ଚୋରାରେ ଚାଲିଥିଲା ଶାଳ କାଠ ଚାଲାଣ, ବନବିଭାଗର ପାଟ୍ରୋଲିଂରେ ଧରାପଡିଗଲା କାରବାର

Published By : Prameya-News7 Bureau | November 10, 2020 IST

ଢେଙ୍କାନାଳ ୧୦।୧୧: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପୂର୍ବାଞ୍ଚଳ ବନବିଭାଗର ଚଢାଉ । ଏହା ଚଢାଉରେ ଚୋରା ଶାଳ କାଠ ବୋଝେଇ ଟ୍ରକ ଜବତ ହୋଇଛି । ଜବତ କାଠର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ।

 ଖବର ଅନୁଯାୟୀ, ଗତ ବିଳମ୍ବିତ ରାତିରେ ବନବିଭାଗ ଟିମ୍‌ ପାଟ୍ରୋଲିଂ ଚାଲିଥିବା ବେଳେ ମିନିଟ୍ରକଟି ଦ୍ରୁତଗତିରେ ଆସିଥିଲା । ବନବିଭାଗ ଗାଡ଼ିକୁ ଚକ୍‌ମା ଦେଇ ଦ୍ରୁତଗତିରେ ଖସିପଳାଇଥିଲା । ତେବେ ଗାଡ଼ିଟିକୁ ଦେଖି ବନବିଭାଗ ପିଛା କରିଥିଲା , ଏବଂ ଭୂବନ ଥାନା ଅନଳ ଗାଁ ନିକଟରେ ଗାଡିଟକୁ ଅଟକାଇବାର ସକ୍ଷମ ହୋଇଥିଲା ବନ କର୍ମଚାରୀ । ଜବତ ଗାଡ଼ିରେ ୩ଜଣ ଥିଲେ । ବନବିଭାଗକୁ ଦେଖି ଅନ୍ୟ ୨ଜଣ ଖସିପଳାଇଥିବା ବେଳେ ଅନ୍ୟ ଜଣଙ୍କୁ ଅଟକ ରଖିଛି ବନବିଭାଗ ।

{"id":359250,"sizeSlug":"large"}

ଅଟକ ଥିବା ଚାଳକ ଜଣଙ୍କ ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ମନ୍ଦାର ଗାଁର ଅଜୟ ତରେଇ ବୋଲି ଜଣାପଡିଛି । ଦୀର୍ଘଦିନ ହେବ ଏ ଅଞ୍ଚଳରେ ସେ ଚୋରାରେ କାଠ ଚାଲାଣ କରୁଥିବାର ଅଭିଯୋଗ ଆସିଛି । ତେବେ କାଠଗୁଡିକ କାମାକ୍ଷାନଗର ପୁର୍ବାଞ୍ଚଳ ରେଞ୍ଜରୁ ବାହାର ଜିଲ୍ଲାକୁ ଚାଲାଣ ହେଉଥିଲା। କାଠ ଓ ଟ୍ରକକୁ ଜବତକରି ଚାଳକକୁ ଅଟକ ରଖି ପଚରାଉଚୁରା କରିବା ସହ ଅଧିକ ତଦନ୍ତ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.