ଢେଙ୍କାନାଳ ବନବିଭାଗର ଚଢାଉ, ୪ ଲକ୍ଷ ଟଙ୍କାର ଚୋରା ଶାଗୁଆନ କାଠ ଜବତ

Published By : Prameya-News7 Bureau | June 13, 2021 IST

ଢେଙ୍କାନାଳ୧୩/୬: ତୁମୁସିଂହା ଗ୍ରାମରେ ଢେଙ୍କାନାଳ ବନବିଭାଗ ପକ୍ଷରୁ ଚଢାଉ । ଚଢାଉରେ ୪ ଲକ୍ଷ ଟଙ୍କାର ଚୋରା ଶାଗୁଆନ କାଠ ଜବତ । ପଶ୍ଚିମାଞ୍ଚଳ ରେଞ୍ଜ ତୁମୁସିଙ୍ଗା ଗ୍ରାମ ରେ ଚଢ଼ାଉ କରିଥିଲା ବନବିଭାଗ । ସୂଚନା ଅନୁସାରେ ତୁମୁସିଙ୍ଗା ଗ୍ରାମରେ କେହି ଦୁର୍ବୃତ୍ତ ଏକ ବିଲ ନିକଟରେ ଶାଗୁଆନ କାଠ ଗଦା କରି ରଖିଥିଥିଲା । ବନ ବିଭାଗ ବିଶେଷ ସୂତ୍ରରୁ ଖବର ପାଇ ଅତର୍କିତ ଭାବେ ଚଢ଼ାଉ କରିଥିଲା ।

ଢେଙ୍କାନାଳ ଡ଼ିଏଫଓ ଙ୍କ ନିର୍ଦେଶ କ୍ରମେ ରେଞ୍ଜରଙ୍କ ପ୍ରତ୍ୟେକ୍ଷ ତତ୍ବବଧାନରେ ଢେଙ୍କାନାଳ ମୋବାଇଲ ସ୍କ୍ୱାର୍ଡ ଓ ଅଁଳାବେରେଣୀ ଫରେଷ୍ଟ ଟିମ ମିଳିତ ଭାବେ ଏହି ଚଢ଼ାଉ କରାଯାଇଥିଲା । ଘଟଣାରେ ବନ ବିଭାଗ କାହାକୁ ଅଟକ ରଖି ନଥିବା ବେଳେ କାଠ ଗୁଡିକ ଜବତ କରି ଅଁଳାବେରେଣୀ ବନ କାର୍ଯ୍ୟାଳୟକୁ ନେଇ ଅଧିକ ତଦନ୍ତ ଜାରିରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.