ନୀଳଗିରି ବନବିଭାଗ ଓ ପୋଲିସ ର ସୋମନାଥପୁର ଅଂଚଳରେ ମିଳିତ ଚଢ଼ାଉ,୧୫୪ ସିଫ୍ଟ ମୂଲ୍ୟବାନ କାଠ ଜବତ
14/08/2018 at 9:03 AM

ବାଲେଶ୍ବର୧୪/୮:ବାଲେଶ୍ବର ଜିଲ୍ଲା ନୀଳଗିରି ବନବିଭାଗ ତରଫରୁ ସୋମନାଥପୁର ଇଣ୍ଡଷ୍ଟ୍ରୀ ଏରିଆ ରେ ଚଢ଼ାଉ କରି ବିପୁଳ ପରିମାଣରେ ମୂଲ୍ୟବାନ ସାଗୁଆନ, ଶାଳ, ପିଆଶାଳ, ନିମ୍ବ କାଠ ଜବତ କରାଯାଇଛି।ଇଣ୍ଡଷ୍ଟ୍ରୀ ପୋଲିସ ସହାୟତା ରେ ନୀଳଗିରି ର ରେଞ୍ଜର ସୁକୁମାର ଦାସ ଆଜି ବିଶେଷ ସୂତ୍ରରୁ ଖବର ପାଇ ଆଜି ଭୋର ସମୟରେ ଚଢ଼ାଉ କରିଥିଲେ।୧୫୪ ସିଫ୍ଟ କାଠ ଜବତ ନେଇ ବନବିଭାଗ ସୂଚନା ଦେଇଥିବାବେଳେ କାଠର ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା ହେବବୋଲି ଜଣାପଡିଛି।କାଠ ଗୁଡିକୁ ମିତ୍ରପୁର ବିଟ ହାଉସରେ ଅଣାଯାଇ ରଖାଯାଇଛି ।