Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||

ମଜୁରୀ ପାଇଁ ବନବିଭାଗକୁ ଶ୍ରମିକଙ୍କ ଚରମବାଣୀ ! ଦେଲେ ୧୦ ଦିନର ମହଲତ, ନହେଲେ ଆନ୍ଦୋଳନ

4/12/2020 at 7:48 PM

ସାନଖେମୁଣ୍ଡି ୦୪।୧୨: ରାଜ୍ୟସରକାରଙ୍କ ବନବିଭାଗ ଅଧିନରେ ମଜୁରୀ ଖଟିଥିଲେ ଶତାଧିକ ମହିଳା।  ଶ୍ରମିକ ଜଙ୍ଗଲ ବିଭାଗର ବନୀକରଣ କାର୍ଯ୍ୟରେ ଚାରାରୋପଣ ସହ ଗାତଖୋଳା ବେଢ଼ାବନ୍ଧେଇ ଆଦି କାର୍ଯ୍ୟରେ ଏହି ମହିଳାମାନେ ନିୟୋଜିତ ହୋଇଥିବା ବେଳେ ଗତ ୨୦୧୭ ମସିହାରୁ ଅଦ୍ୟାବଧି ୩ ବର୍ଷ ବିତିଯାଇଥିଲେ ମଧ୍ୟ ସେମାନଙ୍କୁ ମଜୁରୀ ମିଳିନଥିବା ଗୁରୁତର ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ନେଇ ଶେରଗଡ଼ ବ୍ଲକ ଅଲାଋଗଡ଼ ପଞ୍ଚାୟତଲକ୍ଷ୍ମୀପୁର ଗ୍ରାମର ମହିଳା ଶ୍ରମିକ ମାନେ ଦିଗପହଣ୍ଡି ବନାଞ୍ଚଳ ଅଧିକାରୀଙ୍କ ଅଫିସରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏଥିସହ ୧୦ ଦିନ ମଧ୍ୟରେ ମଜୁରୀ ପ୍ରାପ୍ୟ ନ ମିଳିଲେ ରେଞ୍ଜ କାର୍ଯ୍ୟାଳୟ ଆଗରେ ଅହୋରାତ୍ର ଧାରଣା ଦେବେ ବୋଲି ଚରମବାଣୀ ଶୁଣାଇଛନ୍ତି।

ଦୀର୍ଘ ୩ ବର୍ଷ ଧରି ସେମାନଙ୍କ ଶ୍ରମଦାନର ପ୍ରାପ୍ୟ ପାଇଁ ସମ୍ପୃକ୍ତ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ବାରମ୍ବାର ନିବେଦନ କଲେ ମଧ୍ୟ ସେମାନଙ୍କ ଗୁହାରି କେହି ଶୁଣିନଥିବା ଶ୍ରମିକ ମାନେ ଅଭିଯୋଗ କରିଛନ୍ତି। ବ୍ରହ୍ମପୁର ବନଖଣ୍ଡ ଦିଗପହଣ୍ଡି ବନାଞ୍ଚଳର ପାଟପୁର ସେକ୍ସନ ପି ଜଗନ୍ନାଥପୁର ଅଧୀନରେ ଥିବା ରାତନେଇପାହାଡ଼ ପାର୍ଶ୍ଵ, ପ୍ରତାପଗିରି ଖାରିଆଗୁଡା ଓ ଲକ୍ଷ୍ମୀପୁର ଅଞ୍ଚଳରେ ତିନିବର୍ଷ ପୂର୍ବେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଶେରଗଡ଼ ବ୍ଲକ ଅନ୍ତର୍ଗତ ଅଲାରିଗଡ଼ ପଞ୍ଚାୟତ ଲକ୍ଷ୍ମୀପୁର ଗ୍ରାମର ପ୍ରାୟ ୮୦ ଜଣ ପୁରୁଷ ଓ ମହିଳା ଗାତଖୋଳା ଚାରାରୋପଣ କାର୍ଯ୍ୟରେ ନିୟୋଜିତ ଥିଲେ।

ଅରୁଣ କୁମାର ଦାସ ନାମକ ବନରଖି ସେମାନଙ୍କୁ ଅଟୋରେ ସକାଳ ୬ଟାରେ କାମ ପାଇଁ ନେଇ ସନ୍ଧ୍ୟା ୬ ଟାରେ ଗ୍ରାମରେ ଛାଡୁଥିଲେ ବୋଲି ମହିଳାଶ୍ରମିକ ମାନେ ପ୍ରକାଶ କରିଛନ୍ତି। ଏଭଳି ଦୀର୍ଘ ୩ ମାସ ଶ୍ରମଦାନ କରିଥିଲା ବେଳେ ସେମାନଙ୍କୁ ମଜୁରୀ ମିଳିନଥିଲା। ବାରମ୍ବାର ଟଙ୍କା ମାଗିବା ପରେ କାମ କରିଥିବା ଶ୍ରମିକଙ୍କ ନାମ ବିଭାଗର ମାଷ୍ଟରରୋଲରେ ନଥିବା ଜାଣିଲାପରେ ଶ୍ରମିକଙ୍କ ସନ୍ଦେହ ବଢ଼ିବାରୁ ଶ୍ରମିକ ମାନେ ବ୍ରହ୍ମପୁର ଡ଼ି ଏଫ ଓ. ଏସିଏଫ ଜିଲ୍ଲାପାଳ ପ୍ରମୁଖଙ୍କ ଠାରେ ଲିଖିତ ଅଭିଯୋଗ କରି ଦୃଷ୍ଟି ଆକର୍ଷଣ କରିଥିଲେ। ଏହା ପରେ ଅତିରିକ୍ତ ବନ୍ୟ ସଂରକ୍ଷକଙ୍କ ପକ୍ଷରୁ ବନବିଭାଗ ଅଧିକାରୀ ମାନେ ଉକ୍ତ ଗ୍ରାମକୁ ଯାଇ ଶ୍ରମିକ ମାନଙ୍କ ବୟାନ ନେବା ସହ ତଦନ୍ତ କରି ମଜୁରୀ ପ୍ରଦାନର ପ୍ରତିଶୃତି ଦେଇଥିଲେ। ତେବେ ୨୦୧୯ ମସିହାରୁ ମଜୁରୀ ଦେବୁ ଦେବୁ କହି ଏବେଯାଏଁ ମୁଲଟଙ୍କା ମିଳିନାହିଁ ବୋଲି ମହିଳା ଶ୍ରମିକ ମାନେ ବୈଠକରେ ପ୍ରକାଶ କରିଛନ୍ତି। ନିଜେ ଦୀର୍ଘ ୩ ମାସ ଶ୍ରମଦାନ କରି ଖଟିଥିଲା ବେଳେ ତାଙ୍କ ମଜୁରୀ ବାବଦ ଟଙ୍କା କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି।

   Related Posts