ଆମ୍ବୁଲାନ୍ସରେ ଚୋରା କାଠ ଚାଲାଣ ବେଳେ ଜବତ କଲା ବନବିଭାଗ
31/03/2019 at 12:15 PM

ଚଣ୍ଡିଖୋଲ ୩୧|୩ : ଆମ୍ବୁଲାନ୍ସରୁ ଚୋରା କାଠ ଜବତ ହୋଇଛି । ଯାଜପୁର ଜିଲ୍ଲା ଚଣ୍ଡିଖୋଲ କୁନ୍ଦଳ ଛକଠାରେ ବନବିଭାଗର ଚଢାଉ ବେଳେ ଗୋଟିଏ ଆମ୍ବୁଲାନ୍ସରୁ ଚୋରା କାଠ ଜବତ ହୋଇଛି । ଏହା ସହ, ଗୋଟିଏ ବୋଲେରୋ, ଗୋଟିଏ ପିକଅପ୍ ଭ୍ୟାନ୍ ମଧ୍ୟ ଜବତ ହୋଇଛି । ୩ଟି ଗାଡିରେ ଲକ୍ଷାଧିକ ଟଙ୍କାର କାଠ ଚାଲାଣ ହେଉଥିଲା । ଝାଡଖଣ୍ଡରୁ ଆସୁଥିବା ଚୋରାକାଠକୁ ଜବତ କଲା ବନବିଭାଗ ।