୬୦ ହଜାର ଟଙ୍କାର ଚୋରା କାଠ ଜବତ, ୨ ଗିରଫ
5/09/2020 at 4:32 PM

ଆନନ୍ଦପୁର, ୦୫|୦୯: କେଉଁଝର ଜିଲ୍ଲା ଆନନ୍ଦପୁର ଜଙ୍ଗଲ ବିଭାଗ ଦ୍ଵାରା ଚୋରା କାଠ ଗାଡି ଜବଦ ହୋଇଛି। ଚୋରା କାଠ ଚାଲାମ ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି।
ସୂଚନାନୁସାରେ, ଆନନ୍ଦପୁର ଦେଇ ଯାଇଥିବା ଜାତୀୟ ରାଜପଥ ୨୦ର ଗୋହିରା ଛକ ନିକଟରେ ଶୁକ୍ରବାର ରାତିରେ ବନବିଭାଗ ଦ୍ୱାରା ଗୋଟିଏ ଚୋରା କାଠ ଗାଡି ଜବଦ କରାଯାଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବନ ବିଭାଗର ଗୋଟିଏ ଟିମ୍ ଗୋହିରା ନିକଟରେ ଛପି ରହିଥିବା । କାଠଗାଡିଟି ସେହି ରାସ୍ତା ଦେଇ ଯିବା ସମୟରେ ବନ ବିଭାଗ ଟିମ୍ ତାକୁ କାବୁ କରିଥିଲେ।
ଗାଡିଟିରେ ୬୦ ହଜାରରୁ ଉର୍ଦ୍ଧ୍ବ ଟଙ୍କାର ଚୋରାକାଠ ଥିବା ବନ ବିଭାଗ ସୂଚନା ଦେଇଛି। ଗାଡି ସହିତ ଦୁଇ ଜଣ ଯୁବକକୁ ଗିରଫ କରି ବନବିଭାଗ ଅଧିକ ତଦନ୍ତ ଜାରି ରଖିଛି।