Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

କରୋନା ମୁକାବିଲା: ଭାରତକୁ ସହଯୋଗର ହାତ ବଢାଇଲା ବିଶ୍ୱବ୍ୟାଙ୍କ, ପ୍ରଦାନ କରିବ ୭୬୦୦କୋଟି ଟଙ୍କା

3/04/2020 at 10:15 AM

ନୂଆଦିଲ୍ଲୀ, ୦୩|୦୪: ବିଶ୍ୱବ୍ୟାଙ୍କ କରୋନା ଭାଇରସ ସହ ଲଢିବା ପାଇଁ ଭାରତକୁ ସହଯୋଗର ହାତ ବଢାଇଛି । କରୋନା ମୁକିବାଲା ପାଇଁ ବିଶ୍ୱବ୍ୟାଙ୍କ ଭାରତକୁ ୧ ବିଲିୟନ ଡଲାର ବା ୭୬୦୦ କୋଟି ଟଙ୍କାର ଆପତକାଳୀନ ସହାୟତା ରାଶି ମଞ୍ଜୁର କରିଛି । ଦେଶରେ ଏବେ କୋଭିଡ-୧୯ ଅଧିକ ମାରାତ୍ମକ ହେବାକୁ ବସିଛି । ଏହି ଭାଇରସ ୭୬ଟି ଜୀବନନ ନେଇଥିବା ବେଳେ ୨୫୦୦ରୁ ଅଧିକ ସଂକ୍ରମିତ ହୋଇଛନ୍ତି ।

ବିଶ୍ୱବ୍ୟାଙ୍କ ପ୍ରଥମେ ୨୫ଟି ଦେଶ ପାଇଁ ୧.୯ ବିଲିୟନ ଡଲାର ଆର୍ଥିକ ରାଶି ଘୋଷଣା କରିଥିଲା । ଏହି ଆର୍ଥିକ ସହାୟତାରେ ୪୦ଟି ଦେଶ କରୋନା ବିରୋଧୀ ଲଢେଇରେ ଉପକୃତ ହେବେ ବୋଲି ବିଶ୍ୱବ୍ୟାଙ୍କ ଗୁରୁବାର କହିଛି । ତେବେ ସବୁଠାରୁ ଅଧିକ ଆର୍ଥିକ ସହାୟତା ଭାରତକକୁ ପ୍ରଦାନ କରାଯାଇଛି । ଏହି ଅର୍ଥ ଲାବୋରାଟୋରୀର ବିକାଶ, ସ୍କ୍ରିନି ଓ ସଂକ୍ରମିତଙ୍କ ସଂସ୍ପର୍ଶରେ କିଏ ଆସିଛନ୍ତି ସେନେଇ ଉପଯୋଗ ହେବ ।

ଆହୁରି ମଧ୍ୟ ବିଶ୍ୱବ୍ୟାଙ୍କ ପାକିସ୍ତାନକୁ ୨୦୦ ମିଲିୟନ ଡଲାର, ଆଫଗାନିସ୍ତାନକୁ ୧୦୦ ମିଲିୟନ ଡଲାର, ମଲଦୀପକୁ ୭.୩ ମିଲିୟନ ଡଲାର, ଶ୍ରୀଲଙ୍କାକୁ ୧୨୮ ମିଲିୟନ ଡଲାର ପ୍ରଦାନ ପାଇ ମଞ୍ଜୁରୀ ପ୍ରଦାନ କରିଛି ।

ସୂଚନାଯୋଗ୍ୟ, ସାରା ବିଶ୍ୱରେ ୧୦ ଲକ୍ଷରୁ ଅଧିକ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇଥିବା ବେଳେ ୫୧ହଜାରରୁ ଅଧିକ ପ୍ରାଣ ହରାଇଛନ୍ତି ।

   Related Posts