ଭୁବନେଶ୍ବର ୧|୩: ବହୁ ଚର୍ଚ୍ଚିତ ପୂର୍ତ୍ତ ବିଭାଗ ସଚିବ ନଳିନୀକାନ୍ତ ପ୍ରଧାନ ଇସ୍ତଫା ଦେଇଛନ୍ତି । ତାଙ୍କ ସ୍ଥାନରେ ନୂତନ ସଚିବ ଭାବେ ଦାୟିତ୍ବ ନେଇଛନ୍ତି ରସାନନ୍ଦ ସାହୁ । ଗତକାଲି ସେ ଏହି ଇସ୍ତଫା ଦେଇଥିବା ଜଣାପଡିଛି । ନଳିନୀକାନ୍ତ ପ୍ରଧାନ ସମ୍ବଲପୁର ଜିଲ୍ଲା ରେଢାଖୋଲରୁ ବିଜେଡିର ପ୍ରାର୍ଥି ହେବା ନେଇ ଚର୍ଚ୍ଚା ହେଉଥିଲା । ଇସ୍ତଫା ଦେବା ପରେ ସେ ବିଜେଡିରେ ଅତିଶୀଘ୍ର ଯୋଗଦେଇପାରନ୍ତି ବୋଲି ଆଲୋଚନା ହେଉଛି । ନଳୀନିକାନ୍ତ ପ୍ରଧାନ ସଚିବ ଥିବା ସମୟରେ ଭୁବନେଶ୍ବର ବମିଖାଲ ଓଭରବ୍ରିଜ୍ ସ୍ଲାବ୍ ଖସିବା ଘଟଣାକୁ ନେଇ ସେ ବେଶ୍ ଚର୍ଚ୍ଚାକୁ ଆସିଥିଲେ । ଗତ କିଛିମାସ ହେଲା ରେଢାଖୋଲର ବିଭିନ୍ନ କାର୍ଯ୍ୟକ୍ରମରେ ତାଙ୍କ ପୋଷ୍ଟର ମଧ୍ୟ ଦେଖିବାକୁ ମିଳୁଥିଲା ।
ବିଜେଡି ଫୋକସରେ ମହିଳା ପ୍ରାର୍ଥୀ, ବିଧାନସଭାରେ ୩୦ରୁ...