'ଦିନରେ ଗୋଟିଏ ସମୟର ଭୋଜନ ତ୍ୟାଗ କରନ୍ତୁ କାର୍ଯ୍ୟକର୍ତ୍ତା', ବିଜେପି ସଭାପତିଙ୍କ ଅପିଲ

Published By : Prameya-News7 Bureau | April 06, 2020 IST

ନୂଆଦିଲ୍ଲୀ, ୦୬|୦୪:  ସୋମବାର ବିଜେପି କାର୍ଯ୍ୟକର୍ତ୍ତା ଦଳର ପ୍ରାତିଷ୍ଠା ଦିବସ ପାଳନ କରୁଛନ୍ତି । ଏହି ଅବସରରେ ଦଳର ସଭାପତି ଜେପି ନଡ୍ଡା କର୍ମୀଙ୍କୁ କରୋନା ଭାଇରସ ସଙ୍କଟରେ ଦିନରେ ଥରଟିଏ ଭୋଜନ ନ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଲକଡାଉନ ପାଇଁ ଅନେକ ସମସ୍ୟାରେ ଗତି କରୁଥିବା ଲୋକଙ୍କୁ ସହାନୁଭୂତି ପ୍ରଦାନ ପାଇଁ ଜେପି ନଡ୍ଡା ଏହା କହିଛନ୍ତି । ଏହାସହ କର୍ମୀଙ୍କ ପାଇଁ ସେ କିଛି ନିର୍ଦ୍ଦେଶ ମଧ୍ୟ ଜାରି କରିଛନ୍ତି ।

ଏହା ପୂର୍ବରୁ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରି କହିଥିଲେ ଯେ, ବିଜେପି ୪୦ ତମ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି । ଏବେ ଦେଶ କରୋନା ସହ ଲଢୁଛି । ଦଳର ଅଧ୍ୟକ୍ଷଙ୍କ ନିର୍ଦ୍ଦେଶ ପାଳନ କରିବାକୁ ସେ କର୍ମୀଙ୍କୁ ପରାମର୍ଶ ଦେଇଥିଲେ । ଏକଜୁଟ ହୋଇ କରୋନାର ମୁକାବିଲା କରିବାକୁ ସେ କହିଥିଲେ ।

ନଡ୍ଡା ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ କହିଛନ୍ତି ଯେ, ଦଳର ସ୍ଥାପନା ଦିବସରେ କର୍ମାମାନେ ଗୋଟିଏ ଓଳିର ଭୋଜନ ତ୍ୟାଗ କରନ୍ତୁ ।  ଯେଉଁମାନଙ୍କୁ ଆବଶ୍ୟକତା ରହିଛି କର୍ମୀମାନେ ସେମାନଙ୍କୁ ଖାଦ୍ୟ ପ୍ରଦାନ କରନ୍ତୁ । ଏହାସହ ଘରେ ପ୍ରସ୍ତୁତ ହୋଇଥିବା ମାସ୍କ ବିତରଣ କରନ୍ତୁ । ଏହାସହ କର୍ମୀମାନେ ସାମାଜିକ ଦୂରତା ପାଳନ କରନ୍ତୁ ବୋଲି ନଡ୍ଡା ପରାମର୍ଶ ଦେଇଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.