ବାତ୍ୟା ‘ୟାସ୍’ ପୀଡିତ ପରିବାରଙ୍କୁ ସହଯୋଗର ହାତ ବଢାଇଲେ କାର୍ଯ୍ୟରତ ସାମ୍ବାଦିକ ଓ ସ୍ବେଚ୍ଛାସେବୀ ସଙ୍ଗଠନ

Published By : Prameya-News7 Bureau | May 28, 2021 IST

ପାଟଣା ୨୮।୫: ବାତ୍ୟା କ୍ଷତିଗ୍ରସ୍ତଙ୍କୁ ସହଯୋଗ କଲେ ସ୍ବେଚ୍ଛାସେବୀ ସଂଗଠନ ସହ ଗମମାଧ୍ୟମ ପ୍ରତିନିଧି । କେନ୍ଦୁଝର ଜିଲ୍ଲାର ଝୁମ୍ପୁରା ବ୍ଲକ୍ ବାଲିବନ୍ଧ ପଞ୍ଚାୟତ ଅନ୍ତର୍ଗତ କାସିପଲ ଗାଁର ଛୋଟୁ ସାହି ଲୋକେ ବାତ୍ୟା ‘ୟାସ୍’ ଖାଇବାକୁ ନପାଇ ଭୋକ ଉପାସରେ ଥିଲେ । ଏହି ଘଟଣା ଗଣମାଧ୍ୟମ ପ୍ରତିନିଧିଙ୍କ ନଜରକୁ ଆସିବା ପରେ ତୁରନ୍ତ ସେମାନଙ୍କୁ ସହଯୋଗର ହାତ ବଢାଇଛନ୍ତି । ଗାଁ ଲୋକଙ୍କ ପାଖରେ ପହଞ୍ଚାଇଛନ୍ତି ୧୫ ଦିନର ରାସନ ସାମଗ୍ରୀ ଓ ଶୁଖିଲା ଖାଦ୍ୟ ।

{"id":458185,"sizeSlug":"large","linkDestination":"none"}

କେନ୍ଦୁଝର ଜିଲ୍ଲାର ଝୁମ୍ପୁରା ବ୍ଲକ୍ ର ଏହି ଗାଁରେ ପ୍ରାୟ ୨୫ଟି ଗରିବ ଆଦିବାସୀ ପରିବାର ବସବାସ କରନ୍ତି । ୟାସ୍’ ବାତ୍ୟା ପ୍ରଭାବରେ ଏମାନେ ଭୋକ ଉପାସରେ ପଡିରହିଥିଲେ । ଖବର ପାଇ ତୁରନ୍ତ ଉର୍ବୀ ଲେଡିଜ କ୍ଲବ, ପ୍ରଦାନ ଶିରିଡି ସାଇ ସେବା ସଂଘ ଓ ସଦଭାବନା ସ୍ବେଚ୍ଛାସେବୀ ସଂଗଠନ ସହଯୋଗରେ ୧୫ ଦିନ ପାଇଁ ରାସନ ସାମଗ୍ରୀ ଓ ଶୁଖିଲା ଖାଦ୍ୟ ଗାଁ ଲୋକଙ୍କ ପାଖରେ ପହଞ୍ଚାଇଛନ୍ତି ।

{"id":458186,"sizeSlug":"large","linkDestination":"none"}

ଏହି ଗାଁ ଲୋକମାନେ ଭଙ୍ଗା ଦଦରା ଘରେ ପାଲ ଟାଣି ରହୁଛନ୍ତି । ଗାଁ ଲୋକଙ୍କ କହିବା କଥା ହେଲା ‘ୟାସ୍’ ବାତ୍ୟାର ସତର୍କ ସୂଚନା ପାଇବା ପରେ ବ୍ଲକ୍ ପ୍ରଶାସନ ପକ୍ଷରୁ ତାଙ୍କୁ ବୁଧବାର ଦିନ ସ୍କୁଲ ଘରକୁ ସ୍ଥାନାନ୍ତର କରି ରନ୍ଧା ଖାଦ୍ୟ ଦିଆଗଲା । ହେଲେ ଗୁରୁବାର ଦିନ ୧୧ଟା ସମୟରେ ବିଡ଼ିଓ ଗାଁକୁ ଆସି କହିଲେ ସମସ୍ତେ ଘରକୁ ପଳାଇଯାଅ ଓ ଆଉ ଖାଦ୍ୟ ମିଳିବ ନାହିଁ ।

{"id":458188,"sizeSlug":"large","linkDestination":"none"}

ଗାଁ ଲୋକେ ଭୋକ ଉପାସରେ ଥିବାବେଳେ ସାମ୍ବାଦିକ ବିନୟ ଭୂଷଣ ପଟ୍ଟନାୟକ, ଚଣ୍ଡୀ ପ୍ରସାଦ ପଟ୍ଟନାୟକ, ପାର୍ଥ ମିଶ୍ର ଓ ସଦଭାବନା ସ୍ବେଚ୍ଛାସେବୀ ଅନୁଷ୍ଠାନର ଦୀପ୍ତି ପ୍ରକାଶ ମହାରଣା, ମହେନ୍ଦ୍ର ସାହୁ, ସତ୍ୟାନନ୍ଦ ମହାନ୍ତ, ସୁଜିତ ମାଝି ଓ ଅର୍ଜୁନ ମହାନ୍ତ ଏବଂ ପ୍ରଦାନ ଶିରିଡି ସାଇ ସେବା ସଂଘର ଶତ୍ରୁଘ୍ନ ସାହୁ, ମୋହନ ମୂର୍ତ୍ତି ମହାରଣା ପ୍ରମୁଖ ଗାଁରେ ପହଞ୍ଚି ଲୋକଙ୍କୁ ଖାଦ୍ୟ ସାମଗ୍ରୀ ପ୍ରଦାନ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.