Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୭ କୋଭିଡ୍ ପଜିଟିଭ୍, ୩୩୭୧୯୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଓଡିଶା ହାତରୁ ଖସୁଛି ବନ୍ଧୁଗାଁ ବ୍ଲକ, ଲୋଭ ଦେଖାଇ ଗାଁ ଲୋକଙ୍କୁ ନିଜ ଆଡକୁ ଟାଣୁଛି ଆନ୍ଧ୍ର
  • ||
  • ଅଟୋକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ : ଜଣେ ମୃତ, ୩ ଗୁରୁତର
  • ||
  • ବାଇକକୁ ଧକ୍କା ଦେଲା ହାଇଓ୍ୱା, ଆରୋହୀ ମୃତ
  • ||
  • ଯୁବତୀଙ୍କୁ ଘରୁ ଉଠାଇ ନେଇ ୧୫ ଦିନ ଧରି ଦୁଷ୍କର୍ମ ! ଅଭିଯୁକ୍ତ ଦେଉଥିଲା ହତ୍ୟା ଧମକ, ଫଟୋ ଭାଇରାଲ ନେଇ କରୁଥିଲା ବ୍ଲାକମେଲିଂ…
  • ||
  • ତାତିରୁ ଏବେ ନିସ୍ତାର ନାହିଁ, ଆହୁରି ଛଟପଟ କରିବ ଖରା
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||

ସମ୍ବଲପୁରୀ ବସ୍ତ୍ରାଳୟରେ ଶ୍ରମିକ ଆଶାନ୍ତି: ଆନ୍ଦୋଳନ ପାଇଁ ଚେତାବନୀ ଦେଲା ସଂଘ

23/06/2020 at 4:19 PM

ବରଗଡ଼୨୩/୬:  ବରଗଡ଼ ଜିଲ୍ଲା ସମବାୟ ସମିତି ଦ୍ୱାରା ପରିଚାଳିତ ସମ୍ବଲପୁରୀ ବସ୍ତ୍ରାଳୟରେ ଦେଖା ଦେଇଛି ଶ୍ରମିକ ଅଶାନ୍ତି । ବସ୍ତ୍ରାଳୟର ପରିଚାଳନା ନିର୍ଦ୍ଦେଶକ ଭାବେ ପୂର୍ବରୁ କାର୍ଯ୍ୟ କରୁଥିବା ଦଶରଥ ନନ୍ଦ ଶ୍ରମିକ ଏବଂ ବୁଣାକାରଙ୍କୁ ଖରାପ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ଏହାସହ ସେମାନଙ୍କୁ ଅଯଥାରେ ହଇରାଣ କରାଯାଉଥିବା ନେଇ ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର କମିଶନର ଓ ଡ଼ାଇରେକ୍ଟଙ୍କୁ ଲିଖିତ ଅଭିଯୋଗ ମଧ୍ୟ କରାଯାଇଛି।

ହେଲେ ୨୦୧୯ ମସିହାରୁ ଅଭିଯୋଗ ସତ୍ତ୍ୱେ ଶ୍ରୀ ନନ୍ଦଙ୍କ ବିରୋଧରେ ଏଯାଏଁ କୌଣସି ଉଚିତ୍‌ ପଦକ୍ଷେପ ନିଆ ଯାଇନାହିଁ। ଶ୍ରୀ ନନ୍ଦ ୨୦୧୮/୧୯ ମେ ମାସରେ ଅବସର ନେବା ପରେ ତାଙ୍କୁ ୨୦୧୯/୨୦ ମସିହାରେ ଅସ୍ଥାୟୀ ଭାବେ ପୁନର୍ବାର ସମ୍ବଲପୁରୀ ବସ୍ତ୍ରାଳୟର ପରିଚାଳନା ନିର୍ଦ୍ଦେଶକ ଭାବେ ଦାୟିତ୍ବ ଦିଆଯାଇଥିଲା। ଏଠି ପ୍ରଶ୍ନ ଉଠୁଛି ତାଙ୍କ ବିରୋଧରେ ଅଭିଯୋଗ ଥିବା ସତ୍ତ୍ବେ ତାଙ୍କୁ ପୁନର୍ବାର କାହିଁକି ଦାୟିତ୍ବ ଦିଆଗଲା। ଯଦି ୨୦୨୦/୨୧ ପାଇଁ ନିର୍ଦ୍ଦେଶ ଭାବେ ଦାୟିତ୍ବ ନିଅନ୍ତି, ତେବେ କାର୍ଯ୍ୟରତ ୨୫୦ ଜଣ କର୍ମଚାରୀ ସାମୂହିକ ଭାବେ ଆନ୍ଦୋଳନକୁ କରିବେ ବୋଲି ଚେତାବନୀ ଦେଇଛନ୍ତି।

ତେବେ ପ୍ରାୟ ୫୦୦୦ ବୁଣାକାର ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଏହି ବସ୍ତ୍ରାଳୟ ଉପରେ ନିର୍ଭରଶୀଳ ଥିବା ବେଳେ ୨୫୦ ଶ୍ରମିକ ସିଧାସଳଖ ଏହି ବସ୍ତ୍ରାଳୟ ଉପରେ ନିର୍ଭର କରନ୍ତି। ତେବେ ସମସ୍ତଙ୍କୁ ଅଶାନ୍ତି ପରିବେଶରେ କାମ କରିବାକୁ ପଡୁଛି, ଯାହାକୁ ନେଇ ଆଜି ସଙ୍ଘ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୁନର୍ବାର ଶ୍ରୀ ନନ୍ଦଙ୍କୁ ଯଦି ବରଗଡ଼ ସମ୍ବଲପୁରୀ ବସ୍ତ୍ରାଳୟର ନିର୍ଦ୍ଦେଶକ ଭାବେ ଦାୟିତ୍ବ ଦିଆଯାଏ, ତା ହେଲେ ସମ୍ପୂର୍ଣ ବସ୍ତ୍ରାଳୟକୁ ତଲାବନ୍ଦ କରି ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ସଂଘ ସଭାପତି ନିମାଇଁ ଚରଣ ଭୋଇ ଏବଂ ସମ୍ପାଦକ ସୁନୀଲ କୁମାର ପଟ୍ଟନାୟକ।

   Related Posts