ସାଇବେରିଆ ହ୍ରଦରୁ ମିଳିଲା ୧୦ ହଜାର ବର୍ଷ ତଳର ଲୋମଶ ହାତୀର କଙ୍କାଳ: ଋଷ ବୈଜ୍ଞାନିକ ଉଦ୍ଧାର କରିଥିବା ବିରାଟକାୟ ଜୀବାଶ୍ମ ପୁରାତନ ଯୁଗ ଜୀବଜଗତର ତଥ୍ୟ ଦେବ

Published By : Prameya-News7 Bureau | August 04, 2020 IST

ମସ୍କୋ, ୦୪|୦୮: ପ୍ରାଚୀନ ସମୟରେ ଅନେକ ପ୍ରଜାତିରେ ଜୀବଜନ୍ତୁ ପୃଥିବୀ ପୃଷ୍ଠରେ ରହିଥିଲେ ।ଏକଦା ଡାଇନୋସୋର୍ ଭଳି ମଧ୍ୟ ବିଶାଳକାୟ ଜୀବ ପୃଥିବୀରେ ବିଚରଣ କରୁଥିଲେ । ଏହାମଧ୍ୟରେ ଋଷର ଉତ୍ତର ସାଇବେରିଆନ୍ ହ୍ରଦରୁ ୧୦ ହଜାର ବର୍ଷ ତଳର ଏକ ଉଲି ମାମୋଥ ବା ଲୋମଶ ହାତର କଙ୍କାଳ ଉଦ୍ଧାର ହୋଇଛି । ଏହାର ଅନ୍ୟ ହାଡକୁ ହ୍ରଦ ମଧ୍ୟରେ ସନ୍ଧାନ କରାଯାଉଛି ।

ପାଣିପାଗରେ ପରିବର୍ତ୍ତନ ହେତୁ ସାଇବେରିଆରେ ଅନେକ ହ୍ରଦରେ ପାଣିର ସ୍ତର କମ୍ ରହିଛି । ଏହି ଅଞ୍ଚଳରୁ ପୂର୍ବରୁ ମଧ୍ୟ ଅନେକ ପ୍ରାଚୀନ ଜୀବଜନ୍ତୁଙ୍କୁ ଜୀବାଶ୍ମ ମିଳିସାରିଛି । ବୈଜ୍ଞାନିକମାନେ ଏଠାରେ ଆହୁରି ମଧ୍ୟ ଗବେଷଣା ଆରମ୍ଭ କରିବା ସହ ଅନ୍ୟ ପ୍ରାଣୀର ହାଡର ସନ୍ଧାନ କରୁଛନ୍ତି ।

{"id":309829,"width":619,"height":371,"sizeSlug":"large"}

ଏଠାରୁ ଗତ ଡିସେମ୍ବରରେ ବୈଜ୍ଞାନିକମାନେ ୧୮ ହଜାର ବର୍ଷ ତଳର ଏକ କୁକୁରକୁ ଠାବ କରିଥିଲେ । ଏବେ ଉଦ୍ଧାର ହୋଇଥିବା  ଏହି ଲୋମଶ ହାତୀର କଙ୍କାଳ ୧୦ ହଜାର ବର୍ଷ ତଳର ବୋଲି ଜଣାପଡିଛି । ତେବେ ଏହା କେତେ ବର୍ଷରେ ପ୍ରାଣ ହରାଇଛି ତାହା ଜଣାପଡି ନାହିଁ । ଏନେଇ ସେଣ୍ଟର ଫର୍ ଆର୍କଟିକ୍ ଷ୍ଟଡିଜର ନିର୍ଦ୍ଦେଶକ ଡିମିଟ୍ରି ଫ୍ରୋରଭ୍ ସୂଚନା ଦେଇଛନ୍ତି ।

ପୂର୍ବରୁ ମଧ୍ୟ ଋଷିଆରୁ ୩୦ ହଜାର ବର୍ଷ ତଳର ଲୋମଶ ହାତୀର କଙ୍କାଳ ଉଦ୍ଧାର କରାଯାଇ ସାରିଛି । ଏବେ ଏହି ମାମୋଥର କଙ୍କାଳରୁ ଅନ୍ୟ ହାଡ ଭାଙ୍ଗିଯାଇଛି । ସେସବୁକୁ ଠାବ କରିବା ପାଇଁ ଗବେଷକମାନେ ଲାଗିପଡିଛନ୍ତି । ଏହା ମିଳିବା ପରେ ଅଧିକ ଗବେଷଣା କରାଯିବା ସହ ମ୍ୟୁଜିୟମରେ ରଖାଯିବ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.