Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ-୨୦୨୦ : ରୋମାଞ୍ଚକର ମୁକାବିଲାରେ ପଞ୍ଜାବଠୁ ୧୨ ରନରେ ହାରିଲା ହାଇଦ୍ରାବାଦ
  • ||

ହରାଇ ପାରିନି କ୍ୟାନସର…ସଂଘର୍ଷ ଓ ସଫଳତାର ଉଦାହରଣ ‘ସ୍ବାଗତିକା’

4/02/2020 at 7:00 PM

ଭୁବନେଶ୍ବର ୦୪।୦୨: ବିଶ୍ବ କ୍ୟାନସର ଦିବସ । କ୍ୟାନସର ସଂପର୍କରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଫେବ୍ରୁଆରୀ ୪ ତାରିଖରେ ପାଳନ କରାଯାଉଛି କ୍ୟାନସର ଦିବସ । ଏଥିପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ବିଶ୍ବ କ୍ୟାନସର ଦିବସର ଥିମ୍‌ ‘I am and I will’. ପୂର୍ବରୁ କ୍ୟାନସର ଦୂରାରୋଗ୍ୟ ବୋଲି କୁହାଯାଉଥିଲେ ମଧ୍ୟ ଏବେ ଅତ୍ୟାଧୁନିକ ଚିକିତ୍ସା ପ୍ରଣାଳୀ ଦ୍ବାରା କ୍ୟାନସର ଆକ୍ରାନ୍ତ ଆରୋଗ୍ୟ ହୋଇ ପୁଣିଥରେ ସ୍ବାଭାବିକ ଜୀବନଯାପନ କରିପାରୁଛନ୍ତି । ଯୁବରାଜ ସିଂ, ସୋନାଲି ବେନ୍ଦ୍ରେ ଓ ମନୀଷା କୋଇରାଲାଙ୍କ ଭଳି ସେଲିବ୍ରିଟି ମାନେ ଏହାର ଉଦାହରଣ ।

ମୁଁ ବି ଜିତିପାରିବି । କ୍ୟାନସର ବିରୋଧରେ ମୁଁ ବି ଜିତିପାରିବି । କ୍ୟାନସର ଦୂରାରୋଗ୍ୟ ନୁହେଁ । ଏଥିରେ ଆକ୍ରାନ୍ତ ହେଲେ ମାନସିକ ଭାବେ ହାରି ନଯାଇ ଆବଶ୍ୟକ ଚିକିତ୍ସା କରାଇ ସୁସ୍ଥ ହୋଇପାରିବେ ଆକ୍ରାନ୍ତ । ସେଥିପାଇଁ ଚଳିତବର୍ଷ ବିଶ୍ବ କ୍ୟାନସର ଦିବସର ଥିମ୍‌ ହେଉଛି ‘I am and I will’. କ୍ରିକେଟର ଯୁବରାଜ ସିଂ, ବଲିଉଡ୍‌ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ଓ ମନୀଷା କୋଇରାଲା କ୍ୟାନସର ବିରୋଧରେ ଲଢେଇ କରି ପୁଣି ସେମାନଙ୍କ କ୍ଷେତ୍ରରେ ବେଶ୍‌ ସଫଳତା ହାସଲ କରିପାରିଛନ୍ତି । ତେବେ କ୍ୟାନସର ବିରୋଧରେ ଲଢେଇ କରି ଜିତିଥିବା ବ୍ୟକ୍ତିଙ୍କର ତାଲିକା ଏତିକିରେ ସୀମିତ ହୋଇ ରହିନାହିଁ । ସାଧାର

