ଉହାନ ୩୦।୧: ନୂଆ କରୋନା ଭାଇରସ ସଂକ୍ରମଣର ମୁକାବିଲା ଲାଗି ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟକ୍ରମ ହାତକୁ ନେଇଛି ଚୀନ। ଏହି କ୍ରମରେ ଭୂତାଣୁର ଉତ୍ପତି ସ୍ଥଳ ଉହାନର ହୁଓ ସାନସାନ ପ୍ରାନ୍ତରେ ୫ଶହ ଶ୍ରମିକ ଓ ସ୍ୱେଚ୍ଛାସେବୀ ମିସି ମାତ୍ର ୪୮ ଘଣ୍ଟାରେ ୭୦୦ରୁ ୧୦୦୦ ଶଜ୍ୟା ବିଶିଷ୍ଟ ଏକ ବିଶାଳ ହସ୍ପିଟାଲ ତିଆରିଛନ୍ତି। ସ୍ୱେଚ୍ଛାସେବୀ ଓ ଶ୍ରମିକଙ୍କ ଏହି କାର୍ଯ୍ୟ ନିଜକୁ ନିଜେ ଏକ ରେକର୍ଡ ହୋଇଥିବା ବେଳେ ଏବେ ପ୍ରାନ୍ତରେ ଭୂତାଣୁ ସଂକ୍ରମିତକଙ୍କୁ ସାଧାରଣ ହସ୍ପିଟାଲ ବଦଳେ ଏକାନ୍ତରେ ଉନ୍ନତମାନର ଚିକିତ୍ସା ସେବା ଯୋଗାଇ ଦେବା ସୁବିଧାଜନକ ହେବ।
wp:html/wp:htmlDay 6 of constructing Huoshenshan Hospital in #Wuhan, a new facility providing 700 to 1,000 beds for #coronavirus infected patients, which is expected to be completed on Feb 2. pic.twitter.com/HE6GNhp0Et
— People's Daily, China (@PDChina) January 29, 2020
ଚୀନରେ କରୋନା ଭାଇରସ ସଂକ୍ରମଣ ପରଠାରୁ ଏପର୍ଯ୍ୟନ୍ତ ୧୭୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ଏବେ ଦିନକୁ ଦୁଇଗୁଣା ରାତିକୁ ୪ ଗୁଣା ହାରରେ ବଢିବାରେ ଲାଗିଛି। ଏଥିରେ ଏତେ ସଂଖ୍ୟକ ଲୋକଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ଏବେ ଚୀନ ସରକାରଙ୍କ ଲାଗି ଚିନ୍ତାର ବିଷୟ ହୋଇଥିବା ବେଳେ ହୁଆଙ୍ଗାଙ୍ଗ ପ୍ରାନ୍ତରେ ପ୍ରଥମେ ଡାବି ମାଉଣ୍ଟେନ ଆଞ୍ଚଳିକ ଚିକିତ୍ସାକେନ୍ଦ୍ର ଓ ଏବେ ହୁଓ ସାନସାନ ହସ୍ପିଟାଲ ସରକାରଙ୍କ ଚିନ୍ତା ଦୂର କରିବାରେ ସହାୟକ ହୋଇଛି।
{"id":217847,"width":578,"height":383,"sizeSlug":"large"}ତେବେ ହୁଓସାନସାନରେ ପୂର୍ବରୁ ଏକ ବିଶାଳ ବିଲ୍ଡିଂ ପରିତ୍ୟକ୍ତ ଅବସ୍ଥାରେ ଥିଲା। ଏହି ବିଲ୍ଡିଂକୁ ସ୍ୱେଚ୍ଛାସେବୀମାନେ ମିସି ଶ୍ରମିକଙ୍କ ସହାୟତାରେ ୧ହଜାର ଶଜ୍ୟା ବିଶିଷ୍ଟ ହସ୍ପିଟାଲରେ ରୂପାନ୍ତରିତ କରିଛନ୍ତି। ଏବେ ତୃତୀୟ ହସ୍ପିଟାଲ ନିମନ୍ତେ କାମ ଆରମ୍ଭ ହୋଇଥିବା ବେଳେ ୫ ତାରିଖରୁ ସେଠାରେ ରୋଗୀଙ୍କ ଚିକିତ୍ସା ଲାଗି ହସ୍ପିଟାଲକୁ ବ୍ୟବହାର କରାଯାଇପାରିବ। ଏବେ ଲିସେନସାନରେ ପୁଣି ଏକ ନୂଆ ହସ୍ପିଟାଲର କାମ ବି ଆରମ୍ଭ ହୋଇଯାଇଥିବା ଜଣାପଡିଛି। ଏହି ହସ୍ପିଟାଲର ନିର୍ମାଣ ଶେଷ ହେଲେ କରୋନା ଭାଇରସ ସଂକ୍ରମିତଙ୍କ ଚିକିତ୍ସା ଲାଗି ଏହା ହେବ ଦେଶର ଚତୁର୍ଥ ହସ୍ପିଟାଲ ।