Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ବିଶ୍ୱ ବାଇସାଇକେଲ୍ ଦିବସ : ପ୍ରଥମେ କେଉଁଠି ତିଆରି ହୋଇଥିଲା, ଭାରତରେ କେବେ ଗଡିଥିଲା ଜାଣିଛନ୍ତି କି ?

3/06/2020 at 6:10 PM

ନୂଆଦିଲ୍ଲୀ ୦୩/୦୬ : ଆଜି ବିଶ୍ୱ ସାଇକଲ ଦିବସ | ସାଇକଲ ମଣିଷ ଜୀବନର ଏକ ମହତ୍ଵପୁର୍ଣ ଅଂଶ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ | କାରଣ ମଣିଷ ଏହି ସାଇକଲରେ ଅନେକ ଦୂର ବାଟ ଯାତ୍ରା କରିଛି | ସାଇକଲର ସବୁଠାରୁ ବଡ ଗୁଣ ହେଲା ଏହାଦ୍ୱାରା ପ୍ରଦୂଷଣ ହୋଇନଥାଏ | ସାଇକଲ ଚଲାଇବା ଦ୍ୱାରା ଶରୀର ମଧ୍ୟ ସୁସ୍ଥ ରହେ | ସାଇକିଲିଂକୁ ଏକ ଭଲ ବ୍ୟାୟାମ ବୋଲି କୁହାଯାଏ | ସଂଯୁକ୍ତ ରାଷ୍ଟ୍ର ଦ୍ୱାରା ପ୍ରଥମ ଅଫିସିଆଲ ବିଶ୍ୱ ସାଇକଲ ଦିବସ ୨୦୧୮ ମସିହା ଜୁନ ୩ ତାରିଖରେ ପାଳନ କରାଯାଇଥିଲା |

ଭାରତରେ ସାଇକଲ କେବେ ଆରମ୍ଭ ହୋଇଥିଲା ସେନେଇ କିଛି ସ୍ପଷ୍ଟ ଭାବେ ସୂଚନା ନାହିଁ କିନ୍ତୁ ସାଇକଲ ଭାରତରେ ଆବିଷ୍କାର ହୋଇଥିଲା ଏବଂ ଆଜିଠାରୁ ୨ ହଜାର ବର୍ଷ ପୂର୍ବେ ଦେଶରେ ସାଇକଲ ଆବିଷ୍କାର ହୋଇଥିଲା | କେନ୍ଦ୍ରୀୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ ବୁଧବାର ଦିନ ଏକ ଟ୍ୱିଟ କରି ସଂକେତ ଦେଇଛନ୍ତି ଯେ ଦୁନିଆ ସାଇକଲର ୨୦୦ ବର୍ଷ ପୂର୍ତ୍ତି ଜୟନ୍ତୀ ପାଳନ କରୁଛି କିନ୍ତୁ ୨ ହଜାର ବର୍ଷ ପୂର୍ବରୁ ଭାରତରେ ସାଇକଲର ଆବିଷ୍କାର ହୋଇଥିବା ପ୍ରମାଣ ରହିଛି |

ପ୍ରହ୍ଲାଦ ସିଂହ ପଟେଲ ଦକ୍ଷିଣ ଭାରତର ଏକ ମନ୍ଦିରର ଚିତ୍ର ମଧ୍ୟ ନିଜ ଟ୍ୱିଟରେ ଟ୍ୟାଗ କରିଛନ୍ତି | ଚିତ୍ରରେ ଜଣେ ବ୍ୟକ୍ତି ସାଇକଲ ଚଲାଉଥିବା ଦୃଶ୍ୟ ରହିଛି | ପଟେଲ ନିଜ ଟ୍ୱିଟକୁ ପ୍ରଧାନମନତ୍ରୀ କାର୍ଯ୍ୟାଳୟ ଓ ଅନ୍ୟ ଲୋକଙ୍କୁ ମଧ୍ୟ ରିଟ୍ୱିଟ କରିଛନ୍ତି | ସେ କହିଛନ୍ତି ଯେ, ଦୁନିଆ ଆଜି ବାଇସାଇକଲ ଦିବସ ପାଳନ କରୁଛି | ଦୁନିଆ ୨୦୦ ବର୍ଷ ପୂର୍ବରୁ ସାଇକଲ ଆବିଷ୍କାର ହୋଇଥିବା କହିଛି କିନ୍ତୁ ତାମିଲନାଡୁର ୨ ହଜାର ବର୍ଷ ପ୍ରାଚୀନ ପଞ୍ଚବର୍ଣ୍ଣସ୍ୱାମୀ ମନ୍ଦିର କାନ୍ଥରେ ସାଇକଲ ଚଲାଉଥିବା ଏକ ମୂର୍ତ୍ତି ରହିଛି ବୋଲି ସେ କହିଛନ୍ତି | ତେବେ ସାଇକଲ ଆବିଷ୍କାର କେଉଁଠି ହୋଇଥିବା ବୋଲି ସେ ପ୍ରଶ୍ନ କରିଛନ୍ତି |

୧୮୧୭ ମସିହାରେ ସାଇକଲର ଆବିଷ୍କାର ହୋଇଥିଲା | ଏହାକୁ ସେତେବେଳେ ହାତଘୋଡା ବୋଲି ମଧ୍ୟ କୁହାଯାଉଥିଲା | ୧୮୬୦ ମସିହାରେ ଇଂରେଜମାନେ ପ୍ରଥମେ ବାଇସାଇକଲ ଶବ୍ଦ ବ୍ୟବହାର କରିଥିଲେ | ସେହିଦିନ ଠାରୁ ଏହି ନାଁ ପ୍ରଚଳିତ ହୋଇଛି |

   Related Posts