ପ୍ରତି ଦିନ ୧୦ଘଣ୍ଟା କାମ କରୁଛନ୍ତି କି ? ତେବେ ହେବ ଏହି ସବୁ ଅସୁବିଧା

Published By : Prameya-News7 Bureau | October 25, 2019 IST

ଆଜିକାଲି ଅଧିକାଂଶ ଲୋକଙ୍କର କେଶ ଝଡ଼ିବା ସମସ୍ୟା ଦେଖାଯାଉଛି। କିନ୍ତୁ ଲୋକେ ଏହାକୁ ଅଧିକ ଗୁରୁତ୍ବ ଦେଇନଥାଆନ୍ତି। ଜଣେ ବ୍ୟକ୍ତିଙ୍କର ପ୍ରତିଦିନ ପାଖାପାଖି ୫୦ରୁ ୧୦୦କେଶ ଝଡ଼ିଥାଆନ୍ତି। ଏହାକୁ ଆମେ ନଜରଅନ୍ଦାଜ କରିଥାଉ। କିନ୍ତୁ ଏକଥା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ ଯେ ଆପଣ ପ୍ରତିଦିନ କେତେ ସମୟ କାମ କରିଥାଆନ୍ତି ଏହାର ପ୍ରଭାବ ଆପଣଙ୍କ କେଶ ଉପରେ ପଡ଼ିଥାଏ।

୨୦ରୁ ୩୦ବର୍ଷ ବୟସର ପୁରୁଷମାନେ ଗୋଟିଏ ସପ୍ତାହରେ ୫୨ଘଣ୍ଟା କାମ କଲେ ତାଙ୍କର କେଶ ଅଧିକ ଝଡ଼ିଯାଇଥାଏ। ଯଦି ଆପଣ ପ୍ରତି ଦିନ ୧୦ଘଣ୍ଟାରୁ ଅଧିକ କାମ କରିଥାଆନ୍ତି ତେବେ ଅନ୍ୟମାନଙ୍କ ତୁଳନାରେ ଆପଣଙ୍କର କେଶ ଅଧିକ ଝଡ଼ିବ।

 ଗବେଷଣାରୁ ଜଣାଯାଇଛି ଯେ ଅତ୍ୟଧିକ କାମ ଏବଂ ଶରୀରକୁ ଆରାମ ନ ମିଳିବା ଯୋଗୁଁ ହେୟାର ଫଲିକଲ୍ସକୁ କ୍ଷତି ପହଞ୍ଚିଥାଏ ଫଳରେ କେଶ କ୍ୟାଟେଜନ୍ ଫେସକୁ ପହଞ୍ଚିଯାଇଥାଏ ଏବଂ ଏଠାରେ କେଶର ଆକ୍ଟିଭ ଗ୍ରୋଥ ହେବା ବନ୍ଦ ହୋଇଯାଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.