Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ମଶାଣି ପାଲଟିଛି ନିଜେ ମଶାଣି: ନିମ୍ନମାନ କାମର ନଗ୍ନଚିତ୍ର

10/05/2020 at 5:18 PM

ଡେଲାଙ୍ଗ୧୦/୫: ମଶାଣି ନିଜେ ପାଲଟି ଯାଇଛି ମଶାଣି। ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକରେ ନିମ୍ନମାନରେ କାମ କରାଯାଉଥିବାର ନଗ୍ନ ଚିତ୍ର ଦେଖିବାକୁ ମଳିଛି। ମାତ୍ର ୨ ବର୍ଷ ଭିତରେ ନିର୍ମାଣ ହୋଇଥିବା ମଶାଣି ଭାଙ୍ଗି, ରୁଜି ଝାରଖାର ହୋଇଯାଇଛି। ବର୍ତ୍ତମାନ ସ୍ଥିତିରେ ମଶାଣିର ଭୟାନକ ଚିତ୍ର ଦେଖି ସେଠାକୁ କେହି ଯିବାକୁ ସାହାସ କରୁ ନାହାନ୍ତି।

କାରଣ କେଉଁ ସମୟରେ ତାହା ଭାଙ୍ଗିବ ତାହା କେହି କହି ପାରିବେ ନାହିଁ । ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକର ଧାନକେରା ଗ୍ରାମ ପଞ୍ଚାୟତର ମଝିପଡା ପୋତା ପୋଖରୀ ନିକଟରେ ୨୦୧୮ ମସିହାରେ  ୩ ଲକ୍ଷ ଟଙ୍କା ବ୍ୟୟରେ ଏକ ମଶାଣି ନିର୍ମାଣ କରାଯାଇଥିଲା ।  ଏବେ ମଶାଣିଟି ଭାଙ୍ଗି ରୁଜି ଯାଇଛି । କେତେବେଳେ ତାହା ଭାଙ୍ଗି ପଡିବ ତାହା କହି ହେବନାହିଁ ବୋଲି ଗ୍ରାମବାସୀ ମାନେ କହନ୍ତି । ଏହି ଭୟରେ ଲୋକମାନେ ପାଖ ହୁଡାରେ ମୃତ୍ୟୁ ବରଣ କରୁଥିବା ଲୋକମାନଙ୍କୁ ପୋଡୁଥିବା ଜଣାପଡିଛି । ସେହିପରି ମଶାଣି ପାଖରେ ଏକ ରେଷ୍ଟସେଡ ନିର୍ମାଣ ହେବା କଥା ତାହା କରାଯାଇ ନାହିଁ । ମଶାଣିଟି ଏବେ ଫାଟିକି ଆଁ କରିବା ସହ କିଛି ଅଂଶ ଦବି ଯାଇଛି ।

   Related Posts