ଓଡ଼ିଶାରେ ଖାଲି ହେଉଥିବା ୪ ରାଜ୍ୟସଭା ଆସନ ପାଇଁ ୩ ରାଜନୈତିକ ଦଳମଧ୍ୟରେ ବୟାନବାଜି

Published By : Prameya-News7 Bureau | January 25, 2020 IST

ଭୁବନେଶ୍ୱର  ୨୫।୦୧-  ଖାଲି ପଡୁଥିବା ରାଜ୍ୟସଭା ଆସନ ପାଇଁ ତିନି ପ୍ରମୁଖ ଦଳ ଭିତରେ ଆରମ୍ଭ ହୋଇଗଲାଣି ବୟାନବାଜି। ଏପ୍ରିଲ ସୁଦ୍ଧା ୪ଟି ସିଟ୍‌ ଖାଲି ହେବ। ଚତୁର୍ଥ ନମ୍ବର ପାଇଁ ବିଜେଡି ପାଖରେ ଅଙ୍କ ନାହିଁ। କିନ୍ତୁ ବିଜେଡି ଦାବି କରିଛି ୪ରୁ ୪ ସିଟ୍ ଜିତିବ।

{"id":215904,"sizeSlug":"large"}

ଏପଟେ କଂଗ୍ରେସ ପୂର୍ବଭଳି ବିଜେଡି ଓ ବିଜେପି ଚତୁର୍ଥ ସିଟ୍‌ ପାଇଁ ମ୍ୟାନେଜ କରିବେ। ବିଜେପି ପାଖରେ  ବିଧାନ ପରିଷଦ ଗୋଟି ଗଡୁଛି। କିନ୍ତୁ କଂଗ୍ରେସ ଏଭଳି ବୟାନ ଶୁଣି ବିଜେପି ଫାୟାର ।

{"id":215905,"sizeSlug":"large"}

ରାଜ୍ୟସଭା ପାଇଁ ନୋଟିଫିକେସନ୍‌ ହୋଇନି କିନ୍ତୁ ବି​ଜେଡି ବିଜେପି ଓ କଂଗ୍ରେସ ଭିତରେ ଆରମ୍ଭ ହୋଇଗଲାଣି ଛକାପଞ୍ଚା।  କିଏ  ହାତେଇବା ରାଜ୍ୟସଭା ସିଟ୍‌। କାହା କାହା ଭିତରେ ବୁଝାମଣା ହେବ। ତାଙ୍କୁ ନେଇ ତିନି ଦଳ ମୁହଁମୁହିଁ ହୋଇଛନ୍ତି। ଏପ୍ରିଲ ମାସ ସୁଦ୍ଧା ୪ଟି ରାଜ୍ୟସଭା ସିଟ୍‌ ଖାଲି ହେବ।

{"id":215906,"sizeSlug":"large"}

ବିଜେଡି ଏଥର ପୁଣି ୪ ରୁ ୪ ହାତେଇବାକୁ  ଜିଦ୍‌ କରିଛି। ଅଙ୍କ ଯାହା ବି ହେଉନା କହିଁକି ବାସ୍ତବରେ କଥା ଅଲଗା। ବିଜେଡି ପ୍ରାର୍ଥୀ ହିଁ ରାଜ୍ୟ ସଭା ଯିବେ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ବିଜେଡି ନେତା ଅମର ଶତପଥୀ।…    

{"id":215907,"sizeSlug":"large"}

ବିଜେଡି ୪ରୁ ୪ ସିଟ୍‌ ଦଖଲ କରିବାକୁ ଲକ୍ଷ୍ୟ ରଖିଥିବାବେଳେ କଂଗ୍ରେସ କହିଛି ବିଜେଡି ପାଖରେ ଚତୁର୍ଥ ପ୍ରାର୍ଥୀ ପାଇଁ ନମ୍ବର ନାହିଁ। ଗତଥର ଭଳି ଏଥର ବି ବିଜେଡି ଓ ବିଜେପି ଭିତରେ ସିଟ୍‌ ମ୍ୟାନେଜ ହେବ ବୋଲି କହିଛନ୍ତି ପିସିସି ସଭାପତି। ଏହାର ଜବାବ ରଖିଛି ବିଜେପି।….

{"id":215910,"sizeSlug":"large"}

ଆସନ୍ତା ଏପ୍ରିଲ ସୁଦ୍ଧା ନରେନ୍ଦ୍ର ସ୍ବାଇଁ, ସରୋଜିନ ହେମ୍ବ୍ରମ୍‌ ଓ ରଞ୍ଜୀବ ବିଶ୍ବାଳଙ୍କ ରାଜ୍ୟସଭାରେ କାର୍ଯ୍ୟକାଳ ଶେଷହେବ। ଏହାପୂର୍ବରୁ ସାଂସଦ ଅନୁଭବ ମହାନ୍ତିଙ୍କ ସିଟ୍‌ ଫଙ୍କା ପଡିଛି।

{"id":215912,"sizeSlug":"large"}

ବିଜେଡି ଏହି ୪ ସିଟ୍‌ରେ ପ୍ରାର୍ଥୀ ଦେବ। ତିନି ଜଣ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ବିଜେଡି ସୁବିଧାଜନକ ସ୍ଥିତିରେ ରହିଛି ।ହେଲେ ଚତୁର୍ଥ ସିଟ୍‌ କାହା ଭାଗରେ ପଡ଼ିବ ତାକୁ ନେଇ ସବୁଠୁ ବେଶୀ କଳ୍ପନାଜଳ୍ପନା ଲାଗିରହିଛି ।…

{"id":215913,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.