ଦୁନିଆର ୫ଟି ସବୁଠାରୁ ମହଙ୍ଗା ଡିସ୍: ୨୦ ହଜାର ଟଙ୍କାର ଗୋଲ୍ଡ ବିରିୟାନୀରୁ ୨ ଲକ୍ଷର ପିଜ୍ଜା...

Published By : Prameya-News7 Bureau | April 15, 2021 IST

ନୂଆଦିଲ୍ଲୀ ୧୫/୦୪ : ଖାଇବା ପ୍ରାୟ ସବୁ ଲୋକଙ୍କ ପସନ୍ଦ। କିଛି ଲୋକ ଖାଇବାର ଏତେ ସୌଖିନ ଥାନ୍ତି ଯେ ନିଜ ପସନ୍ଦର ଖାଇବା ପାଇଁ ଯେତେ ବାଟ ହେଲେ ବି ଚାଲିଯାଆନ୍ତି ଓ ଯେତେ ମହଙ୍ଗା ହେଉ ପଛେ ଖାଇଥାନ୍ତି। ତେବେ ଆପଣ ଖାଇବା ସୌଖିନ କି ? ଆପଣ ୨୦ ହଜାର ଟଙ୍କା ମୂଲ୍ୟର ବିରିୟାନୀ ବା ୨ ଲକ୍ଷର ପିଜ୍ଜା ଖାଇବାକୁ ପସନ୍ଦ କରିବେ କି ? ଚମକି ଗଲେ କି ? ଆପଣ ନିଶ୍ଚୟ ଭାବୁଥିବେ ଏତେ ମହଙ୍ଗା ବିରିୟାନୀ କଣ ମିଳେ ? ଆଜ୍ଞା ହଁ, ଏତେ ମହଙ୍ଗା ବିରିୟାନୀ ମଧ୍ୟ ମିଳେ। କେବଳ ବିରିୟାନୀ କାହିଁକି ପାନ ବି ମିଳେ। ଏଇ ମହଙ୍ଗା ପାନର ମୂଲ୍ୟ ୬୦୦ ଟଙ୍କା। ଆସନ୍ତୁ ଜାଣିବା ଦୁନିଆର୫ଟି ମହଙ୍ଗା ଡିସ ସମ୍ପର୍କରେ...

{"id":438909,"sizeSlug":"large","linkDestination":"none"}

ଗୋଟିଏ ପ୍ଲେଟ ବିରିୟାନୀ ପାଇଁ ଆପଣ ୨୦ ହଜାର ଟଙ୍କା ଖର୍ଚ୍ଚ କରିବା କଥା କେବେ ଭାବିଛନ୍ତି ? ଦୁବାଇରେ ବମ୍ବେ ବୋରୋ ରେଷ୍ଟୁରାଣ୍ଟରେ ପରଷାଯାଏ 'ଦି ରୋୟାଲ ଗୋଲ୍ଡ ବିରିୟାନୀ' (Royal Gold Biryani) ଯାହା ୨୩ କ୍ୟାରେଟ ସୁନା, ୩ କିଲୋ ଚାଉଳ, ବିଭିନ୍ନ ପ୍ରକାର ଗ୍ରିଲ୍ଡ ମାଂସ ଓ ରାଇତା ସହ ପରଷା ଯାଇଥାଏ।

wp:html
/wp:html

ନୂଆଦିଲ୍ଲୀ କନୌଟ୍ ପ୍ଲେସ ସ୍ଥିତ ଏକ ପାନ ପାର୍ଲରରେ ୬୦୦ ଟଙ୍କାର ଗୋଲ୍ଡ ପାନ (Gold Pan)ମିଳିଥାଏ। ଏହି ପାନର ବିଶେଷତ୍ୱ କଣ ? ଏହି ପାନରେ ଶୁଖିଲା ନଡ଼ିଆ କୋରା, ଶୁଖିଲା ଖଜୁରୀ, ଗୁଜୁରାତି, ମିଠା ଚଟଣୀ, ଗୁଲକନ୍ଦ, ଲବଙ୍ଗ, ଚେରି ସମେତ ଆହୁରି ଅନେକ ସାମଗ୍ରୀ ଉପଯୋଗ କରାଯାଇଥାଏ। ଏହାପରେ ପାନ ପତ୍ର ଉପରେ ସୁନା ବେରିକ ଦିଆଯାଇଥାଏ ଓ ଚେରି ସହ ଗାର୍ନିସ୍ କରାଯାଇଥାଏ।

