ଜଙ୍ଗଲରେ ଚାଲିଥିଲା ଚୋରା କାରବାର : ଧରାପଡିଲେ ୫ ଚୋର , ଜବତ ହେଲା କାଠ ଓ ବାଇକ

Published By : Prameya-News7 Bureau | July 14, 2020 IST

ଆନନ୍ଦପୁର ୧୪।୦୭ : ଧରାପଡିଲେ କାଠ ଚୋର । ଜଙ୍ଗଲରୁ କାଠ ଚୋରି କରୁଥିବା ସମୟରେ ଧରିଲା ବନବିଭାଗ । କେନ୍ଦୁଝର ଆନନ୍ଦପୁର ରେଞ୍ଜ ଅନ୍ତର୍ଗତ ମେଘନାଦପୋଇ ସଂରକ୍ଷିତ ଜଙ୍ଗଲରେ ଗଛ କାଟୁଥିବା ସମୟରେ ୫ ଜଣଙ୍କୁ ଗିରଫ କରିଛି ବନବିଭାଗ । ତେବେ ଗିରଫ ହୋଇଥିବା ଅଭିଯୁକ୍ତମାନେ ରାମଚନ୍ଦ୍ରପୁର ଥାନା ସୁଆଁଳ ଗ୍ରାମର ମଦନ ମୋହନ ବେହେର , ସନ୍ତୋଷ ବେହେରା , ମନ୍ମଥ ବେହେରା, ଟକୁନା ଦେହୁରୀ ଓ ଗଡବାନ୍ଦୋଗଡା ସାପୁଆ ସାହୀ ର କୈଳାସ ମୁଣ୍ଡା ବୋଲି ଜଣାପଡିଛି ।

ଜଙ୍ଗଲରେ କାଠ ଚୋରି କରୁଥିବା ସମୟରେ ୫ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୪ଟି ବାଇକ୍ ଜବତ ହୋଇଛି । ଜଙ୍ଗଲରେ କଟାଯାଇଥିବା ୩ଟି ଶାଳଗଛ ମଧ୍ୟ ଜବତ ହୋଇଛି । ମେଘନାଦପୋଇ ଜଙ୍ଗଲରେ କିଛି ଲୋକ ପଶି ଗଛକାଟୁଥିବା ବେଳେ ବନସୁରକ୍ଷା ସମିତିର ସଦସ୍ୟମାନେ ଦେଖିଥିଲେ । ତେବେ ଗଛ କାଟିବାର ଦେଖି ତୁରନ୍ତ ବନବିଭାଗକୁ ଖବର ଦେଇଥିଲେ । ବନବିଭାଗ ଖବର ପାଇବା ମାତ୍ରେ ବିଭାଗୀୟ କର୍ମଚାରୀ ମାନେ ସେଠାରେ ପହଞ୍ଚିଥିଲେ । ବନିବିଭାଗ ପହଞ୍ଚିବା ପର୍ଯ୍ୟନ୍ତ ମାଫିଆଙ୍କ ଗତିବିଧି ଉପରେ ନଜର ରଖିବାରୁ କହିଥିଲେ । ଯାହାଫଳରେ କି ସେମାନଙ୍କୁ ଧରିବାରେ ସମ୍ଭବ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.