ଲକ୍ଷାଧିକ ଟଙ୍କାର କାଠ ଗଣ୍ଡି ଜବତ, ଗାଡି ଛାଡି ଅଭିଯୁକ୍ତ ଫେରାର୍
24/12/2020 at 8:59 AM

ମୋହନା ୨୪।୧୨ : ଗଜପତି ଜିଲ୍ଲା ମୋହନା ବନ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଏହି ଚଢାଉରେ ଏକ ମିନି ଟ୍ରକ ସହ କାଠ ଗଣ୍ଡ ଜବତ କରାଯାଇଛି । ଜବତ କାଠର ମୁଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଖବର ଅନୁଯାୟୀ, ଗତ କାଲି ବିଳମ୍ବିତ ରାତିରେ ଚଢ଼ିଆପଦା ଅଞ୍ଚଳରେ ମୋହନା ବନ ବିଭାଗ ପକ୍ଷରୁ ପେଟ୍ରୋଲିଂ ଚାଲିଥିଲା । ଏହି ସମୟରେ ଏକ ମିନି ଟ୍ରକ ରାସ୍ତା ପାର୍ଶ୍ୱରେ ଥିବା ବେଳେ ଏହାକୁ ଯାଞ୍ଚ କରିଥିଲେ ବନ କର୍ମଚାରୀ । ଯାଞ୍ଚ ପରେ ଟ୍ରକରୁ ୧୫ଟି ମୂଲ୍ୟବାନ କାଠ ଗଣ୍ଡି ଥିବା ଜଣାପଡିଥିଲା। କାଠ ମାଫିଆ ଗାଡିକୁ ଛାଡି ଘଟଣା ସ୍ଥଳରୁ ଚମ୍ପଟ ମାରିଛନ୍ତି । ସେପଟେ ଅଭିଯୁକ୍ତକୁ ଧରିବା ପାଇଁ ସେହି ଅଞ୍ଚଳରେ ଚଢ଼ାଉ ଜାରି ରହିଥିବା ସୂଚନା ଦେଇଛନ୍ତି ମୋହନା ବନାଞ୍ଚଳ ଅଧିକାରୀ ।
Related Posts
ଜଙ୍ଗଲରେ ନିଆଁ, ଜଳିଗଲା ୧୫ ଶହରୁ ଅଧିକ ଗଛ
19 January 2021
ଉତ୍ତର ଦିଲ୍ଲୀର ବର୍ଜ୍ୟରୁ ପ୍ରସ୍ତୁତ ହେବ ଇନ୍ଧନ: ଧର୍ମେନ୍ଦ୍ର ପ୍ରଧାନ
19 January 2021
ଉଦଳା: ବାଇକ୍ ଡିକି ଭାଙ୍ଗି୨ ଲକ୍ଷ ଟଙ୍କା ଲୁଟି ନେଲେ ଲୁଟେରା
19 January 2021