ଓ୍ବାର୍ଲଡ ଚାମ୍ପିଅନ ହୋଇଥିବା ପିଭି ସିନ୍ଧୁଙ୍କ ବାର୍ଷିକ ଆୟ କେତେ ଜାଣିଛନ୍ତି କି : ଜାଣିଲେ ପାଦ ତଳୁ ଖସିଯିବ ମାଟି …

Published By : Prameya-News7 Bureau | August 27, 2019 IST

କାନପୁର ୨୭/୮: ୨୪ବର୍ଷ ବୟସ୍କା ଭାରତୀୟ ମହିଳା ବ୍ୟାଡମିଣ୍ଟନ ଖେଳାଳୀ ପି.ଭି ସିନ୍ଧୁ , ନୋଜୋମି ଓକୁହାରାଙ୍କୁ ହରାଇ ଓ୍ବାର୍ଲଡ ବ୍ୟାଡମିଣ୍ଟନ ଚାମ୍ପିଅନଶିପ୍ ୨୦୧୯ର ବିଜୟୀ ହୋଇଛନ୍ତି। ସିନ୍ଧୁ ଫାଇନାଲରେ ଜାପାନର ଓକୁହାରାଙ୍କୁ ହରାଇ ଗୋଲ୍ଡ ମେଡାଲ ହାସଲ କରିଛନ୍ତି । ଏହି ସଫଳତା ହାସଲ କରିବା କ୍ଷେତ୍ରରେ ସେ ପ୍ରଥମ ଭାରତୀୟ ମହିଳା ଖେଳାଳି। ୩୭ମିନିଟ୍ ଯାଏଁ ଚାଲିଥିବା ଏହି  ୨୦୧୯ BWF ଓ୍ବାଲର୍ଡ଼ ବ୍ୟାଡମିଣ୍ଟନ୍ ଚାମ୍ପିଅନଶିପ ଫାଇନାଲ ମୁକାବିଲାରେ ପିଭି ସିନ୍ଧୁ ନୋଜୋମି ଓକୁହାରାଙ୍କୁ ୨୧-୭ ଏବଂ ୨୧-୭ ସେଟରେ ପରାସ୍ତ କରି ବିଜୟ ହାସଲ କରିଥିଲେ।

{"id":149659}

ହାଇଦ୍ରାବାଦରେ ରହୁଥିବା ସିନ୍ଧୁ ଭାରତର ସବୁଠୁ ଚର୍ଚ୍ଚିତ ମହିଳା ଖେଳାଳିଙ୍କ ମଧ୍ୟରୁ ଜଣେ। ସିନ୍ଧୁଙ୍କ ବ୍ରାଣ୍ଡ ଭାଲ୍ୟୁର ଏହା ହେଉଛି ମୁଖ୍ୟ କାରଣ। ଅଲିମ୍ପିକ୍ ମେଡାଲିଷ୍ଟ ସିନ୍ଧୁ ଭାରତର ସବୁଠୁ ଅଧିକ ଆୟ କରୁଥିବା ଜଣେ ମହିଳା ଆଥଲେଟ ମଧ୍ୟ। ଚଳିତ ବର୍ଷ ବିଶ୍ବର ସବୁଠୁ ଅଧିକ ଆୟ କରୁଥିବା ୧୫ଜଣ ମହିଳା ଖେଳାଳିଙ୍କ ତାଲିକାରେ ସିନ୍ଧୁଙ୍କ ନାଁ ୧୩ତମ ସ୍ଥାନରେ ରହିଛି। କେବଳ ଏତିକି ନୁହେଁ ଏହି ତାଲିକାରେ ସାମିଲ ହୋଇଥିବା ସେ ପ୍ରଥମ ଭାରତୀୟ।

{"id":149660}

ଫୋର୍ବସ ତାଲିକା ଅନୁସାରେ ଯୁବ ବ୍ୟାଡମିଣ୍ଟନ ଖେଳାଳି ସିନ୍ଧୁ ବର୍ଷକ ମଧ୍ୟରେ ମୋଟ ୫୫ମିଲିୟନ ଡଲାର ଅର୍ଥାତ୍ ୩୯କୋଟି ଟଙ୍କା ଆୟ କରିଛନ୍ତି। ଏଥିରେ ପାଖାପାଖି ୩କୋଟି ଟଙ୍କା ସିନ୍ଧୁଙ୍କୁ ପୁରସ୍କାର ରାଶି ଭାବେ ମିଳିଥିଲା ଏବଂ ବାକି ଟଙ୍କା ତାଙ୍କୁ ଅନୁମୋଦନ ଜରିଆରେ ମିଳିଥିଲା। ସିନ୍ଧୁ ଭାରତର ସବୁଠୁ ଅଧିକ ପସନ୍ଦ କରାଯାଉଥିବା ମହିଳା ଖେଳାଳି। ସେଥିପାଇଁ ସେ ଜେଭିଏଲଠୁ ଆରମ୍ଭ କରି ବିରଜଷ୍ଟୋନ୍ ଏବଂ ପାନାସୋନିକ୍ ଆଦିର ବିଜ୍ଞାପନରେ ସ୍ଥାନ ପାଇଛନ୍ତି।

{"id":149661}

ପିଭି ସିନ୍ଧୁ ଚଳିତ ବର୍ଷ ଆରମ୍ଭରେ ଏକ କୋଟିର ଡିଲ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ। ସିନ୍ଧୁ ଚାଇନିଜ ସ୍ପୋର୍ଟସ୍ ବ୍ରାଣ୍ଡ ଲି ନିଙ୍ଗ ସହ ୪ବର୍ଷ ପାଇଁ ୫୦କୋଟି ଟଙ୍କାର ଚୁକ୍ତି କରିଛନ୍ତି। ସିନ୍ଧୁ ପୁରୁଷ ବ୍ୟାଡମିଣ୍ଟନ୍ ଖେଳାଳି ଶ୍ରୀକାନ୍ତଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି ଯିଏ ଗତ ମାସରେ ୩୫କୋଟି ଟଙ୍କାର ଡିଲ୍ କରିଥିଲେ।

{"id":149663}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.