରଣ :
ବଂଶଗତ - ବେଳେବେଳେ କ୍ୟାନସର ମଣିଷର ଜିନ ଉପରେ ମଧ୍ୟ ନିର୍ଭର କରିଥାଏ | ବଂଶରେ କାହାକୁ କ୍ୟାନସର ହୋଇଥିଲେ ଭବିଷ୍ୟତରେ ଘରର ଅନ୍ୟ ସଦସ୍ୟଙ୍କୁ ମଧ୍ୟ କ୍ୟାନସର ହେବାର ସମ୍ଭାବନ ଥାଏ | ଏକ ରିସର୍ଚ୍ଚରୁ ଜଣାପଡିଛି ଯେ, ଯେଉଁ ଲୋକମାନଙ୍କ ବଂଶରେ କାହାକୁ କ୍ୟାନସର ହୋଇଥାଏ ସେହି ପରିବାରରେ ଅନ୍ୟମାନଙ୍କ ତୁଳନାରେ କ୍ୟାନସର ହେବାର ସମ୍ଭାବନା ଅଧିକ ଥାଏ | ଏଭଳି ସ୍ଥିତିରେ ସବୁଠାରୁ ଅଧିକ ବିପଦ ସ୍ତନ କର୍କଟ ଏବଂ ଓଭାରିଆନ କ୍ୟାନସରର ଥାଏ |

{"id":81751,"width":575,"height":420}


ଧୂମପାନ - ୩୦ ପ୍ରତିଶତ ମୃତ୍ୟୁ ଧୂମପାନରୁ ହେଉଥିବା କ୍ୟାନସର ଯୋଗୁଁ ହୋଇଥାଏ | ଧୂମପାନ ଯୋଗୁଁ ଫୁସଫୁସ, ମୁହଁ, ନାକ, ସାଇନସ, ଏସୋଫାଗସ, ପେଟ, ପେନକ୍ରିୟାଜ, କିଡନୀ, କୋଲୋନ, ଓରାଲ ଆଦି କ୍ୟାନସର ହେବାର ବିପଦ ରହିଛି | ତମ୍ବାଖୁ ବା ଗୁଟ୍ଖା ଖାଉଥିବା ବ୍ୟକ୍ତିଙ୍କ ମଧ୍ୟରେ କ୍ୟାନସର ହେବାର ସମ୍ଭାବନା ଅଧିକ ରହିଥାଏ |

{"id":81752,"width":586,"height":390}


ଡାଏଟ ଏବଂ ଜୀବନ ଶୈଳୀ - ରିସର୍ଚ୍ଚରୁ ଜଣାପଡିଛି ଅସ୍ୱାସ୍ଥ୍ୟକର ଖାଦ୍ୟ ପ୍ରଣାଳୀ ଏବଂ ଜୀବନ ଶୈଳୀ ଯୋଗୁଁ ମଧ୍ୟ କ୍ୟାନସର ହୋଇଥାଏ | ଅସ୍ୱାସ୍ଥ୍ୟକର ଖାଦ୍ୟ ମଣିଷ ଶରୀର ଅନେକ ପ୍ରଭାବ ପକାଇଥାଏ | ଯାହାଫଳରେ କ୍ୟାନସର ହେବାର ସମ୍ଭାବନା ଦୁଇ ଗୁଣ ବଢି ଯାଇଥାଏ |

{"id":81753}


ପାକେଟ ଖାଦ୍ୟ - ପ୍ଲାଷ୍ଟିକ ଡବା କିମ୍ବା ପାକେଟରେ ଆସୁଥିବା ଖାଦ୍ୟ କ୍ୟାନସର ସମ୍ଭାବନକୁ ବଢ଼ିଥାଏ |

{"id":81754}


ଆଚାର କିମ୍ବା ଲୁଣିଆ ଖାଦ୍ୟ - ଆବଶ୍ୟକ ଅନୁସାରେ ଆଚାର ଏବଂ ଲୁଣ ଖାଇବା ଦରକାର | ଅଧିକ ଆଚାର କିମ୍ବା ଲୁଣ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ପେଟର କ୍ୟାନସର ହେବାର ସମ୍ଭାବନା ବଢିଥାଏ | ଆଚାରକୁ ଅଧିକ ଦିନ ରଖିବା ପାଇଁ ଏଥିରେ ପ୍ରିଜରଭେଟିଭ୍‌ ବ୍ୟବହାର କରାଯାଇଥାଏ | ଏହି ପ୍ରିଜରଭେଟିଭ୍‌ ଶରୀରକୁ ଭିତରୁ ଦୁର୍ବଳ କରିଦେଇଥାଏ ଏବଂ କ୍ୟାନସର ସମ୍ଭାବନା ବୃଦ୍ଧି ପାଇଥାଏ |

{"id":81755,"width":567,"height":589}


କେମିତି ନିଜକୁ ଏହି ମାରାତ୍ମକ ରୋଗରୁ ସୁରକ୍ଷିତ ରଖିବେ ଜାଣନ୍ତୁ :

wp:list
  • - ବେଳେବେଳେ ମେଦ ବହୁଳତା ଯୋଗୁଁ ମଧ୍ୟ କ୍ୟାନସର ହୋଇଥାଏ | ସେଥିପାଇଁ ନିଜ ଓଜନକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରନ୍ତୁ |
  • - ନିୟମିତ ବ୍ୟାୟାମ କରନ୍ତୁ ଏବଂ ସୁସ୍ଥ ରୁହନ୍ତୁ | ଅଧିକ ମାତ୍ରାରେ ପାଣି ପିଅନ୍ତୁ | ଦିନକୁ ୪ ଲିଟର ପାଣି ପିଇବା ନିହାତି ଆବଶ୍ୟକ |
  • - ଅଧିକ ପରିମାଣର ନିରାମିଷ ଖାଆନ୍ତୁ ନାହିଁ | ଯେତେ ସମ୍ଭବ ଅଧିକ ପନିପରିବା ଖାଆନ୍ତୁ |
/wp:list {"id":81756}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.