Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୪୨କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ବଢିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୪୨୬ କୋଭିଡ୍ ପଜିଟିଭ୍, ୧୨୨୫୨୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • କମିବ ତାପମାତ୍ରା, ୨୮ରୁ ବଢିବ ଶୀତ
  • ||
  • ଆଜି ୭୩ ତମ ସାଧାରଣତନ୍ତ୍ର ଦିବସ, କୋଭିଡ କଟକଣାରେ ହେବ ପତାକା ଉତ୍ତୋଳନ
  • ||
  • ଦେଶ ପାଳୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ପ୍ରଦର୍ଶିତ ହେବ ୨୧ ପ୍ରଜ୍ଞାପନ ମେଢ
  • ||

କାଠ ମାଫିଆକୁ ରାତି ସାରା ଗଛରେ ବାନ୍ଧି ରଖିଲେ ଗାଁ ଲୋକ

28/11/2019 at 2:54 PM

ମୋରଡା ୨୮।୧୧: କାଠ ମାଫିଆକୁ ରାତି ସାରା ଗଛରେ ବାନ୍ଧି ରଖିଲେ ଗାଁ ଲୋକ । ମୋରଡା ରେଞ୍ଜ ଅଧୀନ କାନ୍ଧଣା ଗ୍ରାମ୍ୟ ଜଙ୍ଗଲରୁ ଟ୍ରକରେ ମୂଲ୍ୟବାନ ଶାଳ ଗଛ ଚାଲାଣ କରୁଥିବାବେଳେ ଧରାପଡିଛନ୍ତି ମାଫିଆ । ଉତ୍ତ୍ୟକ୍ତ ଲୋକେ ଟ୍ରକର କାଚ ଓ ଚକକୁ ନଷ୍ଟ କରିବା ସହ ବାଇକକୁ ଭାଙ୍ଗି ଦେଇଛନ୍ତି ।

ଗତକାଲି ରାତି ୧୨ଟାରେ ଗଛ ପଡିବା ଶବ୍ଦ ଶୁଣି ଗାଁଲୋକେ ଏକାଠି ହୋଇ ଜଙ୍ଗଲ ଭିତରକୁ ଯାଇଥିଲେ । ସେଠାରେ ୧୦ରୁ ୧୨ ଜଣ ମେସିନ ସାହାଯ୍ୟରେ ଗଛ କାଟୁଥିବା ଦେଖିଥିଲେ । ଗ୍ରାମବାସୀଙ୍କୁ ଦେଖି ୨ଟି ଗାଡିରେ ଥିବା କାଠ ଧରି ମାଫିଆ ଛୁ ମାରିଥିଲେ । ସ୍ଥାନୀୟ କାଠ ମାଫିଆ ସୁଦାମ ଦାସ ବାଇକ ଛାଡି ଘଟଣାସ୍ଥଳରୁ ଦୌଡି ପଳାଇଥିଲା ।

ସେହିପରି କାଠ ମାଫିଆ ଭାସ୍କର ମହାପାତ୍ରଙ୍କୁ ଗାଁ ଲୋକ ମିଶି ଗଛରେ ବାନ୍ଧି ଦେଇଥିଲେ । ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ବନବିଭାଗକୁ ଖବର ଦେବାକୁ କହିଥିଲା । ତେବେ ବନବିଭାଗ ହାତୀ ଘଉଡାଇବାରେ ବ୍ୟସ୍ତ ଥିବାରୁ ଜଙ୍ଗଲକୁ ଆସିପାରିନଥିଲେ । ଫଳରେ ଲୋକେ ରାତି ସାରା ମାଫିଆଙ୍କୁ ବାନ୍ଧି ରଖିଥିଲେ । ପରେ ବନ ଅଧିକାରୀ ପହଞ୍ଚି ଟ୍ରକ୍ ସହ କାଠକୁ ଜବତ କରିଛି ।

ପ୍ରତି ରାତିରେ ମାଫିଆମାନେ ଗଛ କାଟି ପଶ୍ଚିମବଙ୍ଗକୁ ଚାଲାଣ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବନ କର୍ମଚାରୀ ଓ ପୋଲିସର ସଲାସୁତୁରାରେ ଏସବୁ ଚାଲିଥିବା କହିଛନ୍ତି । ସେପଟେ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବାର ପ୍ରତିଶ୍ରୁତି ଦେଇଛନ୍ତି ମୋରଡା ରେଞ୍ଜର ।

   Related Posts