Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ରାଜ୍ୟ ବାହାରକୁ ନଯାଇ ବି ଘରେ ପଶି ପାରୁନାହାନ୍ତି ଶ୍ରମଜୀବୀ: କରୋନା ଆଳରେ ଅଟକାଉଛନ୍ତି ଗାଁ ଲୋକେ, ଭୋକ ଉପାସରେ ଜୀବନ ଅନିଶ୍ଚିତ

16/05/2020 at 4:45 PM

ବରଗଡ, ୧୬|୦୫: ସୁରଟ, ପଶ୍ଚିମବଙ୍ଗ କିମ୍ବା  ରାଜ୍ୟ ବାହାର କୌଣସି ସ୍ଥାନକୁ ଯାଇ ନଥିଲେ । ଜିଲ୍ଲା ବାହାରେ ଖଟି ପେଟ ପୋଷୁଥିଲେ । ଆଉ ଏବେ ଭିଟାମାଟିକୁ ଫେରିପାରୁ ନାହାଁନ୍ତି । କରୋନା ସୃଷ୍ଟି କରିଛି କରୁଣ ପରିସ୍ଥିତି । ଗାଁଲୋକେ ଘର ବାଟ ବନ୍ଦ କରିଛନ୍ତି । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡରେ କିଛି ଶ୍ରମଜୀବୀ ଏପରି ସ୍ଥିତିରେ ଅସହାୟ ହୋଇ ପଡିଛନ୍ତି ।  ରାଜ୍ୟ ଭିତରେ ଦାଦନ ଖଟିବାକୁ ଯାଇଥିବା ଶ୍ରମିକ ଏବଂ ସେମାନଙ୍କ ପରିବାରକୁ ଗାଁ ଭିତରେ ପୁରାଇ ଦେଉନାହାଁନ୍ତି ସେମାନଙ୍କ ଗାଁ ଲୋକେ । କରୋନା ସଂକ୍ରମିତ ହୋଇଥିବା ଭୟରେ ସେମାନଙ୍କୁ ଗାଁ ଭିତରକୁ ପୁରେଇ ଦେଉ ନାହାନ୍ତି । ବର୍ତ୍ତମାନ ଏହି ଶ୍ରମିକ ମାନେ ଗୋଟିଏ ପ୍ରକାର ଗ୍ରାମରୁ ବାସନ୍ଦ ହୋଇଛନ୍ତି । ଆଶ୍ରୟ ଓ ଖାଦ୍ୟ ସଙ୍କଟରେ ପଡିଛନ୍ତି ଏପରି କିଛି ଶ୍ରମଜୀବୀ ।  ନିଜର ଖାଦ୍ୟ ନିଜେ ଯୋଗାଡ କରିବାରେ ମଧ୍ୟ ଅସମର୍ଥ ଏବଂ ସରକାରୀ ସ୍ତରରେ ଏମାନଙ୍କୁ ଖାଇବା ପାଇଁ ଦେବାର ମଧ୍ୟ  ନିର୍ଦ୍ଦେଶ ନାହିଁ ତେଣୁ ଅନେକ ସ୍ଥାନରେ ଭୋକ ଉପାସରେ ଦିନ କାଟୁଛନ୍ତି  ଏହି ଶ୍ରମିକ ପରିବାର ।

କରୋନା ମହାମାରୀ ରେ ଭୟଭୀତ ଓ ଆତଙ୍କିତ ହୋଇ ରାଜ୍ୟ ବାହାରୁ ଓ ରାଜ୍ୟ ଭିତରେ ଥିବା ଲକ୍ଷ ଲକ୍ଷ ଦାଦନ ଶ୍ରମିକ ନିଜ ନିଜ ଭିଟା ମାଟିକୁ ପ୍ରତ୍ୟାବର୍ତ୍ତନ ଆରମ୍ଭ କରିଛନ୍ତି  । ଓଡିଶା ବାହାରୁ ଆସୁଥିବା ଦାଦନ ଶ୍ରମିକ ମାନଙ୍କ ପାଇଁ ରାଜ୍ୟ ସରକାର ଗାଁ ଗାଁରେ ସ୍କୁଲ ଘର ଗୁଡିକରେ କ୍ୱାରେଣ୍ଟାଇନ ସେଣ୍ଟର ଖୋଲି ସେମାନଙ୍କ ୨୧ ଦିନର ରହିବା, ଖାଇବା ବ୍ଯବସ୍ଥା ସହ ପ୍ରତି ଶ୍ରମିକଙ୍କୁ ୨ ହଜାର ଟଙ୍କା ପ୍ରଦାନ ପାଇଁ ନିଷ୍ପତ୍ତି ନେଇଛନ୍ତି   । କିନ୍ତୁ ରାଜ୍ୟ ଭିତରେ କଟକ,ଯାଜପୁର,ଗଂଜାମ,କୋଣାର୍କ, ବାଲେଶ୍ବର ଅଞ୍ଚଳକୁ ଦାଦନ ଖଟି ଯାଇ ବର୍ତ୍ତମାନ ନିଜର ଭିଟା ମାଟିକୁ ପଦ୍ମପୁର ଉପଖଣ୍ଡକୁ ଫେରୁଥିବା ଶ୍ରମିକ ମାନଙ୍କୁ ନେଇ ଗାଁ ଗାଁରେ ବିବାଦ ଆରମ୍ଭ ହୋଇଛି  । ଇତି ମଧ୍ୟରେ ପାଇକମାଲ ବ୍ଲକ ପଲସଦା ଗ୍ରାମ ପଞ୍ଚାୟତ ବିଜାଡିହି , ମାଣ୍ତୋସିଲ ଗ୍ରାମ ପଞ୍ଚାୟତ ଡୁମ୍ବେରବାହାଲ,ଧାରୋଲ,ମାଣ୍ତୋସିଲ, ଭୂତମୁଣ୍ତା ,ବରତୁଣ୍ତା ଗ୍ରାମ ପଞ୍ଚାୟତ,ବାଦିକଟା ଗ୍ରାମ ପଞ୍ଚାୟତ ଘେଁସରା,ବାଦିକଟା ,ଲହଙ୍ଗେର ଏବଂ ଝାରବନ୍ଦ ବ୍ଲକର ଚଣ୍ତିଭଟା ଗ୍ରାମ ପଞ୍ଚାୟତ , ଅମଠି  ଆଦି ଏହି ଅଞ୍ଚଳର ପ୍ରାୟ ୩ ହଜାର ଶ୍ରମିକ ପଦ୍ମପୁର ଅଞ୍ଚଳକୁ ଫେରିଛନ୍ତି  ।

