ଘର ଭିତରୁ ଜବତ ହେଲା ଲକ୍ଷାଧିକ ଟଙ୍କାର କାଠ
5/01/2021 at 1:47 PM

ପାଟଣା ୦୫।୦୧: ଘର ଭିତରୁ ଲକ୍ଷାଧିକ ଟଙ୍କାର ମୁଲ୍ୟବାନ କାଠ ଜବତ । ବନବିଭାଗ ଓ ପୋଲିସର ମିଳିତ ଚଢାଉରେ ବିପୁଳ ପରିମାଣର କାଠ ଜବତ ହୋଇଛି । କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଉଦୟପୁର ବିଟ୍ ଦୁଆଘାଟ ଗାଁରୁ ଜବତ ହୋଇଛି ।
ଖବର ଅନୁଯାୟୀ, ଚୋରା କାଠ କାରବାର ନେଇ ଅନେକ ସମୟରେ ଅଭିଯୋଗ ଆସିଛି । ଏହି ଆଧାରରେ କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଉଦୟପୁର ବିଟ୍ ଦୁଆଘାଟ ଗାଁରେ ବନ ବିଭାଗ ଓ ପୁଲିସର ମିଳିତ ଚଢ଼ାଉ ହୋଇଛି । ଗାଁର ଦେବବ୍ରତ ରାଉତଙ୍କ ଘରୁ ଲକ୍ଷାଧିକ ଟଙ୍କାର ପଟା ଓ ଚୌକାଠ ଜବତ ହୋଇଛି। ଏ,ସି,ଏଫ୍ ଘନଶ୍ୟାମ ମହାନ୍ତିଙ୍କ ନେତୃତ୍ୱରେ ପାଟଣା ରେଞ୍ଜର ,ଚମ୍ପୁଆ ରେଞ୍ଜର ସମେତ ପାରା ଷ୍ଟାଫ ଓ ତୁରୁମୁଙ୍ଗା ପୋଲିସ ର ମିଳିତ ଚଢ଼ାଉରେ ଜବତ ହୋଇଛି । ଲକ୍ଷାଧିକ ଟଙ୍କାର ପଟା ଓ ଚୌକାଠ ଜବତ ହୋଇଛି । ତେବେ ଏହି ଚଢ଼ାଉ ପୂର୍ବରୁ ଘର ମାଲିକ ଦେବବ୍ରତ ରାଉତ ଘରୁ ଫେରାର ହୋଇଯାଇଥିବା ଏ,ସି, ଏଫ, ଘନଶ୍ୟାମ ମହାନ୍ତ ସୂଚନା ଦେଇଛନ୍ତି।