ଫୋନିର କ୍ଷୟକ୍ଷତି ଆକଳନ କରୁଛି ବିଶ୍ୱବ୍ୟାଙ୍କ ଟିମ : ବିଏମସିର ମୋଟ କ୍ଷତି ପରିମାଣ ୨୩୦ କୋଟି, ୨୩ ଦିନ ପରେ ବି ସ୍ୱାଭାବିକ ହୋଇନାହିଁ ପୁରୀ ସ୍ଥିତି

Published By : Prameya-News7 Bureau | May 26, 2019 IST

ପୁରୀରେ ୫ ଜଣିଆ ବିଶ୍ବବ୍ୟାଙ୍କ ଟିମ୍ । ସାମୁଦ୍ରିକ ବାତ୍ୟା ଫୋନି ଦ୍ବାରା ପୁରୀ କେତେ କ୍ଷତିଗ୍ରସ୍ତ ହୋଇଛି ଏନେଇ ସର୍କିଟ୍ ହାଉସରେ ବୈଠକ କରିଛନ୍ତି ବିଶ୍ବବ୍ୟାଙ୍କ ଟିମ୍ । ସେପଟେ ବାତ୍ୟାର ୨୩ ଦିନ ପରେ ବି ପୁରୀ ସ୍ଥିତି ସ୍ବାଭାବିକ ହୋଇନାହିଁ ।...

{"id":116258}

ବାତ୍ୟା ଫୋନିର କ୍ଷୟକ୍ଷତି ଆକଳନ କରୁଛି ବିଶ୍ବବ୍ୟାଙ୍କ ଟିମ୍‌ । ବିଶ୍ବବ୍ୟାଙ୍କ ପ୍ରତିନିଧିଙ୍କ ସହିତ ୟୁନେସ୍କୋ ଓ ଜାତିସଂଘର ବିଭିନ୍ନ ଏଜେନ୍ସିର ଆସିଥିବା ୧୪ଟି ବିଭାଗର ୨୩ ଜଣିଆ ଟିମ୍ ପୁରୀର କ୍ଷୟକ୍ଷତିର ଆକଳନ କରୁଛନ୍ତି । ସ୍ବତନ୍ତ୍ର ସର୍କିଟ୍  ହାଉସରେ ଜିଲ୍ଲାପାଳ ବଲୱନ୍ତ ସିଂହ ରାଜ୍ୟ ଓ ଜିଲ୍ଲା ସ୍ତରୀୟ ବରିଷ୍ଠ ଅଧିକାରୀଙ୍କ ସହିତ ଏହି ଟିମ୍ ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର, କ୍ଷୟକ୍ଷତି ସଂପର୍କରେ ବିସ୍ତୃତ ଆଲୋଚନା କରିବା ସହିତ କ୍ଷେତ୍ର ପରିଦର୍ଶନ କରୁଛନ୍ତି ।

{"id":116261}

ମୁଖ୍ୟତଃ ସ୍ବାସ୍ଥ୍ୟ , ପାନୀୟଜଳ ଯୋଗାଣ, ପରିବେଶ, ଜୀବନ ଜୀବିକା, ବାତ୍ୟା ପରବର୍ତ୍ତି ସହାୟତା, ପୁନରୁଦ୍ଧାର ସଂପର୍କରେ ଅନୁଧ୍ୟାନ କରିଛି ବିଶ୍ବ ବ୍ୟାଙ୍କ ଟିମ୍ । ଏହା ମଧ୍ୟରେ ଜିଲ୍ଲାରେ ବାତ୍ୟା ଫୋନି ପରବର୍ତ୍ତି କୃଷି, ପଶୁ ଓ ମତ୍ସ୍ୟସଂପଦ ବିଭାଗର କ୍ଷୟକ୍ଷତି ଆକଳନ ସାରି ରିପୋର୍ଟ ପ୍ରସ୍ତୁତ କରାଯାଇଛି ।

{"id":116262}

୨-୩ ଦିନ ମଧ୍ୟରେ ଉଦ୍ୟାନ କୃଷି କ୍ଷୟକ୍ଷତି ରିପୋର୍ଟ ପ୍ରସ୍ତୁତି ପରେ ୱାଲ୍ଡ ବ୍ୟାଙ୍କ ଟିମ୍‌ ରାଜ୍ୟ ସରକାରଙ୍କୁ ଭେଟିବ।

{"id":116259}

ଫୋନୀ ପ୍ରଳୟକୁ ୨୩ ଦିନି ବିତି ଯାଇଥିଲେ ବି ଏବେ ସୁଦ୍ଧା ପୁରୀ ସହର ସମେତ ଜିଲ୍ଲାର ସ୍ଥିତି ସେତେଟା ସ୍ବାଭାବିକ ହୋଇନାହିଁ । ପାନୀୟ ଜଳଠାରୁ ଆରମ୍ଭ କରି ଯାତାୟତ ସବୁଥିରେ ସମସ୍ୟା । ପ୍ରଭାବିତ ଅଞ୍ଚଳରେ ସବୁଠାରୁ ଅଧିକ ସମସ୍ୟା ଦେଉଛି ବିଦ୍ୟୁତ । ଗ୍ରାମାଞ୍ଚଳ କଥା ଛାଡନ୍ତୁ ସହରାଞ୍ଚଳରେ ବି ଏବେ ସୁଦ୍ଧା ବିଦ୍ୟୁତ ସଂଯୋଗ ହୋଇନାହିଁ ।

{"id":116263}

ଫଳରେ ଅସହ୍ୟ ଗରମ ଓ ଗୁଳୁଗୁଳିରେ ଲୋକେ ସନ୍ତୁଳି ହେଉଛନ୍ତି । ଆଜିବି ପୁରୀ ସହରରେ ଅର୍ଦ୍ଧାଧିକ ସ୍ଥାନରେ ବିଜୁଳି ସେବା ଆରମ୍ଭ ହୋଇପାରିନାହିଁ । ଯେଉଁଠି ବି ବିଦ୍ୟୁତ ସେବା ଦିଆଯାଇଛି ସେଠି ଦିନରେ ବିଜୁଳି କାଟି ଦିଆଯାଉଛି । ରାତିରେ ଇଛା ହେଲେ ଦିଆଯାଉଛି ନହଲେ ନାହିଁ ।

{"id":116266}

କେବଳ ସହରରେ ସେବା ସ୍ବାଭାବିକ ହେବାକୁ ଆହୁରି ୧୫ ଦିନ ଲାଗିଯିବ । ସେପଟେ ଜିଲ୍ଲାରେ ୭୦ ପ୍ରତିଶତ ଘରଭଙ୍ଗା କ୍ଷୟକ୍ଷତି ସର୍ଭେ ସରିଛି । ଫନିରେ ମୃତ୍ୟୁବରଣ କରିଥିବା ୩୪ ଜଣଙ୍କ ମଧ୍ୟରୁ ୨୫ ଜଣଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ସରକାରୀ ସୁତ୍ରରୁ ଜଣାପଡିଛି ।

{"id":116265}
{"id":116264}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.