ସଂରକ୍ଷିତ ଜଙ୍ଗଲରୁ ୪ କାଠ ମାଫିଆ ଗିରଫ : କାଠ ଓ କରତ ସହ ବାଇକ୍ ଜବତ

Published By : Prameya-News7 Bureau | October 17, 2019 IST

ବଡବିଲ ୧୭|୧୦: ବଡ଼ବିଲ ଫରେଷ୍ଟ ରେଞ୍ଜ ଅଧିନରେ ଥିବା ସିଦ୍ଧମଠ ସଂରକ୍ଷିତ ଜଙ୍ଗଲରୁ ୪ ଜଣ କାଠ ମାଫିଆଙ୍କୁ ଗିରଫ କରିଛି ବନ ବିଭାଗ । ଏହାସହ ସେମାନଙ୍କ ନିକଟରୁ ୭୬ ସିଏଫଟି ଚୋରା ଶାଳ କାଠ, କରତ ଓ ବାଇକ୍ ଜବତ କରିଛି ବନ ବିଭାଗ । ଜବତ କାଠ ଭିତରେ ରହିଛି ୧୪ ଖଣ୍ଡ ବଡ଼ ସିଲପଟ୍ ଓ ୬ ଖଣ୍ଡ ଶାଳ ଗଛ ଗଣ୍ଡି । ଏଗୁଡ଼କିର ଆନୁମାନିକ ମୂଲ୍ୟ ପ୍ରାୟ ଏକ ଲକ୍ଷ ଟଙ୍କା ହେବ ବୋଲି ବନ ବିଭାଗ ସୂଚନା ଦେଇଛି ।

{"id":171005}

ବଡ଼ବିଲ ରେଞ୍ଜ ସିଦ୍ଧମଠ ସଂରକ୍ଷିତ ଜଙ୍ଗଲର ଟଂଟୋ-ବାରବାଙ୍କ ନିକଟରେ ଗତକାଲି କିଛି କାଠ ମାଫିଆ ପଶି ଗଛ କାଟୁଥିବାର ଖବର ପାଇଥିଲା ବନ ବିଭାଗ । ସଂଧ୍ୟାରେ ଅତର୍କିତ ଚଢ଼ଉ କରି ଏହି ୫ ମାଫିଆଙ୍କୁ ଧରିବାରେ ସକ୍ଷମ ହୋଇଥିଲେ ବନ କର୍ମଚାରୀ । ଗିରଫ ମାଫିଆ ହେଲେ, ଝାଡ଼ଖଣ୍ଡ ମଝିଗାଁ ଥାନା ଖାଲପଶିର ଇମାନୁଲ୍ ହୁସେନ୍, ରୁଗୁଡ଼ି ଥାନା କୋହ୍ଲ ରଇଡ଼।ର ଜନ୍ ମୁଣ୍ଡା, ଯୋଡ଼। ଥାନା ବନେଇକଳା ଅଂଚଳର ଜିତେନ ମୁଣ୍ଡା ଓ ଜିତେନ୍ଦ୍ର ହେମ୍ବ୍ରମ୍ । ଆଜି ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.