ଏବର୍ଷ ଭାରତର ଆର୍ଥିକ ଅଭିବୃଦ୍ଧି ହାର ୭.୩ ପ୍ରତିଶତ ରହିବ ବୋଲି ବିଶ୍ବ ବ୍ୟାଙ୍କ ଆକଳନ

Published By : Prameya-News7 Bureau | April 17, 2018 IST

ଏବର୍ଷ ଭାରତର ଆର୍ଥିକ ଅଭିବୃଦ୍ଧି ହାର ୭.୩ ପ୍ରତିଶତ ରହିବ ବୋଲି ବିଶ୍ବ ବ୍ୟାଙ୍କ ଆକଳନ କରିଛି। ବିମୁଦ୍ରୀକରଣ ଏବଂ ଜିଏସଟିର ପ୍ରଭାବରୁ ଭାରତୀୟ ଅର୍ଥନୀତି ଧୀରେ ଧୀରେ ମୁକୁଳିବାରେ ଲାଗିଛି ବୋଲି କହିଛି ବିଶ୍ବବ୍ୟାଙ୍କ। ବିମୁଦ୍ରୀକରଣ ଏବଂ ଜିଏସଟି ଭାରତର ଆର୍ଥିକ ଅଭିବୃଦ୍ଧି ହାର ପ୍ରଭାବିତ ହୋଇଥିଲା। ୨୦୧୭ରେ ଭାରତର ଆର୍ଥିକ ଅଭିବୃଦ୍ଧି ହାର ୭ ତଳକୁ ଖସି ୬.୭ ରହିଥିଲା ବୋଲି କହିଛି ବିଶ୍ବବ୍ୟାଙ୍କ। ଏଥିସହିତ ୨୦୧୯ ଏବଂ ୨୦୨୦ ଆର୍ଥିକ ବର୍ଷରେ ଆର୍ଥିକ ଅଭିବୃଦ୍ଧି ହାର ୭.୫ ପ୍ରତିଶତ ରହିବ ବୋଲି ବିଶ୍ବବ୍ୟାଙ୍କ କରିଛି ପୂର୍ବାନୁମାନ। ଗୋଟିଏ ପଟେ ଚୀନର ଅର୍ଥନୀତି ମାନ୍ଦା ରହିଥିବାବେଳେ ଭାରତୀୟ ଅର୍ଥନୀତି ପୁଣି ଦ୍ରୁତଗତିରେ ଅଭିବୃଦ୍ଧି ହେବାର ସବୁ ସଙ୍କେତ ମିଳିଛି ବୋଲି ବିଶ୍ବବ୍ୟାଙ୍କ ଆକଳନ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.