{"id":438884,"sizeSlug":"large","linkDestination":"none"}

ଦୁବାଇରେ ମିଳିଥାଏ ଏକ ପପକର୍ଣ (Popcorn) ଯାହାର ମୂଲ୍ୟ ପାଖାପାଖି ୧ ଲକ୍ଷ ୮୭ ହଜାର। ଦୁବାଇ ସ୍ଥିତ Luxhabitat ୱେବସାଇଟ ଅନୁଯାୟୀ, ଶିକାଗୋରେ ବେରକୋ ପପକର୍ଣ ୬.୫ ଗ୍ୟାଲେନ୍ ପ୍ୟାକେଟର ଦାମ୍ ୨୫୦୦ ଆମେରିକୀୟ ଡଲାର ଅର୍ଥାତ ୧ ଲକ୍ଷ ୮୭ ହଜାର ୮୫୫ ଟଙ୍କା। ପପକର୍ଣ କାରମେଲ ଓ ୨୩ କ୍ୟାରେଟ ସୁନା ସହ କଭର କରାଯାଇଥାଏ। ଏଥିରେ ଲେଜୋ ଲୁଣ ମଧ୍ୟ ପକାଯାଇଥାଏ ଯାହା ସହଜରେ ଉପଲବ୍ଧ ହୋଇନଥାଏ।

{"id":438888,"width":686,"height":457,"sizeSlug":"large","linkDestination":"none"}

ଉପରୋକ୍ତ ବ୍ୟଞ୍ଜନ ଦେଖିବା ପରେ ଆପଣ ଆଶ୍ଚର୍ଯ୍ୟ ହେବେ ଯେ ଦୁବାଇରେ ଏକ ସ୍କୁପ କ୍ୟାଫେ ନାମକ ପାର୍ଲରରେ ବ୍ଲାକ ଡାଇମଣ୍ଡ ନାମକ ଆଇସକ୍ରିମ ସର୍ଭ କରାଯାଇଥାଏ ଯାହାର ଦାମ୍ ଗୋଟିଏ ସ୍କୁପକୁ ୬୧ ହଜାର ୩୮୭ ଟଙ୍କା। ହଫପୋଷ୍ଟ ଅନୁସାରେ, ବ୍ଲାକ୍ ଡାଇମଣ୍ଡ୍ ମେଡାଗାସ୍କର ଭାନିଲା ଆଇସକ୍ରିମର ଏକ ସ୍କୁପ୍ ଯାହା ଇଟାଲିୟନ ଟ୍ରଫଲ୍ସ, ଇରାନୀ କୋସର ଓ ଖାଇବା ଯୋଗ୍ୟ ୨୩ କ୍ୟାରେଟ ସୁନା ସହ ସଜାଯାଇଥାଏ। ଆଇସକ୍ରିମକୁ ଭର୍ସାଚେ ବାଉଲରେ ପରସା ଯାଇଥାଏ।

{"id":438893,"sizeSlug":"large","linkDestination":"none"}

ପିଜା ପ୍ରାୟ ସମସ୍ତଙ୍କୁ ପସନ୍ଦ। ତେବେ ପିଜ୍ଜା ଖାଇବାକୁ ଆପଣ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ କି ? ନ୍ୟୁୟର୍କରେ ଉଦ୍ୟୋଗ ରସୋଈ, ସୁନାର ଏକ ଲେୟାର ସହ ପିଜ୍ଜା ବିକ୍ରି କରୁଛି ଯାହାର ଦାମ ୨୭୦୦ ଆମେରିକୀୟ ଡଲାର ଅର୍ଥାତ ୨ ଲକ୍ଷ ୨ ହଜାର ୯୨୮ ଟଙ୍କା।

{"id":438899,"width":689,"height":388,"sizeSlug":"large","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.