ଘର ଭିତରୁ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ ପଟା ଜବତ, ଚାଲିଥିଲା କି ମାଫିଆଙ୍କ ସହ ବନ ବିଭାଗର ମଧୁଚନ୍ଦ୍ରିକା ?

Published By : Prameya-News7 Bureau | May 13, 2021 IST

ପାଟଣା ୧୩।୫: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାରପଡା ସେକ୍ସନ କରଞ୍ଜିଆପଡା ଗ୍ରାମରୁ ବିପୁଳ ପରିମାଣର ଚୋରା କାଠ ପଟା ଜବତ କରିଛି ପାଟଣା ପୋଲିସ । ସୂଚନା ଅନୁସାରେ କରଞ୍ଜିଆ ପଡା ଗ୍ରାମର ଦମୟନ୍ତୀ ଦାସଙ୍କ ଘରେ କାଠ ମାଫିଆମାନେ ଚୋରା କାଠକୁ ଚିରି ପଟା କରି ଗଚ୍ଛିତ କରି ରଖିଥିବା ଖବର କୌଣସି ସୂତ୍ରରୁ ପାଟଣା ଥାନା ଏସଆଇ ରଣଜିତ ପଟ୍ଟନାୟକ ପାଇଥିଲେ । ଖବର ପାଇ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ଘର ଭିତରୁ ବିପୁଳ ପରିମାଣର ମୂଲ୍ୟବାନ କାଠ ଜବତ କରିଥିଲେ । ଜବତ କାଠକୁ ବନ ବିଭାଗକୁ ହସ୍ତାନ୍ତର କରିଛି ପାଟଣା ପୋଲିସ ।ତେବେ ଏଠି ପ୍ରଶ୍ନ ଉଠୁଛି ପାଟଣା ରେଞ୍ଜ କାର୍ଯ୍ୟାଳୟରୁ ପାଖାପାଖି ୧୦ କି.ମି. ଦୂରରେ ଏତେ ମାତ୍ରାରେ କାଠ ଗଚ୍ଛିତ ଥିବା ଖବର କିପରି ବନ ବିଭାଗ ଜାଣିପାରୁ ନଥିଲା ନା ମାଫିଆଙ୍କ ସହ ବନ ବିଭାଗର ସଲାସୁତୁରାରେ କାଠ ଗଚ୍ଛିତ ରଖାଯାଇଥିଲା ତାହା ଏବେ ସାଧାରଣରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.