ସୁସ୍ଥ ଜୀବନଶୈଳୀ ନେଇ ସୋଆ ଏନ୍ଏସ୍ଏସ୍ ଏବଂ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ର କର୍ମଶାଳା

Published By : Prameya-News7 Bureau | September 29, 2019 IST

ଭୁବନେଶ୍ବର ୨୯।୯: ସୁସ୍ଥ ଜୀବନଶୈଳୀ ଏବଂ ମହିଳାଙ୍କ ଉପରେ ଘଟୁଥିବା ନିର୍ଯ୍ୟାତନାକୁ ପ୍ରତିରୋଧ କରିବା ନେଇ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଓ ଇନଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍ସେସର ଏନ୍ଏସ୍ଏସ୍ ଶାଖା ଏବଂ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ର ସହଭାଗିତାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ଆଇନଜୀବି ଲେନିନ୍ ମହାନ୍ତି ମୁଖ୍ୟ ଅତିଥି ଏବଂ ମନସ୍ତତ୍ୱବିତ୍ ତଥା ସମ୍ ହସ୍ପିଟାଲର ମନସ୍ତତ୍ୱ ବିଭାଗର ପ୍ରଫେସର ଡଃ ଶୁଭେନ୍ଦୁ ନାରାୟଣ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । 

ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଏନ୍ଏସ୍ଏସ୍ ଶାଖାର ପ୍ରୋଗ୍ରାମ ଅଫିସର ଡଃ ସୌର୍ଯ୍ୟ ରଞ୍ଜନ ଦାସ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଳେ ।

ଏହି ଅବସରରେ ମନସ୍ତତ୍ୱବିତ୍ ଡଃ ଶେୁଭନ୍ଦୁ ନାରାୟଣ ମିଶ୍ର କିଭଳି ଭାବରେ ସୁସ୍ଥ ଜୀବନ ଯାପନ କରାଯାଇପାରିବ ସେ ଦିଗରେ ଆଲୋକପାତ କରିଥିଲେ । ସେହିପରି ଛାତ୍ରୀମାନେ କିଭଳି ନିଜକୁ ସୁରକ୍ଷିତ ରଖିପାରିବେ ସେ ଦିଗରେ ଲେନିନ୍ ମହାନ୍ତି ଆଲୋକପାତ କରିଥିଲେ । 

ଆଇଡିଏସ୍ ଏନ୍ଏସ୍ଏସ୍ ଶାଖାର ପ୍ରୋଗ୍ରାମ୍ ଅଫିସର ଡଃ ରାଧାପ୍ରସନ୍ନ ଦଳାଇ ଧନ୍ୟବାଦ ଅର୍ପଣ କରିଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.