ଆଗେଇଲା ଏସ୍‌ସିବି ସମ୍ପ୍ରସାରଣ ପ୍ରକଳ୍ପ କାମ, ବିସ୍ଥାପିତ ପରିବାରଙ୍କୁ ଥଇଥାନ...

Published By : Prameya-News7 Bureau | March 02, 2020 IST

 କଟକ୨/୩: ଏସ୍ ସି ବି ସମ୍ପ୍ରସାରଣ ପ୍ରକଳ୍ପ ପାଇଁ ବିସ୍ଥାପିତ ପରିବାରଙ୍କୁ କରାଗଲା ଥଇଥାନ । ପ୍ରଥମ ପର୍ଯ୍ୟାୟରେ ୯୫ଟି ପରିବାରକୁ ନିମପୁରର ଶୀକାରିପୁର ଅଞ୍ଚଳରେ ଅସ୍ଥାୟୀ ଭାବେ ଥଇଥାନ କରିଛି ଜିଲ୍ଲା ପ୍ରଶାସନ । ଥଇଥାନ ପାଇଁ ପ୍ରଶାସନ କରିଥିବା ବ୍ୟବସ୍ଥାରେ ବି ବସ୍ତି ବାସିନ୍ଦା ସନ୍ତୋଷ ପ୍ରକାଶ କରିଛନ୍ତି ।

ଆଉ ପାଦେ ଆଗେଇଲା କଟକ ଏସ୍ ସି ବି ସମ୍ପ୍ରସାରଣ ପ୍ରକଳ୍ପ କାମ । ଏସ୍ ସି ଵି ସମ୍ପ୍ରସାରଣ ପାଇଁ ବିସ୍ଥାପିତ ପରିବାରଙ୍କୁ ସୋମବାରଠାରୁ ଥଇଥାନ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ତାଳଦଣ୍ଡା କେନାଲ କୂଳରେ ରହୁଥିବା ୯୫ ପରିବାରକୁ ନିମପୁରର ଶୀକାରିପୁର ଅଞ୍ଚଳରେ ଅସ୍ଥାୟୀ ଭାବେ ଥଇଥାନ କରାଯାଇଛି । ଥଇଥାନ ବ୍ୟବସ୍ଥାକୁ ନେଇ ବସ୍ତି ବାସିନ୍ଦାମାନେ ବେଶ୍ ସନ୍ତୋଷ ପ୍ରକାଶ କରିଛନ୍ତି ।

ବିସ୍ଥାପିତ ପରିବାର ପାଇଁ ସ୍ଵତନ୍ତ୍ର ଟେଣ୍ଟ ସହ ଵିଜୁଳି ଓ ପାଣିର ଵ୍ୟଵସ୍ଥା କରାଯାଇଛି। ଏହା ସହ ସାତ ଦିନ ପାଇଁ ଵିସ୍ଥାପିତଙ୍କ ପାଇଁ ଖାଦ୍ୟର ଵ୍ୟଵସ୍ଥା ମଧ୍ୟ କରାଯାଇଛି । ଏଥି ସହ ବିସ୍ଥାପିତ ପରିବାରଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଆର୍ଥିକ ସାହାଯ୍ୟ ଦିଆଯାଇଛି । ସ୍ଥାୟୀ ଥଇଥାନ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ଆପାର୍ଟମେଂଟ ତିଆରି କରିବାର ଯୋଜନା ରଖିଛି ଜିଲ୍ଲା ପ୍ରଶାସନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.