Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଠିକାଦାରଙ୍କ ସହ ବଡବଡିଆଙ୍କ ମେଣ୍ଟ : ବିନା ଟେଣ୍ଡରରେ ଲକ୍ଷାଧିକ ଟଙ୍କାର କାମ, କ୍ବାଲିଟିର ହେଉନି ତଦାରଖ

11/03/2021 at 4:15 PM

ରାଇରଙ୍ଗପୁର ୧୧।୩: ଠିକାଦାରଙ୍କୁ ଅହେତୁକ ଅନୁକମ୍ପା ଦେଖାଇବାକୁ ଯାଇ ଜଣେ ସହକାରୀ ଯନ୍ତ୍ରୀଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆସିଛି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ରାସ୍ତା ଓ ଗୃହ ନିର୍ମାଣ ବିଭାଗ କାର୍ଯ୍ୟାଳୟରେ ।

ଅଭିଯୋଗ ଅନୁଯାୟୀ, ରାଇରଙ୍ଗପୁର ପୂର୍ତ୍ତ ବିଭାଗରେ କିଛି ଅଧିକାରୀ ତାଙ୍କ ସମ୍ପର୍କୀୟଙ୍କୁ ଉପଖଣ୍ଡ ବାହାରୁ ଆଣି ଲକ୍ଷ ଲକ୍ଷ ଟଙ୍କାର ପିଚୁ କାମ କରାଉଛନ୍ତି । ଅଧିକାରୀଙ୍କ ସହଯୋଗରେ ଅତି ନିମ୍ନମାନର ପିଚୁ କାମ କରାଯାଉଥିବା ନେଇ ଅଭିଯୋଗ ହୋଇଛି । ଟେଣ୍ଡର ଆହ୍ବାନ ନକରି ଲକ୍ଷାଧିକ ଟଙ୍କାର କାମ ଦିଆଯାଉଛି । କାମ ତଦାରଖ ପାଇଁ ଯନ୍ତ୍ରୀ ନଥିବା ବେଳେ ସହକାରୀ ଯନ୍ତ୍ରୀଙ୍କୁ ଦାୟିତ୍ବ ଦିଆଯାଉନାହିଁ ।

ଏନେଇ ମୁଖ୍ୟଯନ୍ତ୍ରୀ ଗତ ୨୪/୨/୨୦୨୧ ପତ୍ର ସଂଖ୍ୟା ୮୩୦୩ ମାଧ୍ୟମରେ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଜାରି କରିଥିଲେ ସହକାରୀ ଯନ୍ତ୍ରୀଙ୍କୁ ଯଥାଶୀଘ୍ର ଡିଭିଜନ ୦୧ର ସମସ୍ତ ଦାୟିତ୍ବ ଦେବା ପାଇଁ । କିନ୍ତୁ ତାଙ୍କ ନିର୍ଦ୍ଦେଶକୁ ଅଣଦେଖା କରି ଆଉ ଜଣେ ସହକାରୀ ଯନ୍ତ୍ରୀଙ୍କ ଜରିଆରେ କାମ କରାଉଛନ୍ତି । ଏଭଳି ନିମ୍ନମାନର କାମକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଏହାର ତଦନ୍ତ କରା ଯିବାକୁ ଦାବି ହୋଇଛି ।

   Related Posts