Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

Bikini day : ଜାଣନ୍ତୁ କେବେ ଓ କେଉଁଠି ଆରମ୍ଭ ହୋଇଥିଲା ବିକନିର ପ୍ରଚଳନ

5/07/2020 at 7:28 PM

ଆଜିର ଆଧୁନିକ ସମୟରେ ବିକନି ପିନ୍ଧିବା ମହିଳାଙ୍କ ଲାଗି ଏକ ସାଧାରଣ କଥା। ଆକ୍ଟ୍ରେସ୍ ଓ ମଡେଲମାନେ ପ୍ରାୟତଃ ବିକନିରେ ହଟ୍ ଫଟୋସୁଟ୍ କରାଉଛନ୍ତି। ଦେଶ ବିଦେଶର ବିଚ୍‌ମାନଙ୍କରେ ମହିଳାଙ୍କୁ ବିକନିରେ ଦେଖାଯିବା ଏବେ ସାଧାରଣ ଦୃଶ୍ୟରେ ପରିଣତ ହେଲାଣି। ଜାଣିଲେ ଆଶ୍ଟର୍ଯ୍ୟ ହେବେ ଅଧିକାଂଶ ମହିଳା ବିଚ୍‌ଓଭର ବିକନିକୁ ହିଁ ପସନ୍ଦ କରୁଛନ୍ତି। ତେବେ ଜାଣନ୍ତି କି ବିଶ୍ୱରେ କେବେ ଓ କେଉଁଠି ପ୍ରଥମେ ବିକନିର ପ୍ରଚଳନ ହୋଇଥିଲା? ଯଦି ଜାଣି ନାହାନ୍ତି ଆସନ୍ତୁ ୱାର୍ଲଡ ବିକନି ଡେ ରେ ଜାଣିବା ଏହି ଫ୍ୟାସନେବଲ ପୋଷାକକୁ ନେଇ କିଛି ଖାସ୍‌ ତଥ୍ୟ।

୫ ଜୁଲାଇ ୧୯୪୬ରେ ବିଶ୍ୱରେ ପ୍ରଥମ ଥର ବିକନିର ବ୍ୟବହାର ହୋଇଥିଲା। ଫରାସୀ ଇଞ୍ଜିନିୟର ଲୁଇସ୍‌ ରିୟର ଦୁଇ ପିସ୍‌ ସ୍ୱିମ୍‌ ସୁଟ୍‌କୁ ପ୍ରଥମଥର ଉପସ୍ଥାପନା କରିଥିଲେ। ଏଣୁ ଏହି ଦିନଟିକୁ ସାରା ବିଶ୍ୱରେ ଏପର୍ଯ୍ୟନ୍ତ ବିକନି ଡେ ଭାବେ ପାଳନ କରିଆସୁଛି। ଲୁଇସ୍ ତାଙ୍କର ଏହି ସନ୍ତରଣ ପୋଷାକକୁ ପ୍ରଥମ କରି  ଯେଉଁଠାରେ ଉଦଭାବନ କରିଥିଲେ ସେହି ସ୍ଥାନର ନାମାନୁସାରେ ଏହାର ନାମକରଣ ‘ବିକନି’ କରିଥିଲେ।  ପ୍ରଶାନ୍ତ ମହାସାଗରର ‘ବିକନି ଏଟଲ’ ଦ୍ୱୀପରେ ବୋମା ପରୀକ୍ଷଣ ଚାଲିଥିବା ବେଳେ ସେ ଏହି ପୋଷାକର ଉଦଭାବନ କରିଥିଲେ। ତାଙ୍କର ନୂଆ ଆବିଷ୍କାରକୁ ସେତେବେଳେ ବୋମା ଠାରୁ କମ୍‌ ବୋଲି ବିଚାର କରାଯାଇନଥିଲା। ଏଣୁ ଏହି ପୋଷାକର ନାମ ଦ୍ୱୀପର ନାମାନୁସାରେ ବିକନି ରଖାଯାଇଥିଲା।

ତେବେ ବିକନିକୁ ପ୍ରଥମ ପ୍ରଥମେ କେହି ପିନ୍ଧିବାକୁ ପସନ୍ଦ କରୁନଥିଲେ। ଏପରିକି ସେମାନଙ୍କ ପୋଷାକ ପରିଛେଦରେ ବି ଏହାକୁ ମିସାଇବାକୁ ଚାହୁଁ ନଥିଲେ। ତେବେ ୧୯ ବର୍ଷ ବୟସ୍କା ଜନୈକ ନର୍ତ୍ତକୀ ମିସେଲାଇନ୍‌ ବିଜ୍ଞାପନ ଚିତ୍ର ଲାଗି ଫଟୋ ଉଠାଇବାକୁ ରାଜି ହୋଇଯାଇଥିଲେ। ଏହି ବିଜ୍ଞାପନ ପ୍ରକାଶିତ ହେବା ପରେ ମିସେଲିନ୍‌ଙ୍କୁ ତାଙ୍କର ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ୱ ଫ୍ୟାନ୍ସ ପତ୍ର ଲେଖିଥିଲେ। ଏହା ପରେ ୧୯୫୧ ମସିହାରେ ହୋଇଥିବା ପ୍ରଥମ ମିସ୍‌ ୱାର୍ଲଡ ବ୍ୟୁଟି ପେଜଣ୍ଟରେ ପ୍ରତିଭାଗୀମାନେ ମଧ୍ୟ ଏହାକୁ ପରିଧାନ କରିଥିଲେ।

ତେବେ ସେତେବେଳର ରକ୍ଷଣଶୀଳ ସମାଜ ଏହାକୁ ବରଦାସ୍ତ କରିନଥିଲା। ବ୍ୟୁଟି ପେଜେଣ୍ଟ ପରେ ପରେ ସ୍ପେନ୍‌ ଓ ଇଟାଲୀ ସମେତ ଅନେକ ଦେଶ ବିକନି ଉପରେ ରୋକ ଲଗାଇ ଦେଇଥିଲେ। ତେବେ ଧିରେ ଧିରେ ବିକନିକୁ ନେଇ ଲୋକଙ୍କ ଧାରଣାରେ ପରିବର୍ତ୍ତନ ଆସିଥିବା ବେଳେ ମହିଳାଙ୍କର ଏହା ଏବେ ବିଚ୍‌ଓଭର ପ୍ରଥମ ପସନ୍ଦ ପାଲଟିଯାଇଛି। ଧିରେ ଧିରେ ବିକନି ପିନ୍ଧିବା କେବଳ ଫ୍ୟାସନେବଲ ନୁହେଁ ଜରୁରି ବୋଲି ମଧ୍ୟ ବୁଝା ଗଲା। ଆଜିର ସମୟରେ ବିକନି ପିନ୍ଧୁଥିବା ମହିଳାଙ୍କୁ ମଧ୍ୟ ଫିଟ୍‌ ମହିଳା ବୋଲି ଲୋକେ  କହୁଛନ୍ତି।

   Related Posts