ଚୋରାଚାଲାଣ ବେଳେ ଧରିଲା ବନବିଭାଗ, ବିପୁଳ ପରିମାଣର ମୁଲ୍ୟବାନ କାଠ ଜବତ

Published By : Prameya-News7 Bureau | January 20, 2021 IST

ବଲାଙ୍ଗୀର ୨୦।୦୧:  ଲକ୍ଷାଧିକ ଟଙ୍କାର ମୁଲ୍ୟବାନ ଖଇର ଓ କୁଡ୍‌ଡୁ କାଠ ଜବତ ହୋଇଛି । ଚୋରା ଚାଲାଣ ବେଳେ ଧରିଛି ବଲାଙ୍ଗୀର ବନ ବିଭାଗ । ଡିଏଫଓ ସମୀର ଶତପଥୀଙ୍କ ନେତୃତ୍ବରେ ସାଲେଭଟା ଠାରେ ଗାଡି ଜବତ ସହ ୨ ଜଣଙ୍କୁ ଗିରଫ କରିଛି ବନ ବିଭାଗ।

ଖବର ଅନୁଯାୟୀ,  କଣ୍ଟାବାଞ୍ଜି ଚନାବାହାଲ ଅଞ୍ଚଳ ଜଙ୍ଗଲରୁ ଏକ ଟ୍ରକ ଭର୍ତ୍ତି ମୁଲ୍ୟବାନ କାଠ ସମ୍ବଲପୁର ଚାଲାଣ ହେଉଥିଲା । ବିଶେଷ ସୁତ୍ରରୁ ଖବର ପାଇ ବଲାଙ୍ଗୀର ଡିଏଫଓଙ୍କ ନେତୃତ୍ୱରେ ବନ ବିଭାଗର ଏକ ଟିମ ବଲାଙ୍ଗୀର-ପାଟଣାଗଡ଼ ରାସ୍ତାରେ ଟ୍ରକକୁ ଅଟକାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ଟ୍ରକଟି ଦ୍ରୁତ ଗତିରେ ଚାଲିଯାଇଥିଲା । ଶେଷରେ  ବନ ବିଭାଗ ସାଲେଭାଟା ଠାରେ ରାସ୍ତା ସିଲ କରି ଟ୍ରକକୁ ଅଟକାଇଥିଲା ।

 ଟ୍ରକ ଡ୍ରାଇଭର  ସମେତ ୨ଜଣକୁ ଗିରଫ କରାଯାଇଛି  । କଣ୍ଟାବାଞ୍ଜିର ଚନାବାହାଲ ଜଙ୍ଗଲରୁ ମୂଲ୍ୟବାନ କାଠ ଚୋରା ଚାଲାଣ ହୋଇଥିବା ଜଣାପଡିଛି । ଜବତ କାଠର ଆନୁମାନିକ  ମୂଲ୍ୟ ୬ ଲକ୍ଷ ହେବା ନେଇ ଡିଏଫଓ ସୂଚନା ଦେଇଛନ୍ତି । ଗିରଫ ୨ ଜଣ ହେଲେ ଟ୍ରକ୍ ଡ୍ରାଇଭର ଲିପୁନ୍ ଦିପ ଓ ପଟଣାଗଡ଼ ଚାଉଲଦୋରୋ ଗାଁର କାଠ ମାଫିଆ ପ୍ରମୋଦ ପୋଢ଼ ବୋଲି ଜଣାପଡିଛି । ଟ୍ରକ୍ ମାଲିକ ହେଲେ ସମ୍ବଲପୁରର ଅନିଲ କୁମାର ସାହ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.