Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ତରଙ୍ଗ ଷ୍ଟୁଡିଓ ସମ୍ମୁଖରେ ୧୬ଦିନରେ ଠିକା ଶ୍ରମିକଙ୍କ ଧାରଣା, ୧୮ରେ ହାଜର ହେବାକୁ ଡିଏଲସିଙ୍କ ନୋଟିସ୍

16/11/2020 at 1:01 PM

ଖୋର୍ଦ୍ଧା ୧୬।୧୧: ତରଙ୍ଗ ଷ୍ଟୁଡିଓରେ କାମ କରୁଥିବା ଠିକା ଶ୍ରମିକଙ୍କ ଧାରଣା ୧୬ ଦିନରେ ପହଞ୍ଚିଛି। ନିଜର ହକ୍ ଯଥା ସ୍ଥାୟୀ ନିଯୁକ୍ତି, ସରକାରଙ୍କ ନିୟମ ଅନୁଯାୟୀ ବେତନ ପ୍ରଦାନ, ଇଏସଆଇ, ଇପିଏଫ, ଲାଇଫ୍ ଇନସ୍ୟୁରାନ୍ସ ପ୍ରଦାନ ପାଇଁ ଶ୍ରମିକମାନେ ଦାବି  କରିଛନ୍ତି । ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଧାରଣାରେ ବସିଥିବା ଶ୍ରମିକମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ ।

ଫଳରେ ଶ୍ରମିକମାନଙ୍କ ଧାରଣା ଜାରି ରହିଛି । ଦାବି ନ ପୂରଣ ହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଶ୍ରମିକମାନେ କହିଛନ୍ତି । ଖୁବ୍ ଶୀଘ୍ର ଶ୍ରମିକଙ୍କୁ ନ୍ୟାୟ ନ ମିଳିଲେ ଶ୍ରମିକମାନେ ରାଜ ରାସ୍ତାକୁ ଓହ୍ଲାଇବା ନେଇ ଚେତାବନୀ ଦେଇଛନ୍ତି ।

ଅନ୍ୟ ପକ୍ଷରେ ଆସନ୍ତା ୧୮ତାରିଖ ଦିନ ଉଭୟ ଶ୍ରମିକ ଏବଂ ଓଟିଭି କର୍ତ୍ତୃପକ୍ଷଙ୍କୁ ଆଲୋଚନା ନେଇ କାର୍ଯ୍ୟାଳୟରେ ହାଜର ହେବାକୁ ଭୁବନେଶ୍ବର ଡିଏଲସି ନୋଟିସ ଜାରି କରିଛନ୍ତି ।

   Related Posts