୪୦ହଜାରରୁ ଅଧିକ ଟଙ୍କାର ଶାଳ କାଠଗଣ୍ଡି ଜବତ, ଜଣେ ଗିରଫ

Published By : Prameya-News7 Bureau | October 12, 2020 IST

ତେଲକୋଇ ୧୨।୧୦: ହରିଚନ୍ଦନପୁର ବନବିଭାଗକୁ ସଫଳତା । ବିଳମ୍ବିତ ରାତିରେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଗୌଣିଘଷା ଗାଁରେ ଚଢାଉ କରି ୪୦ହଜାର ଅଧିକ ଟଙ୍କାର ଶାଳ କାଠଗଣ୍ଡି ସହ ୪ଟି ବାଇକକୁ ଜବତ କରିଛି । ଏହାସହ ଘଟଣାରେ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ବନବିଭାଗ ।

{"id":342998,"sizeSlug":"large"}

ଖବର ଅନୁଯାୟୀ, ଚୋରା କାଠ କାରବାର ନେଇ ବାରମ୍ବାର ଅଭିଯୋଗ ଆସୁଥିଲା । ଏନେଇ ଆନନ୍ଦପୁର ଡିଏଫଓ ଅଜିତ କୁମାର ଶତପଥୀଙ୍କ ନିର୍ଦ୍ଦେଶ କ୍ରମେ ଦେଓଗାଁ ରେଞ୍ଜ ହରିଚନ୍ଦନପୁର, ଭଗାମୁଣ୍ଡାର ବନପାଳଙ୍କ ସହ ଅନ୍ୟ କର୍ମଚାରୀମାନେ ଚଢ଼ାଉ କରିଥିଲେ । ଚଢ଼ାଉରେ ୩ଟି ବାଇକ୍ ଯଥାକ୍ରମେ - ଓଡି ୦୪ସି ୫୮୮୦, ଓଡି ୦୪ ୧୧୫୭, ଓଡି ୦୧ଏ ୬୨୫୩ ଏଥିସହ ଗୋଟିଏ ନମ୍ବର ବିହୀନ ବାଇକ ମଧ୍ୟ ଜବତ ହୋଇଛି ।

{"id":342999,"sizeSlug":"large"}

ସେହିପରି ଘଟଣାସ୍ଥଳରୁ ରାଧିକାଦେଇପୁର ଗାଁର ଚଗୁଲୁ ବାରିକ୍(୩୮)ଙ୍କୁ ଗିରଫ କରିଥିବା ବେଳେ ୩ଜଣ ଘଟଣାସ୍ଥଳରୁ ବାଇକ୍ ସହ କାଠଗଣ୍ଡି ଛାଡ଼ି ଦୌଡ଼ି ପଳାଇଥିଲେ । ଗିରଫ ଚଗୁଲୁକୁ କାଠ ମାଫିଆ ଗ୍ୟାଙ୍ଗ ସମ୍ବନ୍ଧରେ ପଚାରାଉଚାରେ ଜାରି ରହିଛି । ଆଜି ସ୍ବାସ୍ଥ୍ୟ ପରୀକ୍ଷା କରାଇ କୋର୍ଟରେ ହାଜର କରାଯିବା ନେଇ ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.