ଘରେ ଗଚ୍ଛିତ ଥିଲା କାଠ, ବନବିଭାଗ ଖବର ପାଇ କଲେ ଚଢାଉ ; ଜବତ ହେଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ

Published By : Prameya-News7 Bureau | November 12, 2020 IST

ପାଟଣା ୧୨।୧୧: ଘର ଭିତରୁ ଲକ୍ଷାଧିକ ଟଙ୍କାର ଶାଳ କାଠ ଜବତ । କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନ ରାଇଡିହା ବିଟ୍‌ ସିଆଳିଯୋଡ଼ା ଗାଁରେ ଚଢାଉ କରି ଜବତ କଲା ବନ ବିଭାଗ । ଗାଁର ଗୌରହରୀ ମହାନ୍ତଙ୍କ ଘରୁ ଲକ୍ଷାଧିକ ଟଙ୍କାର ଶାଳ କାଠ ଜବତ ହୋଇଛି । ଘର ମାଲିକଙ୍କୁ ଅଟକ ରଖି ପଚରାଉପଚରା ଜାରି ରଖିଛି ।

ଖବର ଅନୁଯାୟୀ,  କେନ୍ଦୁଝର ଡିଏଫଓଙ୍କ ନିର୍ଦ୍ଦେଶ କ୍ରମେ ମୋବାଇଲ ସ୍କ୍ୱାର୍ଡ ଓ ପାଟଣା ବନ କର୍ମଚାରୀ ମିଳିତ  ଭାବେ ଚଢ଼ାଉ କରି ୧୮୧  ଖଣ୍ଡ ବିଭିନ୍ନ ପ୍ରକାର କାଠର ଚୌକାଠ  ଓ ଶାଳ ଗଣ୍ଡି ଜବତ କରିଛନ୍ତି । ଜବତ ହୋଇଥିବା କାଠର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ପାଟଣା ରେଞ୍ଜର ପବିତ୍ର ମୋହନ ନାଏକ କହିଛନ୍ତି । ଏଥି ସହିତ ଘର ମାଲିକ ଗୌରହରୀ ମହାନ୍ତଙ୍କୁ ଅଟକ ରଖି ତଦନ୍ତ ଜାରି ରହିଥିବା ରେଞ୍ଜର କହିଛନ୍ତି। ତେବେ ଏତେ ମାତ୍ରାରେ ଗଛ କଟା ଯାଇ ଘରେ ଗଛିତ ରଖିବା । କିଭଳି ସ୍ଥାନୀୟ ବନବିଭାଗ କର୍ମଚାରୀମାନେ ଜାଣିପାରୁନାହାଁନ୍ତି , ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.