ବିଶ୍ବ ବ୍ୟାଙ୍କର ଘୋଷଣା : କରୋନା ମୁକାବିଲା ପାଇଁ ଭାରତକୁ ମିଳିବ ୧ ବିଲିୟନ ଡଲାର ପ୍ୟାକେଜ୍

Published By : Prameya-News7 Bureau | May 15, 2020 IST

ନୂଆଦିଲ୍ଲୀ ୧୫।୫: କରୋନା ସଙ୍କଟ ସମୟରେ ବିଶ୍ବ ବ୍ୟାଙ୍କ ଭାରତକୁ ଦେବ ଆର୍ଥିକ ସହାୟତା। ସରକାରୀ କାର୍ଯ୍ୟକ୍ରମ ପାଇଁ ବିଶ୍ବ ବ୍ୟାଙ୍କ ଏକ ବିଲିୟନ ଡଲାର ପ୍ୟାକେଜ ଘୋଷଣା କରିଛି । ଏହି ପ୍ୟାକେଜ ସାମାଜିକ ସୁରକ୍ଷା ପ୍ୟାକେଜ୍ ହେବ । ଏହାପୂର୍ବରୁ କରୋନା ସହ ଲଢିବା ପାଇଁ ଭାରତକୁ ବ୍ରିକ୍ସ ଦେଶଗୁଡିକର ନୂତନ ବିକାଶ ବ୍ୟାଙ୍କ (ଏନଡିବି) ଏକ ବିଲିୟନ ଡଲାରର ଜରୁରୀକାଳୀନ ସହାୟତା ରାଶି ଘୋଷଣା କରିଥିଲା ।

ବିଶ୍ବ ବ୍ୟାଙ୍କର ଏକ ବିଲିୟନ ଡଲାର (ପ୍ରାୟ ୭୬୦୦କୋଟି) ସାମାଜିକ ସୁରକ୍ଷା ପ୍ୟାକେଜ ଦେଶରେ କରୋନା ଭାଇରସ୍ ରୋଗୀଙ୍କ ଉନ୍ନତ ସ୍କ୍ରିନିଂ, କୋଭିଡ -୧୯ ହସ୍ପିଟାଲର ନବୀକରଣ ଏବଂ ବିଲ୍ଡିଂ ଲ୍ୟାବ୍ ପ୍ରସ୍ତୁତ ପାଇଁ ବ୍ୟବହାର କରାଯାଇପାରିବ। ବିଶ୍ବ ବ୍ୟାଙ୍କ ପୂର୍ବରୁ ୨୫ ବିକାଶଶୀଳ ଦେଶକୁ ଏକ ପ୍ୟାକେଜ୍ ଦେବାକୁ ପ୍ରସ୍ତାବ ଦେଇଥିଲା ।

ଏହାପୂର୍ବରୁ ନ୍ୟୁ ଡେଭଲପମେଣ୍ଟ ବ୍ୟାଙ୍କ ଭାରତକୁ ଏକ ବିଲିୟନ ଡଲାରର ଜରୁରୀକାଳୀନ ସହାୟତା ଦେବାକୁ ଘୋଷଣା କରିଥିଲା । ଏହି ବ୍ୟାଙ୍କ୍ କହିଥିଲା ଯେ, କୋଭିଡ -୧୯ ର ପ୍ରସାରକୁ ରୋକିବାରେ ସହାୟତା ମିଳିବ ଏବଂ କରୋନା ଭାଇରସ୍ ମହାମାରୀ ଦ୍ବାରା ହେବାକୁ ଥିବା ମାନବିକ, ସାମାଜିକ ତଥା ଅର୍ଥନୈତିକ କ୍ଷତି ହ୍ରାସ କରିବାରେ ଏହି ଋଣ ଦିଆଯାଉଛି ।

ସୂଚନାଯୋଗ୍ୟ ଯେ, ଭାରତରେ କରୋନା ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଶୁକ୍ରବାର ସକାଳେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ପରିସଂଖ୍ୟାନ ଅନୁସାରେ ଦେଶରେ ମୋଟ୍ କରୋନା ମାମଲା ପ୍ରାୟ ୮୨ ହଜାର ପାଖାପାଖି ପହଞ୍ଚିଛି । ମୋଟ୍ ମୃତ୍ୟୁ ସଂଖ୍ୟା ୨୬୫୦ରେ ପହଞ୍ଚିଛି ଏବଂ ୨୭ ହଜାରରୁ ଅଧିକ ଲୋକ ଆରୋଗ୍ୟ ଲାଭ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.