Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଭାରତରେ ଟିକାକରଣର ‘ସୁପର ଫାଷ୍ଟ’ ସ୍ପିଡ୍‌, ଭୂୟସୀ ପ୍ରଶଂସା କଲେ ବିଶ୍ବ ବ୍ୟାଙ୍କ ଅଧ୍ୟକ୍ଷ

16/10/2021 at 10:48 PM

ନୂଆଦିଲ୍ଲୀ ୧୬/୧୦: ଭାରତରେ କରୋନା ଟିକାକରଣ ଅଭିଯାନ ଦ୍ରୁତ ଗତିରେ ଚାଲିଛି। ଏବେ ଦେଶରେ ଟିକାକରଣ ଗତି ଏତେ ବୃଦ୍ଧିପାଇଛି ଯେ ଏହି ସଂଖ୍ୟା କିଛି ଦିନ ମଧ୍ୟରେ ୧୦୦ କୋଟି ଛୁଇଁବ। ଭାରତର ଏହି ସଫଳ ଅଭିଯାନକୁ ବିଶ୍ବ ବ୍ୟାଙ୍କ ମଧ୍ୟ ପ୍ରଶଂସା କରିଛି । ଓ୍ବାର୍ଲଡ୍‌ ବ୍ୟାଙ୍କର ଅଧ୍ୟକ୍ଷ ଡେଭିଡ୍‌ ମାଲପାସ୍‌ ଭାରତର ଟିକାକରଣ ଅଭିଯାନ ବହୁ ସଫଳ ବୋଲି କହିଛନ୍ତି।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ସାକ୍ଷାତ ଅବସରରେ ଡେଭିଡ ମାଲପାସ କହିଛନ୍ତି, କରୋନା ମହାମାରୀ ବିରୋଧରେ ଟିକାକରଣ ଅଭିଯାନ ଭାରତରେ ବହୁତ ଭଲ ଚାଲିଛି । ଭ୍ୟାକସିନ୍‌ ଉତ୍ପାଦନ କ୍ଷେତ୍ରରେ ଭାରତ ମଧ୍ୟ ପ୍ରଶଂସନୀୟ କାର୍ଯ୍ୟ କରିଛି।  ଏହି ସାକ୍ଷାତ ଆଲୋଚନା ସମୟରେ ‘ଜଳବାୟୁ ପରିବର୍ତ୍ତନ’ ଉପରେ ମଧ୍ୟ ବିସ୍ତୃତ ଆଲୋଚନା ହୋଇଛି ।

ଭାରତର ଶକ୍ତିଶାଳୀ ଯୋଜନା ଯୋଗୁ ସମୟ ପୂର୍ବରୁ ଲକ୍ଷ ହାସଲ ହୋଇପାରିବ ବୋଲି ଡେଭିଡ୍‌ କହିଛନ୍ତି। ଏହା ବ୍ୟତୀତ ଡେଭିଡ୍‌ ଅନ୍ତର୍ଜାତୀୟ ବିକାଶ ସଂଗଠନରେ ଭାରତର ସକ୍ରିୟ ଯୋଗଦାନକୁ ପ୍ରଶଂସା କରିଛନ୍ତି। ଆଗକୁ ଭରତ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ସେ ଆଶା ପ୍ରକଟ କରିଛନ୍ତି।

ଆଲୋଚନା ବେଳେ ଭାରତୀୟ ଅର୍ଥବ୍ୟବସ୍ଥା ଉପରେ ମଧ୍ୟ ମନ୍ଥନ ହୋଇଛି। ସମୟ ସହିତ ଭାରତ କିଛି ରିଫର୍କ କରିଥିବାରୁ ଡେଭିଡ ଖୁସି ବ୍ୟକ୍ତ କରିଛନ୍ତି। ବିଶ୍ବ ବ୍ୟାଙ୍କ ପକ୍ଷରୁ ଭାରତକୁ ସମସ୍ତ ପ୍ରକାର ସହାୟତା ମିଳିବ ବୋଲି ସୁନିଶ୍ଚିତ କରିଛନ୍ତି ଡେଭିଡ ମାଲପାସ୍‌ ।  

   Related Posts