ଲକଡାଉନରେ ସକ୍ରିୟ କାଠ ମାଫିଆ, ୫୦ ଲକ୍ଷ ଟଙ୍କାର ଶାଳ କାଠ ଜବତ

Published By : Prameya-News7 Bureau | April 24, 2020 IST

ଢେଙ୍କାନାଳ, ୨୪|୦୪:  ଗୋଟିଏ ପଟେ କୋରନା ସଂକ୍ରମଣ ଆଶଙ୍କାରେ ଲକ ଡାଉନ ଜାରି ରହିଛି ।  ଫଳରେ ଏହି ଲକ ଡାଉନରେ  କାଠ ମାଫିଆମାନେ ବେଶ ସକ୍ରିୟ ହୋଇ ପଡିଛନ୍ତି । ଢେଙ୍କାନାଳ ବନଖଣ୍ଡର ସଦର ବନାଞ୍ଚଳ ଅନ୍ତର୍ଗତ ତାଳବରକୋଟ ଗ୍ରାମବାସୀଙ୍କ ପକ୍ଷରୁ ସଂରକ୍ଷିତ ରଖିଥିବା ବିଶାଳ ଶାଳ ଜଙ୍ଗଲ କାଟି ପଦା କରିବାରେ ଲାଗିପଡିଛନ୍ତି ଚୋରା କାଠ ବେପାରୀ ।

ଗତ କିଛିଦିନ ପୂର୍ବେ ଏହି ଜଙ୍ଗଲରୁ ଲକ୍ଷ ଲକ୍ଷ ଟଙ୍କାର ଶାଳ କାଠ ମାଫିଆମାନେ କାଟି ନେଇ ଥିଲେ । ବନ ବିଭାଗର ନିଷ୍କ୍ରିୟତା ନେଇ ପୁଣି କଥା ମାଫିଆ ମାନେ ବହୁ ମୂଲ୍ୟବାନ ଶାଳ ଗଛକୁ କାଟି ଦେଉଥିବା  ଗ୍ରାମବାସୀ ଜାଣିପାରି ବନ ବିଭାଗକୁ ଖବର ଦେଇଥିଲେ । ସଦର ବନକର୍ମଚାରୀମାନେ ପହଂଚି ଗ୍ରାମବାସୀଙ୍କ ସହାୟତାରେ ଏହି ଶାଳ ଗଣ୍ଡି ସବୁକୁ ଜବତ କରିବାରେ ସକ୍ଷମ ହୋଇଛନ୍ତି ।

ଜବତ ଶାଳ କାଠ ୫୦ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି । ତେବେ ଏହି ଘଟଣାରେ ବନ ବିଭାଗ କାହାରିକୁ ଗିରଫ କରିପାରି ନଥିବା ଜଣା ପଡିଛି ।  ବର୍ଷ ବର୍ଷ ଧରି ସଂରକ୍ଷିତ ରଖିଥିବା ବିଶାଳ ଶାଳ ଜଙ୍ଗଲକୁ କାଠ  ମାଫିଆ ମାନେ ବାରମ୍ବାର ଏପରି କାଟି ଚାଲିଥିଲେ ମଧ୍ୟ ବନ ବିଭାଗର  କାର୍ଯ୍ୟାନୁଷ୍ଠାନ ନନେବାରୁ ତାଳବରକୋଟ ଗ୍ରାମବାସୀଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.