Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

କରୋନାରେ ଆଖି ବୁଜିଲେଣି ୩୦ ଲକ୍ଷ, ୨୦୨୧ ଜାନୁଆରୀରୁ ମହାମାରୀ ନେଲାଣି ୧୦ ଲକ୍ଷ ଜୀବନ

17/04/2021 at 8:33 PM

ନୂଆଦିଲ୍ଲୀ ୧୭/୪: କରୋନା ଭାଇରସ୍‌ର ଦ୍ବିତୀୟ ଲହର ଘାତକ ହେବାରେ ଲାଗିଛି । ୨୦୨୧ ଜାନୁଆରୀ ପାଖରୁ ଏବେ ସୁଦ୍ଧା ବିଶ୍ବରେ ୧୦ ଲକ୍ଷ ଲୋକଙ୍କ ଜୀବନ ନେଲାଣି କରୋନା। ଦିନକୁ ଦିନ ସଂକ୍ରମଣ ବଢ଼ୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି। ସବୁଠୁ ଅଧିକ ମୃତ୍ୟୁ ବ୍ରାଜିଲ ଏବଂ ଭାରତରେ ହେଉଥିବା କୁହାଯାଉଛି। ଭାଇରସ୍‌ ନୂଆ ଭାରିଏଣ୍ଟ ଏଥିପାଇଁ ଦାୟୀ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଦାବି କରିଛନ୍ତି।

ପ୍ରଥମ ଠାରୁ ଦ୍ବିତୀୟ ଲହର ଶୀଘ୍ର ବ୍ୟାପୁଥିବା ବେଳେ ଏହା ଅଧିକ ଘାତକ। ମିଳିଥିବା ସୂଚନା ଅନୁସାରେ ବିଶ୍ବ ମହାମାରୀ କରୋନା ଯୋଗୁ ଗୋଟିଏ ବର୍ଷରେ ୨୦ ଲକ୍ଷ ଲୋକ ପ୍ରାଣ ହରାଇଥିବା ବେଳେ ନୂଆ ଭାରିଏଣ୍ଟ ପାଇଁ କେବଳ ୩ ମାସରେ ୧୦ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଛି। ଏହା ସହ ମୋଟ ମୃତକଙ୍କ ସଂଖ୍ୟା ୩୦ ଲକ୍ଷରେ ପହଞ୍ଚିଛି। କେବଳ ୟୁରୋପରେ ୧୧ ଲକ୍ଷ ଲୋକଙ୍କ ଜୀବନ ନେଲାଣି କରୋନା ଭୂତାଣୁ। ବ୍ରିଟେନ, ଋଷ, ଫ୍ରାନ୍ସ, ଇଟାଲି ଏବଂ ଜର୍ମାନୀ ସମେତ ୫ ୟୁରୋପୀୟ ଦେଶରେ ମୋଟ କରୋନା ଭୂତାଣୁ ସଂକ୍ରମଣରେ ୬୦ ପ୍ରତିଶତ ହୋଇଥିବା ଜଣାପଡ଼ିଛି।

ଆମେରିକାରେ ଏବେ ସୁଦ୍ଧା ୫,୫୫,୦୦୦ ଲୋକ ପ୍ରାଣ ହରାଇଛନ୍ତି। କୌଣସି ଦେଶରେ ହୋଇଥିବା ମୃତ୍ୟୁରେ ଆମେରିକା ଶୀର୍ଷରେ ରହିଛି। ଏହା ସହ ସେଠାରେ ଗତ ୩ ସପ୍ତାହ ହେଲା ମାମଲା ଆହୁରି ବଢ଼ୁଛି। ସେପଟେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମିଳିଥିବା ରିପୋର୍ଟ ଅନୁସାରେ ଅବିଶ୍ବସନୀୟ ଭାବେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଏଣିକି ପ୍ରତି ସପ୍ତାହରେ ସଂକ୍ରମଣ ହାର ଗତ ଦୁଇ ମାସ ତୁଳନାରେ ଦୁଇ ଗଣ ବୃଦ୍ଧି ପାଉଛି।

ମହାମାରୀରେ ସଂକ୍ରମଣ ହାର ଏତେ ଦ୍ରୁତ ଗତିରେ ବଢ଼ୁଛି ଯେ ଏହା ପୁର୍ବରୁ କେବେ ଦେଖିବାକୁ ମିଳିନଥିଲା ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ନିର୍ଦେଶକ ଟେଡରୋସ୍‌ କହିଛନ୍ତି। ଯେଉଁ ସବୁ ଦେଶରେ ସଂକ୍ରମଣ କମ୍‌ ଥିଲା ଏବେ ସେଠାରେ ଲଗାତାର ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି ବୋଲି ମଧ୍ୟ ସେ କହିଛନ୍ତି। ।

   Related Posts