‘ଓ୍ୱାର୍କ ଫ୍ରମ୍ ହୋମ’ ଦେଉଛି ଅଧିକ ଫାଇଦା, ଭବିଷ୍ୟତରେ ସ୍ଥାୟୀ ଭାବେ ଲାଗୁ କରିବା ପାଇଁ ଚାହାଁନ୍ତି ୭୪% ମ୍ୟାନେଜର

Published By : Prameya-News7 Bureau | April 08, 2020 IST

ନୂଆଦିଲ୍ଲୀ, ୦୮|୦୪: ସାରା ବିଶ୍ୱରେ କରୋନା ସଙ୍କଟକୁ ଦେଖି ପ୍ରାୟ ସମସ୍ତ କମ୍ପାନୀ ସେମାନଙ୍କ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ କହୁଛନ୍ତି । ଏଥିରେ କମ୍ପାନୀଙ୍କ କାର୍ଯ୍ୟଶୈଳୀରେ ଅଧିକ ପରିବର୍ତ୍ତନ ଆସିଥିବା ଦେଖିବାକୁ ମିଳୁଛି । ମାଇକ୍ରୋସଫ୍ଟ, ଗୁଗୁଲ, ଆମାଜନ ଭଳି ବଡବଡ କମ୍ପାନୀର କର୍ମଚାରୀ ମଧ୍ୟ ଓ୍ୱାର୍କ ଫ୍ରମ୍ ହୋମ କରୁଛନ୍ତି ।

ଏହି ବିଷୟକୁ ନେଇ ଏକ ଅନ୍ତରାଷ୍ଟ୍ରୀୟ ସଂସ୍ଥା ସର୍ଭେ କରିଥିଲା । ଏଥିରେ ଚକିତ କଲା ଭଳି ଫଳାଫଳ ଦେଖିବାକୁ ମିଳିଥିଲା । ଘରେ ରହି କାମକରୁଥିବା ୭୪ ପ୍ରତିଶତ କର୍ମଚାରୀ ପୂର୍ବାପେକ୍ଷା ଭଲ କାମ କରୁଥିବା ନଜର ଆସିଥିଲା । ଏପରିକି ସେମାନେ ଅଫିସ ନ ଆସି ମଧ୍ୟ କାମର ପରିମାଣ ଭଲ ଫଳ ହେଉଛି । ଏଥିପାଇଁ ସେମାନେ ଏହି ବ୍ୟବସ୍ଥାକୁ ସ୍ଥାୟୀ ଭାବେ ଲାଗୁ କରିବା ପାଇଁ ଚାହୁଁଛନ୍ତି । ଫଳରେ ଅଫିସର ଖର୍ଚ୍ଚ ମଧ୍ୟ କମ ହେବ ।

{"id":250800,"width":751,"height":500,"sizeSlug":"large"}

ଏହି ସର୍ଭେ ଅନୁସାରେ, ୭୪ ପ୍ରତିଶତ ମ୍ୟାନେଜର ଓ୍ୱାର୍କ ଫ୍ରମ୍ ହୋମକୁ ଭବିଷ୍ୟତରେ ଲାଗୁ କରିବା ପାଇଁ କହିଛନ୍ତି । ୨୦ ପ୍ରତିଶତ ଅଫିସ ମ୍ୟାନେଜର ଏହି ବ୍ୟବସ୍ଥାରେ ବିଲ୍ଡିଂ ଖର୍ଚ୍ଚ ଓ ଟ୍ରାଭେଲ ଖର୍ଚ୍ଚ ହ୍ରାସ ପାଇଥିବା ପ୍ରକାଶ କରିଛନ୍ତି । ଏହାସହ ୭୧ ପ୍ରତିଶତ ମ୍ୟାନେଜର ଏହି ବ୍ୟବସ୍ଥାରେ କାରବାର ଓ ଉତ୍ପାଦନ ପ୍ରଭାବିତ ହେବ ବୋଲି କହିଛନ୍ତି ।

ଏହି ସର୍ଭେରେ ୩୧୭ଟି କମ୍ପାନୀର କର୍ମଚାରୀ ଓ ମ୍ୟାନେଜର ସାମିଲ ହୋଇଥିଲେ । ଏହି ବ୍ୟବସ୍ଥା କରୋନାକୁ ମାତ ଦେବା ପାଇଁ ଏକ ବଡ ପଦକ୍ଷେପ ବୋଲି ଅନେକ କମ୍ପାନୀ କହିଛନ୍ତି । କିଛି କମ୍ପାନୀ ଲକଡାଉନ ଶେଷ ହେବା ପରେ ମଧ୍ୟ ଓ୍ୱାର୍କ ଫ୍ରମ୍ ହୋମ ବ୍ୟବସ୍ଥା ଲାଗୁ କରିବାକୁ କହିଛନ୍ତି ।

ୟୁନିଭର୍ସିଟି ଅଫ୍ ଟେକ୍ସାସର ଗବେଷକ ଲକଡାଉନ ସମୟରେ ଓ୍ୱାର୍କ ଫ୍ରମ୍ ହୋମର ଫାଇଦା ବାବଦରେ ଟ୍ୱିଟ କରିଥିଲେ । ଏହାସହ ଏକ ରିସର୍ଚ୍ଚ ମଧ୍ୟ କରିଥିଲେ । ଯେଉଁଥିରେ ଘରୁ କାମ କରିବା ଦ୍ୱାରା ଇନ୍ଧନ ଓ ବିଜୁଳି ଉପରେ କଣ ପ୍ରଭାବ ପଡୁଛି, ତାହା ମଧ୍ୟ ଦର୍ଶାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.