ପୃଥିବୀରେ ହଇଚଇ ସୃଷ୍ଟି କରିଛି ଏହି ଗଛ ଗଣ୍ଡିର ଫଟୋ : ଜାଣନ୍ତୁ ଏହାର ରହସ୍ୟ

Published By : Prameya-News7 Bureau | April 30, 2019 IST

ଓଟାଓ୍ବା ୩୦/୪: ସୋଶିଆଲ ମିଡିଆରେ ଏକ ଗଛ ଗଣ୍ଡିର ଫଟୋ ଏବେ ବହୁଳ ମାତ୍ରାରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋର ଖାସ୍ କଥା କେବଳ ଏହାକୁ ଭଲଭାବେ ନିରେଖି ଦେଖିଲେ ଜଣା ପଡ଼ିବ। ବାସ୍ତବରେ ଭଲଭାବେ ଦେଖିଲେ ଜାଣିପାରିବେ ଏହି ଗଛର ଗଣ୍ଡିରେ ଗୋଟିଏ ପେଚା ଲୁଚି ଶୋଇଛି। ଏହି ଫଟୋ ଲକ୍ଷ ଲକ୍ଷ ଲୋକଙ୍କ ଧ୍ୟାନ ଆକର୍ଷଣ କରୁଛି। ପ୍ରଥମ ଥର ଦେଖିଲେ ଆପଣଙ୍କ ଆଖି ଧୋକା ଖାଇଯିବ, କାରଣ ପ୍ରଥମ ଥର ଲୁଚିଥିବା ପେଚାକୁ ଆପଣ ସହଜରେ ଦେଖିପାରିବେ ନାହିଁ।

{"id":109092,"width":594,"height":330}

ପୃଥିବୀ ସାରା ଭାଇରାଲ ହେଉଥିବା ପେଚାର ଏହି ଫଟୋ ୬୭ବର୍ଷ ବୟସ୍କ ଏଲିସ୍ ମୈକକେ ଉଠାଇଛନ୍ତି। ଏଲିସ୍ ମୈକକେ ଜଣେ ଅବସରପ୍ରାପ୍ତ ସ୍କୁଲ ଶିକ୍ଷକ। ସେ କାନାଡ଼ାରେ ଥିବା ନିଜ ଗାଁ ଓଟାଓ୍ବା ଯାଇଥିଲେ। ଏଲିସ୍ ମୈକକେଙ୍କ କହିବାନୁସାରେ ସେ ବନ୍ୟ ଜନ୍ତୁ ଅଭୟାରଣ୍ୟରେ ବୁଲୁଥିବାବେଳେ ତାଙ୍କ ନଜର ଗୋଟିଏ ଗଛର ଗଣ୍ଡି ଉପରେ ପଡିଥିଲା । ଏହି ଗଣ୍ଡିରେ ରେ ଲୁଚି ଶୋଇଥିଲା ଗୋଟିଏ ପେଚା । ସେ ତାଙ୍କ ଜୀବନରେ ପ୍ରଥମ ଥର ଏପରି ଦୃଶ୍ୟ ଦେଖିଥିଲେ ସେଥିପାଇଁ ତାଙ୍କୁ ବହୁତ ଖୁସି ଲାଗିଥିଲା।

{"id":109093,"width":596,"height":602}

ସାଧାରଣତଃ ଶିକାରୀଠାରୁ ବଞ୍ଚିବା ପାଇଁ ପେଚାମାନେ ବିଭିନ୍ନ ପ୍ରକାରର ଉପାୟ ଅବଲମ୍ବନ କରିଥାଆନ୍ତି।  ବର୍ତ୍ତମାନ ବିଶ୍ବରେ ୨୦୦ପ୍ରଜାତିର ପେଚା ଅଛନ୍ତି ଯେଉଁଥିରୁ ୧୬ପ୍ରଜାତିର ପେଚା କାନାଡ଼ାରେ ଦେଖାଯାଆନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.