ଣ ମଧ୍ୟବିତ୍ତ ବର୍ଗରୁ ମଧ୍ୟ ବହୁ ଲୋକ କ୍ୟାନସର ବିରୋଧରେ ସଂଗ୍ରାମ କରି ସୁସ୍ଥ ହୋଇଛନ୍ତି । ସେହିପରି ଜଣେ ଛାତ୍ରୀ ହେଉଛନ୍ତି ସୋଆ ଡିମ୍‌ଡ ଟୁ ବି ୟୁନିଭର୍ସିଟିର ଚତୁର୍ଥ ବର୍ଷର ଆଇନ ଛାତ୍ରୀ ସ୍ବାଗତିକା ଆଚାର୍ଯ୍ୟ । ଛୋଟବେଳୁ ଭଲ ପାଠ ପଢ଼ିବା ସହିତ ଓଡ଼ିଶୀ ନୃତ୍ୟ ପ୍ରତି ଥିଲା ବେଶ୍‌ ଦୁର୍ବଳତା। ହେଲେ ୨୦୧୮ରେ ସ୍ବାଗତିକାଙ୍କର କ୍ୟାନସର ଚିହ୍ନଟ ହୋଇଥିଲା। ହେଲେ ଏଥିରେ ଭାଙ୍ଗି ପଡ଼ିନଥିଲେ ସ୍ବାଗତିକା । ବରଂ କ୍ୟାନସର ସହିତ ସଂଗ୍ରାମ କରି ଶେଷରେ ବିଜୟୀ ହେଇଛନ୍ତି। ଚିକିତ୍ସିତ ହେବା ସହିତ ବିଶେଷଜ୍ଞମାନଙ୍କ ଉଚିତ ପରାମର୍ଶ ତାଙ୍କୁ ସୁସ୍ଥ କରିପାରିଛି।  ଆଜି ବିଶ୍ବ କର୍କଟ ଦିବସରେ ପୁଣି ଥରେ ମଞ୍ଚରେ ତାଙ୍କ ନୃତ୍ୟର ନିଖୁଣତାକୁ ପ୍ରଦର୍ଶନ କରିଛନ୍ତି ସ୍ବାଗତିକା ।

 ଶରୀରରେ କେତେକ କୋଷ ନିୟନ୍ତ୍ରଣ ବାହାରକୁ ଯାଇ ବଢ଼ିବାକୁ କ୍ୟାନସର କୁହାଯାଇଥାଏ । ଯଦି ଏହି କୋଷ ଗୁଡ଼ିକ ଟିସ୍ୟୁକୁ ପ୍ରଭାବିତ କରେ ତେବେ କ୍ୟାନସର ଶରୀରର ଅନ୍ୟ ଅଂଶକୁ ବ୍ୟାପିଯାଇଥାଏ । ଯେ କୌଣସି ବୟସରେ ବି କ୍ୟାନସର ହୋଇପାରେ ।ଠିକ୍‌ ସମୟରେ କ୍ୟାନସରକୁ ଚିହ୍ନଟ କରାଯାଇ ନ ପାରିଲେ ଏବଂ ଏହାର ଆବଶ୍ୟକ ଚିକିତ୍ସା ନ ହେଲେ କ୍ୟାନସର ମୃତ୍ୟୁର କାରଣ ହୋଇଥାଏ ।

ପ୍ରତିବର୍ଷ ସାରା ବିଶ୍ବରେ ୯୬ ଲକ୍ଷ ଲୋକ କ୍ୟାନସରରେ ଆକ୍ରାନ୍ତ ହୋଇ ପ୍ରାଣ ହରାଉଛନ୍ତି ।କ୍ୟାନସରର ଏକ ତୃତୀୟାଂଶ କେସ୍‌କୁ ପ୍ରତିରୋଧ କରାଯାଇପାରିବ । ନିମ୍ନ ଓ ମଧ୍ୟ ଆୟକାରୀ ଦେଶ ଗୁଡ଼ିକରେ ୭୦ ପ୍ରତିଶତ କ୍ୟାନସର ଆକ୍ରାନ୍ତ ପ୍ରାଣ ହରାଇଥାନ୍ତି । ଆମ ଦେଶରେ କ୍ୟାନସରର ଏକ ବଡ଼ କାରଣ ହେଉଛି ଗୁଟ୍‌ଖା ଓ ଧୁମ୍ରପାନ । ଯୁବପୀଢ଼ି ଏହାଠାରୁ ଯଥାସମ୍ଭବ ଦୂରେଇ ରହିବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି ।…

ସନ୍ତୁଳିତ ଖାଦ୍ୟ ସହିତ ଉପଯୁକ୍ତ ବ୍ୟାୟାମ ଓ ଗୁଟଖା ଓ ଧୁମ୍ରପାନ ଠାରୁ ଦୂରେଇ ରହିବା ସହିତ କ୍ୟାନସରକୁ ଭୟ କରିବା ପରିବର୍ତ୍ତେ ଏହାର ମୁକାବିଲା କରିବା ପାଇଁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ।

   Related Posts