୬୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କାର ଶାଳ କାଠ ଜବତ, ବୋଲେରୋ ଛାଡି ଖସିଗଲେ ମାଫିଆ

Published By : Prameya-News7 Bureau | September 08, 2020 IST

ପାଟଣା, ୦୮|୦୯  : କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ବେଧଡ଼କ ଗଛ କଟା ସହିତ କାଠ ଚୋରାଚାଲାଣ ବୃଦ୍ଧି ପାଇଥିଲା । ଏନେଇ ଖବର ନ୍ୟୁଜ ୭ରେ ପ୍ରସାରଣ ହୋଇଥିଲା । ଖବର ପ୍ରସାରଣ ପରେ ଏବେ ଆକ୍ସନ ମୋଡକୁ ଆସିଛି ପାଟଣା ବନ ବିଭାଗ ।

ଓଆର୦୪ଇ୪୧୭୬ ନମ୍ବର ବିଶିଷ୍ଟ ଏକ ବୋଲେରୋ ସାହାଯ୍ୟରେ କାଠ ଚୋରା ଚଲାଣ ହେଉଥିଲା । ଏହି ସମୟରେ ପାଟଣା ରେଞ୍ଜ  ଅଧିନ ଉଦୟପୁର ବିଟ୍ ବାଲିପଶି ନିକଟରୁ  ମଙ୍ଗଳବାର ଅପରାହ୍ନରେ ବନ ବିଭାଗ  ଶାଳ ଚୌକାଠ ବୋଝେଇ ବୋଲେରୋ ଗାଡିକୁ ଜବତ କରିଛି । ଉକ୍ତ ଗାଡି ଭିତରୁ ୬୨ ଟି  ଶାଳ ଚୌକାଠ ଜବତ ହୋଇଛି ।

ଜବତ କାଠର ଆନୁମାନିକ ମୂଲ୍ୟ ୬୦ ହଜାରରୁ ଉର୍ଦ୍ଧ୍ୱ ହେବ ବୋଲି ପାଟଣା ବନଖଣ୍ଡ ଅଧିକାରୀ କହିଛନ୍ତି। ସେ କହିଛନ୍ତି ଯେ, କାଠ ବୋଝେଇ ଗାଡିଟି କରଞ୍ଜିଆରୁ ପାଟଣା ପଟକୁ ଆସୁଥିବା ବେଳେ କରଞ୍ଜିଆ ବନ ବିଭାଗ ଗାଡିକୁ ପିଛା କରି ପାଟଣା ରେଞ୍ଜକୁ ଖବର ଦେଇଥିଲେ । ଉଭୟ ଦିଗରୁ ଗାଡିକୁ ଧରିବା ପାଇଁ ବନ ବିଭାଗ ଚେଷ୍ଟା କରୁଥିଲା । ତେବେ ସାହାରପଡା ବିଲା ରାସ୍ତା ଦେଇ ଚଢେଇଭୋଳ ପଟକୁ ପଳାଇଯାଇ ବାଲିପଶି ନିକଟରେ ଗାଡିକୁ ଛାଡି ଘଟଣା ସ୍ଥଳରୁ ଡ୍ରାଇଭର ଓ ମାଫିଆ ଫେରାର ହୋଇଯାଇଥିଲେ । ଘଟଣା ସ୍ଥଳରୁ ଗାଡି କୁ ବନ ବିଭାଗ ଜବତ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.