Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସମ୍‌ରେ ନିସନ୍ତାନ ଦମ୍ପତିଙ୍କ ନିମନ୍ତେ ପରାମର୍ଶ ଓ ସଚେତନତା ଶିବିର

ଭୁବନେଶ୍ୱର ୨୯।୯: ବିବାହର ଦୀର୍ଘ ବର୍ଷ ପରେ ମଧ୍ୟ ସନ୍ତାନ ସନ୍ତତି ନ ହେବା ଓ ବାରମ୍ବାର ଗର୍ଭ ନଷ୍ଟ ହେବା ଭଳି ସମସ୍ୟା ଥିବା ମହିଳାମାନଙ୍କ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲର ସେଂଟର ଫର୍ ହ୍ୟୁମାନ୍ ରିପଡ୍ରକ୍ସନ (ସି.ଏଚ୍.ଆର) ବିଭାଗ ଆନୁକୂଲ୍ୟରେ ଏକ ମେଗା ପରାମର୍ଶ ଓ ସଚେତନତା ଶିବିରର ଆୟୋଜନ କରାଯାଇଛି । ଅକ୍ଟୋବର ୩ ଓ ୪ ତାରିଖ ଦୁଇଦିନ ଧରି ଏହି ଶିବିର ପରଚିାଳନା କରାଯିବ । 

ସମ୍‌ର ସେଂଟର ଫର୍ ହ୍ୟୁମାନ୍ ରିପ୍ରଡକ୍ସନ୍ ବିଭାଗ ଖୁବ୍ ଲୋକପ୍ରିୟତା ଅର୍ଜନ କରିଛି । ଏହି ବିଭାଗ ମାଧ୍ୟମରେ ଅନେକ ଦମ୍ପତି ପତିାମାତା ହେବାର ସୌଭାଗ୍ୟ ଲାଭ କରିଛନ୍ତି । ସମ୍‌ର ଏହି ଉଚ୍ଚକୋଟୀର ଅତ୍ୟାଧୁନିକ ବିଭାଗର ସମସ୍ତ ଯନ୍ତ୍ରାଂଶ, ପରୀକ୍ଷାଗାର, ଗବେଷଣା ଓ ଅସ୍ତ୍ରୋପଚାର ଦକ୍ଷ ଏବଂ ସ୍ୱତନ୍ତ୍ର ତାଲିମ୍‌ପ୍ରାପ୍ତ ବିଶେଷଜ୍ଞଙ୍କ ଦ୍ୱାରା ସମ୍ପାଦନ କରାଯାଇଥାଏ । ଏହାର ଓଭ୍ୟୁଲେସନ୍ ଇଣ୍ଡକ୍ସନ୍, ଫଲିକୁଲର ମନିଟରିଙ୍ଗ୍, ଇଂଟ୍ରାୟୁଟେରାଇନ୍ ଇନ୍ସେମିନେସନ୍ (ଆଇ.ୟୁ.ଆଇ), ଇନ୍‌ଭିଟ୍ରୋ ଫର୍ଟିଲାଇଜେସନ୍, ସ୍ପର୍ମ ବ୍ୟାଙ୍କିଙ୍ଗ୍ ଚିକିତ୍ସା ପଦ୍ଧତି ମାଧ୍ୟମରେ ସୁରକ୍ଷିତ ଗର୍ଭସଂଚାର ଓ ସନ୍ତାନଧାରଣ ସମ୍ଭବ ହୋଇପାରୁଛି । 

ଯେଉଁ ଦମ୍ପତିମାନଙ୍କର ବିବାହ ହେବାର ଦୀର୍ଘ ବର୍ଷ ପରେ ମଧ୍ୟ ସନ୍ତାନ ସନ୍ତତି ହୋଇନାହିଁ, ବାରମ୍ବାର ଗର୍ଭ ନଷ୍ଟ ଭଳିି ସମସ୍ୟା ଉପୁଜୁଛି ସେହି ମହିଳାମାନେ ଏହି ଶିବିରରେ ଯୋଗ ଦେଇପାରିବେ । ଚିକିତ୍ସା ବିଜ୍ଞାନର ଦ୍ରୁତ ଅଗ୍ରଗତି ଓ ଗବେଷଣା ଆଜି ଏହି ରୋଗୀମାନଙ୍କ ପାଇଁ ଅନେକ ସଫଳତା ଆଣି ଦେଇଛି । 

ସୂଚନାଯୋଗ୍ୟ ଏହି ବିଭାଗଟି ଦେଶର ସ୍ୱଳ୍ପ କିଛି ମେଡିକାଲ୍ କଲେଜ ଓ ହସ୍ପିଟାଲ୍‌ରେ ଥିବାବେଳେ ଓଡ଼ିଶାରେ ପ୍ରଥମ ଥର ପାଇଁ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲରେ ଆରମ୍ଭ କରାଯାଇଛି । ନିସନ୍ତାନ ଦମ୍ପତିମାନେ ଏହି ଶିବିରରେ ବହୁ ସଂଖ୍ୟାରେ ଯୋଗଦାନ କରି ବିଶେଷଜ୍ଞମାନଙ୍କ ପରାମର୍ଶ ନେଇପାରିବେ । ବିଶେଷ ବିବରଣୀ ପାଇଁ ମୋବାଇଲ ନମ୍ବର- ୯୪୩୮୨୦୦୧୪୦ / ୮୯୮୪୮୦୩୦୨୦ରେ ଯୋଗାଯୋଗ କରିପାରିବେ । 

159 Views

   ସମ୍ବନ୍ଧିତ ଖବର