ବାକି ଟଙ୍କା ଦେବି ଦେବି କହି ଦିନ ଗଡେଇ ଚାଲିଥିଲେ କେଭି ସିଂ ଦେଓ, ଘର ସାମ୍ନାରେ ଧାରଣା ଦେଲେ ଶ୍ରମିକ

Published By : Prameya-News7 Bureau | April 03, 2021 IST

ପାଟଣାଗଡ ୦୩।୦୪: ପାଟଣାଗଡ଼ ପୂର୍ବତନ ବିଧାୟକ କନକ ବର୍ଦ୍ଧନ ସିଂ ଦେଓଙ୍କ ଘର ସାମ୍ନାରେ ଆଜି ସକାଳୁ କେତେକ ଶ୍ରମିକ ଧାରଣା  ଦେଇଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାୟୀ କେଭିଙ୍କ ଭୁବନେଶ୍ୱର ସ୍ଥିତ ଗଭର୍ଣ୍ଣର ହାଉସ ଛକ ନିକଟରେ ଥିବା ଘରେ କାଠ କାମ ଉପରେ କଲର କରିଥିଲେ ଏବଂ ସେ ବାବଦକୁ ପ୍ରାୟ ପନ୍ଦର ଲକ୍ଷ ଟଙ୍କା ପାଉଣା ବାକି ରହିଛି। ଟଙ୍କା ଦେବି ଦେବି କହି ପୂର୍ବତନ ବିଧାୟକ ଧରାଛୁଆଁ ଦେଉନଥିବା ଅଭିଯୋଗ କରିଛନ୍ତି କାମ କରିଥିବା ଲୋକେ?

ଶ୍ରମିକ ମାନେ ଯେବେ ପଇସା ମାଗିବାକୁ ଯାଉଥିଲେ ଆଜିକାଲି କହି ଦିନ ଗଡ଼ାଇ ଚାଲିଥିଲେ ପୂର୍ବତନ ବିଧାୟକ।  ଶ୍ରମିକମାନେ ସିଂହ ଦେଓଙ୍କୁ ଭେଟି ପାରୁନଥିଲେ। ତେଣୁ ଆଜି ଭୁବନେଶ୍ୱର ସ୍ଥିତ ନୟାପଲ୍ଲୀ ଅଂଚଳର ଜମେଶ୍ୱର ବିଶ୍ୱାଳ ନାମକ ବ୍ୟକ୍ତିଙ୍କ ସହ ତାଙ୍କ ପରିବାରର ଚାରି ଜଣ ମହିଳା ଓ ଚାରି ଜଣ ପୁରୁଷ ପାଉଣା ନପାଇବା ପର୍ଯ୍ୟନ୍ତ ପାଟଣାଗଡ ସ୍ଥିତ କେଭିଙ୍କ ଘର ସମ୍ମୁଖରେ ଧାରଣାରେ ବସି ରହିବେ ବୋଲି କହିଛନ୍ତି। ପାଟଣାଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶ୍ରମିକମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ତାଙ୍କ ଜିଦରେ ଅଟଳ ରହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.