Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||
  • ନିଆଳି : ଭାରସାମ୍ୟ ହରାଇ ନାଳକୁ ଖସିପଡିଲା ଟ୍ରକ୍ : ଜଣେ ମୃତ, ଦୁଇ ଗୁରୁତର
  • ||
  • ମୁନିଗୁଡା : ଅପରେସନ୍ ଗ୍ରୀନ୍ କ୍ଲିନ୍, ୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଢେଙ୍କାନାଳ : ଚାଷୀଙ୍କୁ କଚାଡି ମାରିଲା ଦନ୍ତା, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ
  • ||
  • ହରିୟାଣାର ସ୍ୱାସ୍ଥ୍ୟ ମନ୍ତ୍ରୀ କୋରୋନା ପଜିଟିଭ୍‌ ଚିହ୍ନଟ, ‘କୋଭାକ୍ସିନ୍‌’ର ପରୀକ୍ଷାମୂଳକ ଟିକା ନେଇଥିଲେ ଅନିଲ ଭିଜ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||

ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟଠାରେ ନଡ଼ା ଉପରେ ହସ୍ତଶିଳ୍ପ କର୍ମଶାଳା ଅନୁଷ୍ଠିତ

15/09/2019 at 6:45 PM

ଭୁବନେଶ୍ବର ୧୫।୯: ଆଜି କଳାଭୂମି-ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟଠାରେ ଦିବା ୧୧ ଘଟିକାଠାରୁ ୧.୩୦ ମିନିଟ୍‌ ପର୍ଯ୍ୟନ୍ତ ନଡ଼ା ଉପରେ ହସ୍ତଶିଳ୍ପ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ପିଲାଠାରୁ ବୃଦ୍ଧ ପର୍ଯ୍ୟନ୍ତ ବିଭିନ୍ନ ବର୍ଗର ପ୍ରାୟ ୨୩ ଜଣ ଏହି କର୍ମଶାଳାରେ ଯୋଗଦାନ କରିଥିଲେ । ଅଂଶଗ୍ରହଣକାରୀମାନେ ନଡ଼ାକୁ ଦୁଇଭାଗ କରି ଟୁଇଜରରେ ସିଧା କରିଥିଲେ । ଏହାପରେ ଏ-୪ ସାଇଜ୍‌ କାଗଜ ଉପରେ ପେଷ୍ଟ କରିଥିଲେ । ପ୍ରସ୍ତୁତ ହେବାକୁ ଥିବା କଳାକୃତିର ଚିତ୍ରର ଗ୍ରାଫ୍‌କୁ କଳା କାନ୍‌ଭାସ୍‌ ଉପରେ ଅଙ୍କନ କରିବା ପରେ ନଡ଼ାକୁ କାଟି ଆବଶ୍ୟକତା ଅନୁସାରେ କଳା କ୍ୟାନଭାସ୍‌ ଉପରେ କରିଥିବା ଚିତ୍ର ଉପରେ ଅଠା ଲଗାଇ ପେଷ୍ଟ କରିଥିଲେ । ତା’ ଉପରେ ଗ୍ଲେଜ୍‌ କରିବା ପାଇଁ ଏକ ଟଚ୍‌ଉଡ଼୍‌ ଦିଆଯାଇଥିଲା । ଢେଙ୍କାନାଳର ଜିରଳରୁ ଜାତୀୟ ପୁରସ୍କାରପ୍ରାପ୍ତ ପ୍ରଦୀପ୍ତ କୁମାର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ନଡ଼ା କାରୁକାର୍ଯ୍ୟ କର୍ମଶାଳାରେ ବିଶେଷତଃ ବିଭିନ୍ନ ପ୍ରକାରର ଫୁଲ ଓ ଗଣେଶଙ୍କର କଳାକୃତି ପ୍ରସ୍ତୁତି କରାଯାଇଥିଲା ।

   Related Posts