ସାରୁଅ ତରଙ୍ଗ ଷ୍ଟୁଡିଓ ଫାଟକ ସମ୍ମୁଖରେ ନବମ ଦିନରେ ଶ୍ରମିକଙ୍କ ଧାରଣା

Published By : Prameya-News7 Bureau | November 09, 2020 IST

ଖୋର୍ଦ୍ଧା ୯।୧୧: ଖୋର୍ଦ୍ଧା ସାରୁଅ ସ୍ଥିତ ତରଙ୍ଗ ଷ୍ଟୁଡିଓରେ କାମ କରୁଥିବା ଠିକା ଶ୍ରମିକଙ୍କ ଧାରଣା ନବମ ଦିନରେ ପହଞ୍ଚିଛି । ନିଜର ହକ୍ ଯଥା ସ୍ଥାୟୀ ନିଯୁକ୍ତି, ସରକାରଙ୍କ ନିୟମ ଅନୁଯାୟୀ ବେତନ ପ୍ରଦାନ, ଓ ଇଏସଆଇ, ଇପିଏଫ, ଲାଇଫ୍ ଇନସ୍ୟୁରାନ୍ସ ପ୍ରଦାନ ପାଇଁ ଶ୍ରମିକମାନେ ଦାବି କରିଛନ୍ତି । ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଧାରଣାରେ ବସିଥିବା ଶ୍ରମିକମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ । ଫଳରେ ଶ୍ରମିକମାନଙ୍କ ଧାରଣା ଜାରି ରହିଛି । ଦାବି ନ ପୂରଣ ହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଶ୍ରମିକମାନେ କହିଛନ୍ତି ।

{"id":358585,"sizeSlug":"large"}

ସାରୁଅ ଜମି କେଳେଙ୍କାରୀ ମାମଲାରେ ଗୋଟିଏ ପଟେ ଖୋର୍ଦ୍ଧା ପୋଲିସ ଓ ପ୍ରଶାସନ ତଦନ୍ତ କରୁଥିବା ବେଳେ ଅନ୍ୟପଟେ କ୍ରାଇମବ୍ରାଞ୍ଚ ଏହାର ତଦନ୍ତ ଜାରି ରଖିଛି । ଓଡିଶା ଇମ୍ପ୍ରା ଟେକ୍ ର କର୍ମଚାରୀ ରବି ସେଠୀକୁ ଜମି ବିକ୍ରି କରିଥିବା ୨୨ ଜଣ ବିକ୍ରେତା ଆଜି ଖୋର୍ଦ୍ଧା ଜିଲ୍ଲା ଜର୍ଜ କୋର୍ଟରେ ନିଜ ପକ୍ଷ ରଖିବେ ।

{"id":358586,"sizeSlug":"large"}

ସେପଟେ ତରଙ୍ଗ ଷ୍ଟୁଡିଓର ଠିକା ଶ୍ରମିକଙ୍କୁ ଧମକ ଚମକ ଗାଳିଗୁଲଜ କରିବା ଅଭିଯୋଗରେ ଜେଲ୍ ଯାଇଥିବା ଓଡିଶା ଇମ୍ପ୍ରା ଟେକ୍ ର ଦୁଇ କର୍ମଚାରୀ ଦୀନବନ୍ଧୁ ସାମନ୍ତ ଓ  ବିଶ୍ବଜିତ୍ ରାଉତରାୟଙ୍କର  ଜାମିନ ଆବେଦନର ଶୁଣାଣି ଆଜି ଖୋର୍ଦ୍ଧା ଅତିରିକ୍ତ ଦୌରାଜର୍ଜଙ୍କ କୋର୍ଟରେ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.