ଶାଗୁଆନ କାଠ ଚୋରାଚାଲାଣ ବେଳେ ଚଢାଉ , ଜଣେ ଗିରଫ ସହ ମୁଲ୍ୟବାନ କାଠ ଜବତ

Published By : Prameya-News7 Bureau | June 14, 2020 IST

ପାଟଣା ୧୪।୦୬: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ କାଳିଘାଇ ଅଟେଇ ସଂରକ୍ଷିତ ଜଙ୍ଗଲରୁ କାଠ ଚୋରାଚାଲାଣ ବେଳେ ଜବତ ହୋଇଛି । ବିଲମ୍ବିତ ରାତିରେ ଶାଗୁଆନ ଗଛ ଚୋରା ଚାଲାଣ ହେଉଥିବା ବେଳେ କାଳିଘାଇ ବନ ସୁରକ୍ଷା କମିଟି ପକ୍ଷରୁ କାଠ ଜବତ କରାଯାଇଛି। ଏଥି ସହିତ ଜଣେ କାଠ ମାଫିଆକୁ ଅଟକ ରଖିଛନ୍ତି ଲୋକେ ।  ଅନ୍ୟ ଦୁଇ ଜଣ କାଠ ମାଫିଆ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି।

ଖବରପାଇ ଘଟଣା ସ୍ଥଳରେ ବନ ବିଭାଗ କର୍ମଚାରୀ ପହଁଚି କାଠକୁ ଜବତ କରିବା ସହିତ କାଠ ମାଫିଆକୁ ଅଟକ ରଖି ତଦନ୍ତ ଚଳାଇଛି। ଲକଡାଉନ ସମୟରେ ପାଟଣା ରେଞ୍ଜରେ କାଠ ମାଫିଆ ସକ୍ରିୟ ଥିବା ବେଳେ ବନ ସୁରକ୍ଷା କମିଟିଙ୍କ ଉଦ୍ୟମରେ ୨୫ରୁ ଅଧିକ କଟା ଯାଇଥିବା ଶାଗୁଆନ ଗଛକୁ ଜବତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.