ଗାଁକୁ ଫେରିବାରୁ ଗ୍ରାମବାସୀ ମାନେ ସେମାନଙ୍କୁ ଗାଁ ଭିତରକୁ ପୁରେଇ ଦେଉନାହାଁନ୍ତି ତେଣୁ ବାଧ୍ୟ  ହୋଇ  ଗାଁର ସ୍କୁଲ କିମ୍ବା ଗାଁ ବାହାର ଖାଲି  ଗୃହରେ ରହୁଛନ୍ତି ।  ସରକାରଙ୍କ ଗାଇଡଲାଇନରେ ରାଜ୍ୟ ଭିତର ଆସୁଥିବା ଶ୍ରମିକ ମାନଙ୍କ ପାଇଁ ଗ୍ରାମ ପଞ୍ଚାୟତ ତରଫରୁ ରହିବାର କିମ୍ବା ଖାଇବାର ବ୍ୟବସ୍ଥା ନାହିଁ  । ଏ ଶ୍ରମିକ ମାନେ କରୋନା ରେଡ୍ ଜୋନ ଯାଜପୁର, ଗଂଜାମ,ବାଲେଶ୍ବର ଜିଲ୍ଲାରୁ ଫେରୁଥିବାରୁ ଗାଁ ଭିତରେ ଉତ୍ତେଜନା ସୃଷ୍ଟି ହୋଇ ଗାଁକୁ ଲୋକ ମଧ୍ୟ ପୁରେଇ ଦେଉନାହାନ୍ତି  । ଏମାନଙ୍କ ପାଇଁ କୌଣସି ପ୍ରକାର ଅର୍ଥ ବ୍ୟବସ୍ଥା ନଥିବାରୁ ସରପଞ୍ଚ, ବିଡିଓମାନେ ମଧ୍ୟ ଅସହାୟ ହୋଇ ହାତ ଟେକି ଦେଉଛନ୍ତି  ।  ବିଡମ୍ବନାର ବିଷୟ ଯେ , ବର୍ତ୍ତମାନ ଏହି ଶ୍ରମିକ ମାନେ ଗୋଟିଏ ପ୍ରକାର ଗ୍ରାମରୁ ବାସନ୍ଦ ହୋଇଛନ୍ତି । ତେଣୁ କୋଣସି କାମ କରି , ନିଜର ଖାଦ୍ୟ ନିଜେ ଯୋଗାଡ କରିବାରେ ମଧ୍ୟ ଅସମର୍ଥ ତେଣୁ ଅନେକ ସ୍ଥାନରେ ଭୋକ ଉପାସରେ ମଧ୍ୟ ଅଛନ୍ତି  । ଓଡିଶା ଭିତରୁ ଆସୁଥିବା ଏହି ଦାଦନ ଶ୍ରମିକ ମାନଙ୍କ ପ୍ରତି ରାଜ୍ୟ ସରକାର ସମ୍ବେଦନଶୀଳ ହୋଇ ଏମାନଙ୍କ ରହିବା ଓ ଖାଇବାର ଏକ ସ୍ବତନ୍ତ୍ର ଗାଇଡ ଲାଇନ୍  ପ୍ରସ୍ତୁତ କରିବା ନିତ୍ୟାନ୍ତ ଆବଶ୍ୟକ ହୋଇପଡିଛି ।

   Related Posts